ଅକ୍ଟୋବର ୧୬ ରେ ପଶ୍ଚିମାଞ୍ଚଳ ଏକତା ସମାବେଶ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆହ୍ବାନ

173 0

ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ପଶ୍ଚିମଞ୍ଚଲ୍ ଏକତା ମଞ୍ଚ ଅଞ୍ଚଳର ଏକ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ । ସମଗ୍ର ପଶ୍ଚିମଞ୍ଚଳ କୁ ଏକତା ର ବନ୍ଧନ ରେ ବାନ୍ଧିବା, ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟ ର ପ୍ରଚାର ପ୍ରସାର କରିବା, ମାଟିର ର ବରପୁତ୍ର ବିରପୁତ୍ର ଙ୍କୁ ଯଥୋଉଚିତ୍ ସମ୍ମାନ ପ୍ରଦାନ ପାଇଁ କାର୍ଯ୍ୟ କରିବା, ଅଞ୍ଚଳବାସୀଙ୍କର ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରିବା, ସମାଜସେବା କାର୍ଯ୍ୟ କରିବା ଭଳି ଅନେକ କାର୍ଯ୍ୟକ୍ରମ ବିଗତ ଦଶ ବର୍ଷ ହେବ ହାତକୁ ନେଇଆସିଛି । ଗୋଟିଏ ପଟେ ଅଗଷ୍ଟ ୧ ସମ୍ବଲପୁରୀ ଦିନ୍, ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଭଳି ସାଂସ୍କୃତିକ ଉଲଗୁଲାନର କାର୍ଯ୍ୟକ୍ରମ କରି ସମ୍ବଲପୁରୀ ଭାଷା ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ପଟେ ପଶ୍ଚିମଞ୍ଚଳ ରେ ହାଇକୋର୍ଟ ର ପ୍ରତିଷ୍ଠା ଦାବୀ, ବରଗଡ଼ ଠାରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ, ପ୍ରିପେଡ ସ୍ମାର୍ଟ ଇଲେକ୍ଟ୍ରିକାଲ ମିଟର କୁ ବିରୋଧ, ଗଙ୍ଗାଧର ମେହେର ଜୁନିୟର କଲେଜ ରେ ଅଧ୍ୟାପକ ନିଯୁକ୍ତି, ବୌଦ୍ଧ ଜିଲ୍ଲା କୁ ଉତ୍ତରାଞ୍ଚଳ ଆର.ଡି.ସି ଅଧିନକୁ ଆଣିବା, ଭଳି ଅନେକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିଛି ।

ସେ ବିଶ୍ୱ ମହାମାରୀ କରୋନ ସମୟରେ ଖାଦ୍ୟ ବଣ୍ଟନ ହେଉ କି ରକ୍ତ ଅଭାବ ସମୟରେ ରକ୍ତଦାନ ଶିବିର ଆୟୋଜନ କରିବା ହେଉ କିମ୍ବା ପ୍ରକୃତି ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉ ସବୁଥିରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ନିଜର ସକାରାତ୍ମକ ଓ ଗଠନାତ୍ମକ ଭୂମିକା ଗ୍ରହଣ କରିଛି l ସମଗ୍ର ପଶ୍ଚିମାଞ୍ଚଲ୍ କୁ ଏକତା ର ସୂତ୍ରରେ ବାନ୍ଧି ପଶ୍ଚିମାଞ୍ଚଲର ସାମଗ୍ରିକ ଓ ସମତୁଲ ବିକାଶ କରିବା ଓ ପଶ୍ଚିମାଞ୍ଚଲବାସୀ ଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରିବା ହେଉଛି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ସମୟରେ ରେ ଅଲଗା ଅଲଗା ପ୍ରସଙ୍ଗ କୁ ନେ଼ଇ ଅତୀତ ରେ ପଶ୍ଚିମାଞ୍ଚଲ ର ଭିନ୍ନ ଭିନ୍ନ ଜିଲ୍ଲା ଭିତରେ ମତାନ୍ତର ଦେଖିବାକୁ ମିଳିଛି । ସମ୍ବଲପୁର ଆଇ.ଆଇ.ଏମ୍ ପ୍ରତିଷ୍ଠା ଦାବୀ ଓ ବରଗଡ କେନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବୀ ର ପ୍ରସଙ୍ଗ ରେ ସମଗ୍ର ପଶ୍ଚମାଞ୍ଚଲରେ ଏକତା ର ଐତିହାସିକ ଉଦାହରଣ ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ପଶ୍ଚିମାଞ୍ଚଲ ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ହେଉ କି ଆଲଗା ରାଜ୍ୟ ର ନାଁ ଆଦି ପ୍ରସଙ୍ଗରେ ମତାନ୍ତର ଦେଖିବାକୁ ମିଳୁଛି । ଯାହାର କ୍ଷତି ପଶ୍ଚିମାଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି।

