ଅସ୍ପୃଶ୍ୟତା ନିବାରଣ ସଚେତନ କାର୍ଯ୍ୟକ୍ରମ

35 0

ହରଭଙ୍ଗା :(ଚିତ୍ତ ରଂଜନ ସିଂ) ଲୋକ କଳା ବିକାଶ କେନ୍ଦ୍ର ତରଫରୁ sc st development department ର ସହଯୋଗ ରେ ଅସ୍ପୃଶ୍ୟତା ବା ଛୁଆଁ ଅଛୁଆଁ ଭେଦଭାବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ର ପୁରୁଣା କଟକ ଓ କରଞ୍ଜକଟା ଦୁଇଟି ସ୍ଥାନରେ ହୋଇଥିଲା । ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ବାଗ ମହୋଦୟ ଅତିଥି ରୂପେ ଯୋଗଦାନ କରି ଛୁଆଁ ଅଛୁଆଁ ଜାତିଗତ ଭେଦଭାବ , ଅନ୍ଧ ବିଶ୍ବାସ , କୁସଂସ୍କାର , Intercaste mariage ଆଦି ଉପରେ ସଚେତନ କରିଥିଲେ । Intercaste marriage ରେ ସରକାରଙ୍କ ତରଫରୁ ମିଳୁଥିବା ଆର୍ଥିକ ସହାୟତା ଏବଂ ଏହାକୁ ପାଇବା ପାଇଁ କେଉଁ କେଉଁ ମାଧ୍ୟମ ଦେଇ ଯିବାକୁ ହେବ ସେହି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜାତିପ୍ରଥା ଏକ ମାରାତ୍ମକ ବ୍ୟାଧି ଯାହାକି ସମାଜର ପ୍ରଗତି ରେ ବାଧାପ୍ରାପ୍ତ ବୋଲି ଶ୍ରୀଯୁକ୍ତ ନିରଞ୍ଜନ ବାଗ ମହୋଦୟ କହିଥିଲେ। ସାପ କାମୁଡିବା,ବିଜୁଳି ମାରିବା,ଭାଲୁ କାମୁଡାରେ ମେଡିକାଲ ଯିବା ପାଇଁ ପରାମର୍ଶ ଦେଇଥିଲେ।

ତା ସହିତ ପାଲା ମାଧ୍ୟମରେ ମଧ୍ୟ ଏହି ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା କି ସ୍ଥାନୀୟ ଲୋକେ ସହଜରେ ବୁଝିବା ଏବଂ ଗ୍ରହଣ କରିବାରେ ସୁବିଧା ହୋଇଥିଲା! ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ , ୱାର୍ଡ ମେମ୍ବର , ଆଶା , ଅଙ୍ଗନୱାଡ଼ି , CRP , ସ୍ଵୟଂ ସହାୟକ ଗୋଷ୍ଠୀ , ଯୁବକ ସଂଘ ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । କାର୍ଯ୍ୟକ୍ରମ କୁ ପାଲା ଗୋଷ୍ଠୀର ଗାୟକ ମାଧବ ରଣା,ବାୟକ ରଞ୍ଜନ ସେଠୀ, ଶ୍ରିପାଲିଆ ଅଜିତ ସାହୁ,ପାଳିଆ ପ୍ରଫୁଲ୍ଲ ତରିଆ ,ପାଳିଆ ଅଯୋଧ୍ୟା ଅମାତ ପାଲା କୁ ପରିଚାଳନା କରିଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ଅନୁଷ୍ଠାନର ପ୍ରତାପ ମେହେର କରିଥିଲେ। ସୁପ୍ରିୟା ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ବୁଦ୍ଧଦେବ ପ୍ରଧାନ ଏବଂ ଶିଳ୍ପା ରାଣୀ ବେହେରା ସହଯୋଗ କରିଥିଲେ।

Related Post

ଭାରତୀୟ ଶ୍ରୀଶ୍ରୀ ଅଭିରାମ ପରିବାର ଓ ଭୂମିକା ହସ୍ପିଟାଲ ମିଳିତ ସହଯୋଗରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର

Posted by - November 30, 2021 0
ବାଲେଶ୍ୱର/ ବସ୍ତା:ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ର ମଥାନୀ ହୋଲି ପଡିଆ ଠାରେ ମୁତିଆବିନ୍ଦୁ ଚିହ୍ନଟ ଓ ଅପରେସନ ବିନାଶୋଳ୍କରେ କରାଯିବାର ବ୍ଯବସ୍ଥା ହୋଇଅଛି l ଗରିବ…

ବକେୟା ବିଦ୍ୟୁତ ଶୁଳ୍କ ନେଇ ପୁରୁଣାପଡା ଗୌନ୍ତିଆ ଙ୍କ ନାଁରେ ମାମଲା ରୁଜୁ କଲା ଟାଟା ପାୱାର

Posted by - April 25, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ ଟାଟା ପାୱାର ବିଦ୍ୟୁତ ବିତରଣ ହାତକୁ ନେବାପରେ ବକେୟା ବିଦ୍ୟୁତ ବିଲ ଆଦାୟ ଜାରିରହିଛି ।…

ଫ୍ୟାନ ରେ ରସି ଲଗାଇ ଯୁବକ ର ଆତ୍ମହତ୍ୟା

Posted by - June 13, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉଦୟନାଥପୁର ପଂଚାୟତରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା। ସୂଚନାଯୋଗ୍ୟ ଉଦୟନାଥପୁର ଗ୍ରାମର ଗୋବିନ୍ଦ ବେହେରା ବରୀ ବାଲିଆପାଳ…

ମହାନଦୀ ରେ ବୁଡି ଜଣେ ମୄତ

Posted by - January 27, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହରର ମହାନଦୀ କମାଳୀ ବଜାର ଘାଟରେ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଘୁନଘୁଟି ପଡାର…

ଜିଲ୍ଲା ସ୍ତରୀୟ ସର୍ଗିଫୁଲରେ ମେକ୍କା ସେବାଶ୍ରମ ଛାତ୍ରୀ ମାନେ ହେଲେ ପ୍ରଥମ

Posted by - January 13, 2022 0
ମାଥିଲି: (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ସମନୀୟ ଆଦିବାସୀ ବିଭାଗ ଦ୍ୱାରା ଜିଲ୍ଲାର ସମସ୍ତ ସାତଟି ବ୍ଲକରେ ଥିବା ସେବାଶ୍ରାମ ସ୍କୁଲରେ ପ୍ରତ୍ୟେକ ବର୍ଷ ଭଳି ସର୍ଗିଫୁଲ…