ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳିତ

23 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳିତ ହୋଇଯାଇଅଛି l ଆଜିର ଦିବସରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଚେତାରାମ ପଟ୍ଟନାୟକ, ସମ୍ମାନିତ ଅତିଥିଭାବରେ ସତ୍ୟପାଲ ମିଶ୍ର ଓ ବସନ୍ତ କୁମାର ଦାସ ଯୋଗ ଦେଇହିନ୍ଦୀ ଭାଷାର ଗୌରବମୟ ଇତିହାସ ଓ ବର୍ତ୍ତମାନ ତାହାର ମହତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ l

 

ଉକ୍ତ  ଦିବସରେ ବୌଦ୍ଧ ଜିଲ୍ଲାର୩୫ ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରୁ ହିନ୍ଦୀ ଶିକ୍ଷକ ଉପସ୍ଥିତ ଥିଲେ l ଦେଶର ସାମଗ୍ରିକ ବିକାଶରେ ହିନ୍ଦୀ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଶିକ୍ଷକମାନେ ମତପୋଷଣ କରିଥିଲେ l ବର୍ତ୍ତମାନ ହିନ୍ଦୀଭାଷା ପ୍ରତି ଛାତ୍ରଛାତ୍ରୀମାନେ କିପରି ଆକୃଷ୍ଟ ହେବେ ବିଶେଷ ଧ୍ୟାନ ଦେବାକୁ ଅତିଥି ବାସନ୍ତ କୁମାର ଦାସ ମତ ଦେଇଥିଲେ l ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଦାନନ୍ଦ ପ୍ରଧାନ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ମଞ୍ଜିତ ମୋହନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଶୀତଳଷଷ୍ଠୀ ଯାତ୍ରା ଠାକୁରପଡା ଗୁପ୍ତେଶ୍ୱର ବାବା ଓ ସିନ୍ଦୁରପଙ୍କ ତାରକେଶ୍ୱର ବାବା ଙ୍କ ପ୍ରସ୍ତୁତି

Posted by - May 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠି ଯାତ୍ରା ପାଇଁ ଏବେ ସମ୍ବଲପୁର ଚଳଚଞ୍ଚଳ ହୋଇଉଠିଛି ।ଏଥିପାଇଁ ବିଭିନ୍ନ ଯାତ୍ରା କମିଟି ର ସଭ୍ୟ ମାନେ ସେମାନଙ୍କ ପ୍ରସ୍ତୁତି…

ଟିଟିଲାଗଡ଼ ଫଳ ଏବଂ ପରିବା ହୋଲସେଲରଙ୍କ ଜରୁରୀକାଳୀନ ବୈଠକ

Posted by - January 27, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସହରର ସମସ୍ତ ଫଳ ଏବଂ ପନିପରିବା ହୋଲସେଲର ମାନଙ୍କ ସ୍ଥାନୀୟ ଘଣ୍ଟାଶୁଣି ମନ୍ଦିରରେ ବିଭିନ୍ନ ସମସ୍ୟାକୁ ନେଇ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଅନଲାଇନ ଶିକ୍ଷା କୁ ବନ୍ଦ କରି ସ୍କୁଲ, କଲେଜ ଖୋଲିବା ପାଇଁ ଅଖିଳ ଭାରତ ଛାତ୍ରର ବିକ୍ଷୋଭ

Posted by - August 17, 2021 0
ହରଭଙ୍ଗା:(ବୌଦ୍ଧ )ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସମ୍ପୁଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ…

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ଉପେକ୍ଷା ପ୍ରତିବାଦରେ ଚିଠା ସଂରକ୍ଷଣ ପୋଡ଼ିଲା ଓବିସି ମଞ୍ଚ

Posted by - October 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଗାମୀ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକା ସମ୍ପୂର୍ଣ ଭୁଲ ଏବଂ ଏହା ଅଗଣାତାନ୍ତ୍ରିକ ତଥା ଅସାମ୍ବିଧାନିକ ଅଟେ ବୋଲି…