ଏହା ସହ ସାମାଜିକ ଗଣମାଧ୍ୟମରେ ନିଜ ନିଜ ଭିତରେ ଆଶାଲିନ ଭାଷା ର ପ୍ରୟୋଗ ଓ ଅଭଦ୍ର ଶବ୍ଦ ରେ ଗାଲିଗୁଲଜ ପର୍ୟ୍ଯନ୍ତ କଥା ଯାଉଛି । କିଛି ବର୍ଷ ହେବ ବିଭିନ୍ନ ପ୍ରସଙ୍ଗ ରେ ପଶ୍ଚିମାଞ୍ଚଳ ଭିତରେ ଏକତା ର ଅଭାବ ସ୍ପଷ୍ଟ ବାରି ହୋଇ ପଡୁଛି । ସେଥିପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଳ ର ସାଢେ ଦଶଟି ଜିଲ୍ଲାର ଅଧିକାର ଏବଂ ସ୍ବତନ୍ତ୍ର ରାଜ୍ଯ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ବ କୁ ଏକତ୍ରୀତ କରି ସମନ୍ବୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ସାମ୍ବାଦିକ ସମ୍ମିଲନୀରେ କୁହାଯାଇଛି । ଏଥିପାଇଁ ଗୋଟିଏ ମାସ ସବୁ ଜିଲ୍ଲାର ଅଧିକାର ପାଇଁ ଲଡୁ ଥିବା ସକ୍ରିୟ ସଂଗଠନ ଏବଂ ଅଲଗା ରାଜ୍ଯ ଆନ୍ଦୋଳନ କରୁଥିବା ସଂଗଠନ ଏବଂ ନେତୃବର୍ଗଙ୍କୁ ନିମନ୍ତ୍ରଣ କରି ସମ୍ବଲପୁର ରେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏକ ଆଲୋଚନା ସମାବେଶ ର ଆୟୋଜନ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି । ସମାବେଶ ରେ ସବୁ ପକ୍ଷ ନିଜର ମତ ରଖିବା ସହ ନେତୃବର୍ଗ ସମାଧାନ ପାଇଁ ପ୍ରସ୍ତାବ ରଖିବେ । ଏହି ସମାବେଶ ଆଗାମୀ ଦିନରେ ପଶ୍ଚିମାଞ୍ଚଳ ବାସୀଙ୍କ ପାଇଁ ଅଧିକାର ପାଇବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।

Related Post

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ରେଙ୍ଗାଲି ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

Posted by - November 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପୂର୍ବ ତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ 26 ନଭେମ୍ବର -2021 ରେ ରେଙ୍ଗାଲି ରେଳ ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା…

ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଦ୍ୱତୀୟ ଦିବସରେ ଭକ୍ତଙ୍କ ସମାଗମ

Posted by - April 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ଠାରେ ନୂତନ ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଆଜି ଦ୍ୱତୀୟ ଦିବସରେ ବହୁ ଭକ୍ତଙ୍କ ବହୁ ସମାଗମ ହୋଇଥିଲା।ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର…

ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ବିଭିନ୍ନ ଗ୍ରାମରେ ବିଜେଡି ର ସାଂଗଠନିକ ସଭା

Posted by - November 20, 2021 0
ପାଟଣାଗଡ଼: ୨୯/୧୧( ତାପସ ରଞ୍ଜନ ବେହେରା ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ର କର୍ଲାକୁଟୁନା , ମହୁରୁଣ୍ଡି , ଗୁର୍ଜିଭଟା , କୁରୁଲୁମାଲ…

ବିଧାନସଭା ଆଗରେ ଗଣଧାରଣା ଦେବା ପାଇଁ ଗାଁ ସାଥୀ ଙ୍କ ପ୍ରସ୍ତୁତି ବୈଠକ

Posted by - October 19, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଆମ୍ବଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଣ୍ଟାମ|ଳ ବ୍ଲକ ଗାଁସାଥି ସଙ୍ଘର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…

ନନ୍ଦନକାନନରେ ଜନ୍ତୁ ରକ୍ଷଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - November 25, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଜି ଜନ୍ତୁ ରକ୍ଷକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କରାଯାଇଛି।କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷଙ୍କ ଅନୁମୋଦନ କ୍ରମେ ଦେଶର ୨୪ଟି ଚିଡ଼ିଆଖାନାର ଜନ୍ତୁ…