କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ପକ୍ଷରୁ ମହାପ୍ରଭୁ ବିଶ୍ଵକର୍ମା ପୂଜା ପାଳିତ

121 0

ରାୟଗଡା : (ଅଞ୍ଜନ କୁମାର ନାଏକ) ମହାପ୍ରଭୁ ବିଶ୍ଵକର୍ମା ପୂଜା ଉପଲକ୍ଷେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ କାରିଗର,ଚିତ୍ରକାର ଓ କଲକାର ମାନେ ପ୍ରଥମକରି ସଂଗଠିତ ହୋଇ ମିଳିତ ଭାବେ ମହାପ୍ରଭୁ ଶ୍ରୀ ବିଶ୍ଵକର୍ମା ଙ୍କ ଭବ୍ୟ ପୂଜାର୍ଚନାରେ ହର୍ଷଉଲ୍ଲାସ ଭାବେ ପାଳିତ କରାଯାଇଛି। ମୁଖ୍ୟ ବିଷୟ ହେଲା କାଶୀପୁର ବ୍ଲକ ର ଚିତ୍ର କାରିଗର, କଳାକାର ମାନେ ପ୍ରଥମ କରି ଏକତ୍ରିତ ହୋଇ ,ସମସ୍ତ ଚିତ୍ର କଳାକାର ଏକ ସାଙ୍ଗଠନିକ ଭାବେ କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ଗଠନ କରାଯାଇଥିଲା । ନିଜ ନିଜ କାର୍ଯ୍ୟ ବ୍ୟସ୍ତତା ରେ କିମ୍ବା କୌଣସି କାରଣରୁ ପୂର୍ବରେ ଏହି ଚିତ୍ର କଳାକାର ମାନେ କେବେ ଏକତ୍ରିତ ଭାବେ ଯୋଗ ଦେଇ ସଂଘବଦ୍ଧ ଭାବେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିନଥିଲେ ।

କାଶୀପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମିଳିତ ଭାବେ ସମସ୍ତଙ୍କ ସହଯୋଗ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରଭୁ ବିଶ୍ଵସକର୍ମାଙ୍କ ପୂଜା ଆୟୋଜନ ଓ ପୂଜାର୍ଚ୍ଚନା ସାଫଲ୍ୟ ହୋଇଥିବା ହେତୁ ସମସ୍ତ କାରିଗର କଳାକାର ବୃନ୍ଦ ଉସ୍ଛାହିତ ହେବାସହ ନିକଟ ଭବିଷ୍ୟତରେ କାଶୀପୁର ବ୍ଲକ କାରିଗର କଳାକାର ସଂଘ ଗଡ଼ିବାର ସଂକଳ୍ପ ନେଇ ପ୍ରତିବର୍ଷ ଏହି ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନେକ ପୂଜାର୍ଚ୍ଚନା ମିଳିତ ଭାବେ କରିବେ ବୋଲି ଦର୍ଶାଇଛନ୍ତି।ଏହି ପରିପେକ୍ଷିରେ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଙ୍ଘ ପକ୍ଷରୁ ଅଶ୍ୱିନୀ କୁମାର ଗୋପାଳ, ଅରୁନ କୁମାର ମାଝୀ, ବାବୁ ବିଶି, ସଞ୍ଜୟ ସିଂ, ପରମେଶ୍ୱର ଗଉଡ଼, ସଦାଶିବ ଗଉଡ଼ ଏବଂ ଅଂଚଳର ସମସ୍ତ କାରିଗର କଳାକାର ସଭ୍ୟମାନେ ଉପସ୍ଥିତ ଥିଲେ ।

Related Post

ଲକ୍ ଡାଉନ ପରେ କଳିଙ୍ଗ ଯୁବକ ସଂଘର ଗରିବଙ୍କୁ ରନ୍ଧା ଖାଦ୍ୟ ବିତରଣ ୧୦ ଦିନରେ ପହଁଚିଲା

Posted by - April 11, 2020 54
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) କଳିଙ୍ଗ ଯୁବକ ସଂଘ ଚଣ୍ଡିପୁର ତରଫରୁ ଲକ ଡାଉନ ହେବା ପରେ ଆଜିକୁ ୧୦ ଦିନ ହେବ ଅସହାୟ ଲେକାଙ୍କୁ ରନ୍ଧାଖାଦ୍ୟ ବଂଟନ…

କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ

Posted by - February 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ସମିତିରେ…

ମିସନାରୀ ସଂସ୍ଥା କୁ ରାଜ୍ୟ ସରକାର ଙ୍କ ଲକ୍ଷାଧିକ ଟଙ୍କା ସହୟତା କୁ ବିରୋଧ କରି ଜିଲ୍ଲାପାଲ କୁ ଦାବିପତ୍ର

Posted by - January 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମିସନାରୀ ସଂସ୍ଥା କୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ସହାୟତା କୁ ବିରୋଧ କରି ସମ୍ବଲପୁର ବିଶ୍ବ ହିନ୍ଦୁ ପରିଶଦ ପକ୍ଷରୁ ଜିଲ୍ଲାପାଲ ଙ୍କୁ ଦାବି…