ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚାଲିଛି ସାତ ଦିନ ବ୍ୟାପି ଫୁଡ ଫର ହଙ୍ଗର କାର୍ଯ୍ୟକ୍ରମ

39 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବର୍ଷ ତମାମ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦା ସର୍ବଦା ବିଭିନ୍ନ ସାମାଜିକ ତଥା ସେବା କାର୍ଯ୍ୟ କରିଥାନ୍ତି। ଏହି ମାସ ୧୧ ତାରିଖ ସୋମବାର ଠାରୁ ୧୭ ତାରିଖ ଶନିବାର ଦିନ ଯାଏଁ ସାତ ଦିନ ବ୍ୟାପି ପ୍ରତିଦିନ ୨୦୦ ପୁଡିଆ ରନ୍ଧା ଖାଦ୍ୟ ଫୁଡ ଫର ନିଡି କାର୍ଯ୍ୟକ୍ରମ ଅନ୍ତର୍ଗତ ଲୋକଙ୍କୁ ବଣ୍ଟନ କରାଯାଉଛି। ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଚେୟାରମେନ ଦାୟିତ୍ଵ ନେଇଛନ୍ତି ଲାୟନ ସଜ୍ଜନ କମାନି।କ୍ଲବର୍ ବରିଷ୍ଠ ଲାୟନ୍ ସଦସ୍ୟ ସ୍ଵର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଏହି ସେବା ଉତ୍ସର୍ଗୀକୃତ କରାଯାଉଛି। ଏହି କାର୍ଯ୍ୟକ୍ରମର ସମସ୍ତ ବ୍ୟୟ ସ୍ବର୍ଗତ ସାହୁଙ୍କ ପତ୍ନୀ ତଥା ପୂର୍ବତନ କ୍ଲବ ସଭାପତି ଶ୍ରୀମତୀ ବିନ୍ଦୁ ସାହୁ ବହନ କରୁଛନ୍ତି।

କ୍ଲବ ସଭାପତି ଶ୍ରୀ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସେବା କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରୁଛନ୍ତି ସମ୍ପାଦକ ଶୈଳେଶ ଗୋୟଲ, ସୌରଭ ସାହୁ,ସର୍ଭିସ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ଶମ୍ଭୁ ପ୍ରସାଦ ଗୋୟଲ, ନବିନ ଜୈନ,ରାକେଶ ଜୈନ, ସନ୍ତୋଷ ମହାନ୍ତି, ମଦନ ପୃଷ୍ଟି, ଶ୍ରୀକାନ୍ତ ଅଗ୍ରୱାଲ, ଆନନ୍ଦ ଜୈନ,ଲିଓ ସାହିଲ ମେମନ ଏବଂ କ୍ଲବର ଅନ୍ୟାନ୍ୟ ସଦସ୍ୟ। ପ୍ରତିଦିନ ଲାୟନ୍ସ ଡେନ ସମ୍ମୁଖରେ ଦିନ ୧୨.୩୦ ରେ ଏହି ସେବା ପ୍ରଦାନ କରାଯାଉଛି। ଟିଟିଲାଗଡ଼ ରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।

Related Post

ବରୀ ଏବିଭିପି ତତଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ଜନ୍ମ ଦିବସ ପାଳନ।

Posted by - November 21, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ମାଉଣ୍ଡ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣ ରେ ବରୀ ଏବିଭିପି ତରଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି। କାର‌୍ୟ୍ୟକ୍ରମ…

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ

Posted by - September 9, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସେପ୍ଟେମ୍ବର ମାସ ୯ ତାରିଖ ଆଜିର ଦିନରେ ଏହି ଡିଏଭି ମହାବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ଶତାୟୁ ମହିଳାଙ୍କ ପରଲୋକ

Posted by - December 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ବାଲିଝରି ଗ୍ରାମର ସ୍ବର୍ଗତ ଜଗନାଥ ଦାସ ଙ୍କ ସ୍ତ୍ରୀ ତାରା ଦାସ 107 ବର୍ଷ…

ଚଳିତ ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ

Posted by - August 7, 2020 0
ଯାଜପୁର ଅଫିସ: ତା ୬ା୮ : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ…

ମୃତ ବନରକ୍ଷୀଙ୍କ ପରିବାରକୁ ବୌଦ୍ଧ ବନଖଣ୍ଡ ତରଫରୁ ଆର୍ଥିକ ସହାୟତା

Posted by - June 22, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ବନଖଣ୍ଡରେ ବନରକ୍ଷୀ ହିସାବରେ ୨୦୧୨ ଅପ୍ରେଲ ୧୯ ରିଖରେ ଯୋଗଦାନ କରି ରାଣୀସାହି, ସାତଖଣ୍ଡ, ନାଦେନ ଓ ରାୟିକଟା ବିଟ ମାନଙ୍କରେ ସୂଚାରୁ…