Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଡକାୟତ ଦଳ ର ମୁଖ୍ୟ ସୂତ୍ରଧର କୁ ବାନ୍ଧିଲା ପୋଲିସ

371 0

ଧର୍ମଗଡ:  (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ବିଗତ ଦିନରେ ହୋଇଥିବା ବିଭିନ୍ନ ଡ଼କାୟତି ମାମଲାରେ କଳାହାଣ୍ଡି ପୋଲିସ ୧୦ ଜଣ ଙ୍କୁ ଗିରଫ କରି ସାରିଥିବା ବେଳେ ଆଜି ଡ଼କାୟତି ର ଜଣେ ସୁତ୍ରଧରକୁ ପୋଲିସ ଗିରଫ କରିଛି। ଏନେଇ ଆଜି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଉଛନ୍ତି।ପୋଲିସ ପାଖରୁ ପ୍ରାପ୍ତ ସୁଚନା ଅନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ ବଡ କେନ୍ଦୁଗୁଡା ଗ୍ରାମର ମୋହନ ପୁଝାରୀ (୫୦) ଜିଲ୍ଲା ବାହାରୁ ଡକାୟତ ମାନଙ୍କୁ ଡକାଇ ଡକାୟତି କରାଇ ବାରେ ମୂଖ୍ୟ ସୁତ୍ରଧର ସାଜିଥିଲା।

ବେହେରା ଗ୍ରାମର ଅଳଙ୍କାର ଦୋକାନ ରେ ଡ଼କାୟତି, ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ପଞ୍ଜଆ ଗ୍ରାମରେ ଡ଼କାୟତି, କୋକସରା ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଡ଼କାୟତି ସହ ଗୃହ କର୍ତାଙ୍କୁ ଆକ୍ରମଣ ଘଟଣାରେ ସେ ଜଡ଼ିତ ଥିଲା ବୋଲି ପୋଲିସ କହିଛି। ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଖଣ୍ଡା ଏଵଂ ମୋବାଇଲ୍ ଫୋନ, ଡକାୟତ ମାନେ ବ୍ୟବହାର କରିଥିବା ବାସନ କୁସନ ପୋଲିସ ଜବତ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ କିଶୋର ଶବର ଉପସ୍ଥିତ ଥିଲେ।

Related Post

ମିଶନ ଶକ୍ତି କାଫେ ପରିଚାଳନା ସମ୍ପର୍କିତ ତାଲିମ ଶିବିର

Posted by - December 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ମିଶନ ଶକ୍ତି, ଓଏଲେମ୍, କୁଟୁମ୍ବଶ୍ରୀ ର ମିଳିତ ଆନୁକୁଲ୍ୟରେ ଲୋକ କଳା ବିକାଶ କେନ୍ଦ୍ର, ସରସରା ଠାରେ ମିଶନ ଶକ୍ତି…

ସ୍ବାସ୍ଥ୍ୟ ଠିକା କର୍ମଚାରୀ ଙ୍କୁ ସ୍ଥାୟୀ କରିବାକୁ ଦାବି

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, ସମ୍ବଲପୁର ତରଫରୁ ସ୍ଥାୟୀ ନିଯୁକ୍ତି ଦାବିରେ ସମ୍ବଲପୁର ସିଡିଏମଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ପ୍ରକାଶ ଦାସ ହେଲେ କେସିଙ୍ଗା ବାର ଏସୋସିଏସନ ର ସଭାପତି ଓ ସେକ୍ରେଟାରୀ ହେଲେ ଆଲୋକ ରଞ୍ଜନ ଦାସ

Posted by - March 26, 2023 0
କେସିଙ୍ଗା : (ପ୍ରିତେଶ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବାର ଏସୋସିଏସନ ର ନିର୍ବାଚନ ଇତିମଧ୍ୟରେ ଶେଷ ହେଇଯାଇଛି।ପ୍ରକାଶ ଦାସ ଆଉଥରେ ସଭାପତି ଭାବେ ନିର୍ବାଚିତ ହୋଇଥିବା…

JSW -BPSL ପ୍ରେସମିଟ

Posted by - July 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ବାଧୀନତାର ୭୫ବର୍ଷ ପାଳନ ଉପଲକ୍ଷେ JSW -BPSL ପକ୍ଷରୁ ଆସନ୍ତା ୧୦ ତାରିଖରେ ସମ୍ବଲପୁର ସହରରେ ଏକ walk – A- Thon…

ଦଶରଥପୁର ବ୍ଲକ ନାରିଗାଁ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା

Posted by - February 1, 2020 696
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ନାରିଗାଁ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା ଉବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସତ୍ୟାନନ୍ଦ…