Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବେନିୟମ ବାଲି ଚାଲାଣ ୩ ହାଇୱା କୁ ୩ ଲକ୍ଷ ୩୪ ହଜାର ୯0 ଟଙ୍କା ଜୋରିମାନା

42 0

ସୋନପୁର :(ଅଜିତ କୁମାର ପୂଜାହାରୀ)ଗତ କାଲି ରାତିରେ ସୋନପୁର ସହର ବୁଢାରଜା ଛକ ଠାରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ ଗୋଟି ହାଇୱା କୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ, ଆର ଆଇ ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୩ ଟି ହାଇୱା କୁ ମୋଟ ୩ ଲକ୍ଷ ୩୪ ହଜାର ୯0 ଟଙ୍କା (ଟ.୩ ୩୪ 0୯0/-ଙ୍କା) ଜୋରିମାନା କରିଛନ୍ତି l

ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀ କାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି l ଜୋରିମାନା ଦେୟ ପରେ ହାଇୱା ଗୁଡିକୁ ଛାଡିଦିଆଯାଇଥିବା ସୂଚନା ପ୍ରଦାନ କରାଯାଇଛି l

 

Related Post

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ

Posted by - May 31, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଂଚାୟତ ଗେରେଡ଼ିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପ୍ରକାଶ ଥାଉକି ଗେରେଡ଼ିସାହି ଗ୍ରାମର…

ଥାନା ଭିତରେ ନାଗିନ ନାଚ, ଭିଡ଼ିଓ ହେଲା ଭାଇ ରାଲ

Posted by - April 6, 2021 0
ଯାଜପୁର,୦୬/୦୪: ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପୁରି ବିଟ୍‌ ହାଉସ୍‌ର ଜଣେ…

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 9, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଜୁ ଜନତା ଦଳ ଆସନ୍ତା ଡିସେମ୍ବର ୨୬ ତାରିଖରେ ତାର ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।…

ଧଳପୁର ଛକ ଠାରୁ ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଡ୍ରେନ ନିର୍ମାଣ ଦାବି ରେ ରାସ୍ତା ରୋକ

Posted by - May 16, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବି ରେ ସୋମବାର ଧଲପୁର ଛକ…

ଦୁଇ ସାହାସୀ ବାଳକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Posted by - September 10, 2019 40
ଭୁବନେଶ୍ବର ୧୦।୯- ଗଣେଶ ପୂଜା ଦିନ ଯାଜପୁର ଜିଲ୍ଲା କୋରେଇ ବ୍ଲକର ସଡ଼କପୁର ପ୍ରାଇମେରୀ ସ୍କୁଲର ୬ ବର୍ଷର ଛାତ୍ର ଅବଦୁଲ ରୁମେନ ଖାନକୁ ପୋଖରୀରେ ବୁଡ଼ି…