ନିରାଶ କଲା ଲଘୁଚାପ ବର୍ଷା , ବର୍ଷା ଅଭାବି ଯୋଗୁଁ ଚାଷ ଜମି ଫାଟି ଆଁ -ଚିନ୍ତା ରେ ଚାଷୀ

57 0

ଧର୍ମଗଡ : (ହେମନ୍ତ କୁମାର ମାଝି)  ଶେଷରେ ଲଘୁଚାପ ବର୍ଷା ବି ମୁହଁ ମୋଡି ଦେଲା।କିଛିଦିନ ତଳେ ଲଘୁଚାପ ସୃଷ୍ଟି ହୋଇ ଥିଲେ ହିଁ ତାର ପ୍ରଭାବ ଧର୍ମଗଡ ଅଞ୍ଚଳ ରେ ପଡିଲା ନାହିଁ।ବିଶେଷ ଭାବେ ଦଣ୍ଡପାଟ ଅଞ୍ଚଳ ଚାଷୀ ଏହି ଲଘୁଚାପ ସୃଷ୍ଟି ହୋଇଥିବା ନେଇ ଖୁସି ହୋଇ ପଡ଼ିଥିଲେ।ଲଘୁଚାପଜନିତ ବର୍ଷା ହେଲେ ଜମିରେ ପାଣି ଜମିବ ଓ ସୁରୁଖୁରୁ ଭାବେ ଧାନ ଚାଷ ହେବ।ହେଲେ ସବୁ ଆଶା ଭରସା କ୍ଷଣିକରେ ମଉଳି ଗଲା।ଅଞ୍ଚଳ ରେ ଅନେକ ସ୍ଥାନରେ ମେଘା ଲିଫ୍ଟ କେନାଲ ରହିଛି ସତ ହେଲେ ଅଧିକାଂଶ ଜମିରେ ପାଣି ମାଡ଼ି ପାରୁନି।କେନାଲ ସଂଯୋଗ ଥିଲେ ବି କୋଉଠି ପାଣି ଆସୁନି ତ କୋଉଠି ପାଇପ ଫାଟି ଆଃ କରୁଛି।ଏପରିକି ସ୍ଥାନେ ସ୍ଥାନେ ଲିଫ୍ଟ କେନାଲ ପଏଟ ଥିଲେ ବି ପାଣି ବାହାରୁ ନ ଥିବା ଅଭିଯୋଗ ହେଉଛି।ବିଭାଗ ଯନ୍ତ୍ରୀ ଙ୍କ ଭୁଲ ସଂଯୋଗ କରଣ ନିଷ୍ପତ୍ତି ଯୋଗୁଁ ଚାଷୀ ଲିଫ୍ଟ କେନାଲ ରୁ ପାଣି ପାଇଁ ପାରୁନାହାନ୍ତି।

ଏପରିକି ଚାଷୀ ଅଭିଯୋଗ କରୁଥିଲେ ବି ଯନ୍ତ୍ରୀ ଙ୍କ ଦେଖା ମିଳୁ ନାହିଁ କି ମରାମତି ହେଉ ନ ଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି।ବିଶେଷ ଭାବେ ଦଣ୍ଡପାଟ ଅଞ୍ଚଳ ଧଅରପୁର ପଞ୍ଚାୟତ ଓ ପର୍ଲା ପଞ୍ଚାୟତ ଚାଷୀ ଏବେ ନିରାଶ ହୋଇପଡିଥିବା ଦେଖାଦେଇଛି।ଦୁହି ପଞ୍ଚାୟତ ରେ ଲିଫ୍ଟ କେନାଲ ସଂଯୋଗ ହୋଇ ନାହିଁ।କେବଳ ଉପର ଭରସା ରେ ଚାଷ କରିଛନ୍ତି।ଏବେ ଅଚାନକ ବର୍ଷା ଗାଏବ ହୋଇଥିବା ନେଇ ଚିନ୍ତାରେ ଚାଷୀ।ଗ୍ରୀଷ୍ମପ୍ରବାହ ଭଳି ଟାଣ ଖରା ରେ ଚାଷ ଜମି ସୁଖୀ ଏବେ ଆଃ କଲାଣି।ଚାଷ ନଷ୍ଟ ହେବା ଆଶଙ୍କା ଦେଖା ଦେଲାଣି।ଏବେ ଛୋଟ ଧାନ ଗଜା ବେଳ।ଏତିକି ବେଳ କୁ ପାଣି ର ନିହାତି ଆବଶ୍ୟକତା ରହିଛି।ଗର୍ଭାସାୟା ବେଳ ରେ ପାଣି ନହେଲେ ନିଶ୍ଚିତ ଭାବେ ଧାନ ନଷ୍ଟ ହେବା ଯଥେଷ୍ଟ ଆଶଙ୍କା ରହିଛି।ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ଦାଉ ସାଜିଛି ବର୍ଷା।ଏବେ ଗାଁ ଗାଁ ରେ ବର୍ଷା ପାଇଁ ଗ୍ରାମଦେବା ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିବା ଭଳି ଦୃଶ୍ୟ ଦେଖାଦେଲାଣି।କୋଉଠି ପୁରାଣ ବସା ତ କୋଉଠି ବେଙ୍ଗ ବିବାହ ଉତ୍ସବ ସ୍ଥାନେ ସ୍ଥାନେ କରିବା ଆରମ୍ଭ ହେଲାଣି। ବର୍ଷା ପାଇଁ ଚାଷୀ ଏବେ ଦେବା ଦେବୀ ଙ୍କ ଆଶ୍ରୟ ନେଲାଣି।

Related Post

ନୀଳଗିରି ପାଇଁ ଅଶୁଭ ଦିନ।ଗୋଟାଏ ଦିନ ରେ ଦୁଇ ମୃତ୍ୟୁ, ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

Posted by - January 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ପାଇଁ ଏକ ଅଶୁଭ ଦିନ । ଗୋଟାଏ ଦିନ ରେ ଅଘଟଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଭାଲୁ ଆକ୍ରମଣ ରେ ଜଣେ…

ବିଷାକ୍ତ ସାପ କାମୁଡାରେ ୧୪ ବର୍ଷର ନାବାଳକ ମୃତ

Posted by - July 15, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ତଳ ସାହିର ଗୂରା ସ୍ଵାଇଁଙ୍କ ସାନ ପୁଅ ସାନୁ ସ୍ୱାଇଁ (୧୫) ରାତିରେ ଖାଇ…

ଶଗଡ଼ିଆ ନାଳ ଉପରେ ଉଚ୍ଚ-ଲେବୁଲ ସେତୁ ନିର୍ମାଣ ହେବ: ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ

Posted by - July 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା। ଏହି ସେତୁ ନିର୍ମାଣ…

ବାଇକ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର

Posted by - October 12, 2019 0
ଅନୁଗୁଳ:(ମହେଶ ଭୋମରାଜ)ତାଳଚେର ଡେରା ପାଖରେ ଜଣେ ବାଇକ ଚାଳକ ଜଣେ ପଥଚାରିଙ୍କୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହୋଇଥିବା…

ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - December 5, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଆଜି ସ୍ଥାନୀୟ ଏନ୍ ଜି ଓ ସି ସି ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ହରିଚରଣ ମିଶ୍ର ଙ୍କ…