୫୦ ଗୋଟି ବୁଲା ଗୋମାତାଙ୍କୁ ପ୍ରତିପାଳନ ନିମନ୍ତେ ମାହେଶ୍ୱରୀ ଗୋଶାଳାକୁ ହସ୍ତାନ୍ତର

32 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଏନ ଏ ସି ମଧ୍ୟରେ ବୁଲୁଥିବା 50ଗୋଟି ଗାଈ ଗୋରୁଙ୍କୁ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରl ଆଶ୍ରମକୁ ହସ୍ତାନ୍ତର କରି ପ୍ରତିପୋଷଣ ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି l ମାହେଶ୍ୱରୀ ଗୋଶାଳାରେ ବର୍ତ୍ତମାନ ସର୍ବମୋଟ 386 ଗୋଟି ଗୋମାତାଙ୍କୁ ତିନି ବର୍ଷରୁ ଉର୍ଦ୍ଧ ହେବ ପ୍ରତିପାଳନ କରି ଆସୁଥିବା ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ ପ୍ରକାଶ କରିଛନ୍ତି l

ଆଜି ବୌଦ୍ଧ ଗୋ ଶ୍ରଦ୍ଧା ଗୃହରୁ ସକାଳେ ରାଜବାଟି ମାହେଶ୍ୱରୀ ପିଠ ର ପୂଜକ ପୁରୁଷୋତ୍ତମ ମହାକୁଡ଼ ଗୋପୂଜନ କରିଥିବା ବେଳେ ଏନ ଏ ସି ନିର୍ବାହୀ ଅଧିକାରୀ ଇ. ମନରଞ୍ଜନ ପଣ୍ଡା, କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଦୀପ ପ୍ରଧାନ ଯୋଗ ଦେଇ ହସ୍ତାନ୍ତର କରିଥିଲେ l

ଏହି ଅବସରରେ ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ, ବାବା କମଳ ଦଳେଇ, ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ଥିଲେ l ପ୍ରାଣୀ କଲ୍ୟାଣ ମଞ୍ଚ ର ସମ୍ପାଦକ ଅରୁଣ ମେଣ୍ଡିଲି, ସଦସ୍ୟ ଦେବ ଥାଟି, ଧନଞ୍ଜୟ ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ!

Related Post

ପିକ୍ଅପ ଧୋକ୍କାରେ ବାଇକ ଚାଳକ ମୃତ

Posted by - December 26, 2021 0
ବଲାଙ୍ଗିର:  (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନ କୁଲିହାମୁଣ୍ଡା ଛକ ନିକଟରେ ପିକ୍ଅପ ଧୋକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ…

ଟାଇଗର କ୍ଲବର ସ୍ୱନକ୍ଷତ୍ର ଉପଲକ୍ଷେ ରକ୍ତଦାନ ଶିବିର

Posted by - June 24, 2020 0
ବରୀ ୨୪/୬- (ସ୍ନେହଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗମ୍ମୁ ପଂଚାୟତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟାଇଗର କ୍ଲବର ପ୍ରଥମ ସ୍ୱନକ୍ଷେତ୍ର ଦିବସ ଉପଲକ୍ଷେ…

ମିଶନ ଶକ୍ତି, ଜୀବିକା ମିଶନ ଆନୁକୁଲ୍ୟରେ ବ୍ୟଙ୍କିଂ ସଂଯୋଗିକରଣ ଉପରେ ସ୍ବତନ୍ତ୍ର ସଚେତନତା ଶିବିର

Posted by - June 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମିଶନ ଶକ୍ତି ତଥା ଓଡ଼ିଶା ସରକାରଙ୍କ ଜୀବିକା ମିଶନ ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଆଇସିଡିଏସଏଲଏସ ତଥା ବ୍ୟାଙ୍କ ମିତ୍ର ଏମବିକେ, ସିଆରପିଶିଏମ ମାନଙ୍କୁ…

ବି. ଏସ. ଏଫ. ଓ କୋବ୍ରା ବାଟାଲିୟନ ଦ୍ୱାରା ଜନସମ୍ପର୍କ ଶିବୀର

Posted by - February 8, 2022 0
ମାଥିଲି:(ଅବଦୁଲ ଗନି)ମାଥିଲି ବି. ଏସ. ଏଫ ଓ କୋବ୍ରା ବାଟାଲିୟନ ଦ୍ୱାରା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମପଞ୍ଚାୟତ ର ବୁରୁଡି ଗୁଡ଼ାଠାରେ ଜନସମ୍ପର୍କ ଶିବୀର ଅନୁଷ୍ଠିତ…

ନାଟେଙ୍ଗା ଚକରା ବିଷୋୟୀ କ୍ଳବ୍ ତରଫରୁ ଚକରା ବିଷୋୟୀ ଜୟନ୍ତୀ ପାଳନ

Posted by - January 12, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ସ୍ଥିତ ଚକରା ବିଷୋୟୀ କ୍ଳବ୍ ତରଫରୁ ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା…