ରାୟଗଡା:(ରାମାକାନ୍ତ ପୋଡାଳ) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲାରେ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଗତକାଲି ରାତିରେ ରାୟଗଡ଼ା ଠାରେ ପହଞ୍ଚିଥିଲେ। ଆଜି ସକାଳୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ କୋଲନରା ବ୍ଲକ ଡେଙ୍ଗାସରଗି ଗ୍ରାମକୁ ଯାଇ ବିଭିନ୍ନ କୃଷି ଉତ୍ପାଦନ ଗେଣୃୁ ପୁଂଲ, ମହୁ ଚାଷ ଜମିକୁ ଯାଇ ଦେଖିଥିଲେ। ସେଠାରେ ମହିଳା ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ।
ଏତଦବ୍ୟତୀତ ଡେଙ୍ଗାସରଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହାପରେ ଦେଓପୁର ଓ ସାରାବୁଗୁଡା ଗାଁ ଯାଇ ସେଠାରେ କୁକୁଡ଼ା ଫାର୍ମ ଓ ଛତୁ ଚାଷ ସ୍ଥାନ ବୁଲିଥିଲେ। ରାଜ୍ୟପାଳଙ୍କ ଗସ୍ତ ପାଇଁ ତତ୍ପର ହୋଇ ଉଠିଥିଲା ପ୍ରଶାସନ। ଶାନ୍ତି ଶୃଙ୍ଖଳା ସହିତ ସମସ୍ତ କାର୍ଯ୍ୟ ପରିଦର୍ଶନ ସମାପ୍ତ ହୋଇଛି। ରାଜ୍ୟପାଳ ଲୋକଙ୍କ ସହିତ ଆଲୋଚନା କରି ଖୁସି ପ୍ରକଟ କରିଥିଲେ। ଆଦିବାସୀଙ୍କୁ ଆଦି ଶକ୍ତି ବୋଲି ସମ୍ବୋଧିତ କରିଥିଲେ।