ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର l ବାଘର କେଉଁ କାରଣରୁ ମୃତ୍ୟୁ ହୋଇଛି କାରଣ ଜଣାପଡ଼ିନାହିଁ l ବନ ବିଭାଗ ଖବରପାଇ ଘଟଣାସ୍ଥଳକୁ ପହଞ୍ଚି ତତନ୍ତ ଆରମ୍ଭ କରିଛି l
ସକାଳୁ ଜଙ୍ଗଲରେ ବାଘଟିର ମୃତ ଦେହ ପଡ଼ିଥିବା ସ୍ଥାନୀୟ ଅଂଚଳର କିଛି ଲୋକ ଦେଖିଥିଲେ ପରେ ବନ ବିଭାଗ କୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାୀମାନ ପହଞ୍ଚି ବାଘର ମୃତଦେହ କୁ ଜବତ କରି ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି l