Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସେପ୍ଟେମ୍ବର ୧୦ ହେଉଛି ବିଶ୍ଵ ଆତ୍ମହତ୍ୟା ନିରୋଧୀ ଦିବସ , ଏହାର ସମାଧାନ ପାଇଁ ଜନସଚେତନତା ନିତ୍ୟାନ୍ତ ଆବଶ୍ୟକ

191 0

ଟିଟିଲାଗଡ : ( ସଞ୍ଜୟ କୁମାର ନାୟକ) ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ, ଆତ୍ମହତ୍ୟା ଏକ ଦଣ୍ଡନିୟ ଅପରାଧ, ଲୋକେ ଯଦି ନିଜର ଥିବା ସମସ୍ୟାର ସମାଧାନ ଦିଗରେ ରାସ୍ତା ଖୋଜିବେ ତାହେଲେ ଏ ଭଳି ସ୍ଥିତି ଉପୁଜିବ ନାହିଁ ବୋଲି ମନସ୍ତତ୍ତ୍ୱବିତ ମାନେ ପରାମର୍ଶ ଦେଉଛନ୍ତି। କୌଣସି ବିଷୟକୁ ଗୁରୁତର ସହିତ ଚିନ୍ତା ନ କରି କେଉଁ କାର୍ଯ୍ୟ କଲେ ଚିନ୍ତାରୁ ମୁକ୍ତି ମିଳିବ ? ମନକୁ କିପରି ହାଲୁକା କରିବେ ସେ ଦିଗରେ ନିଜର ମସ୍ତିଷ୍କକୁ ବୁଝାନ୍ତୁ, ଲୋକଙ୍କ ପାଇଁ ଗୋଟିଏ ଜିନିଷ ବୁଝିବାର ଅଛି ଯେ ସଂସାରରେ ଯଦି ଭଗବାନ/ ସୃଷ୍ଟି କର୍ତ୍ତା ଆମକୁ ମଣିଷ ରୂପରେ ଜନ୍ମ ଦେଇଛନ୍ତି ବଞ୍ଚିବାକୁ, ତାହେଲେ ଅତ୍ୟଧିକ ଚିନ୍ତା ଆମ ଉପରେ ହାବି ହୋଇଯିବ, ଯଦି ପେଟ ଅଛି ତାହେଲେ ଖାଦ୍ୟ ବି ଆମକୁ ହିଁ ଯୋଗାଡ କରିଵାକୁ ପଡ଼ିବ, ସେହିପରି ଜୀବନରେ ଯାହା ବି ସମସ୍ୟା ରହିଛି ତାହାର ସମାଧାନ ବି ନିଶ୍ଚିତ ରହିଛି, ହୁଏ ତ ଖରାପ ସମୟ ଆସିଛି କିନ୍ତୁ ତାହାର ବି ନିଷ୍କର୍ଷ ଆମକୁ ହିଁ କାଢ଼ିବାକୁ ପଡିବ।

 

ସେଥିପାଇଁ ମନକୁ ସୁଦୃଢ଼ କରି ଭଲ କାମ କରି ସମାଜରେ ମୁଣ୍ଡ ଟେକି ବଞ୍ଚିବା ଶିଖିବା। ଆଜିକାଲି ବହୁତ ଘଟଣା ନିଜର ଲାଇଫ ଷ୍ଟାଇଲକୁ ନେଇ ଯୁବ ପିଢ଼ି ବେଶ ଭୁଲ ବାଟରେ ଯାଉଛନ୍ତି, ସମସ୍ତଙ୍କୁ ଷ୍ଟାଟସ ମେନଟେନ୍ କରିବାର ଅଛି, ସେଥିପାଇଁ କିଛି ୟଙ୍ଗଷ୍ଟାର ଭୁଲ ବାଟରେ ଯାଉଛନ୍ତି। ମୂଖ୍ୟ ସମସ୍ୟା ଭିତରୁ ଅନ୍ୟ ଲୋକଙ୍କ ଭୋଗ ବିଳାସ ଜୀବନ ଦେଖି ଈର୍ଷା ନ କରି ନିଜ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟି ଲାଭ କରିବା କୌଶଳ ଯିଏ ଆପଣେଇ ପାରିବ ସିଏ ହିଁ ବିଜୟ ଲାଭ କରିବ, ନିଜର ସୁଖୀ ଜିବନ ବିତାଇବା ପାଇଁ ଭଲ ଭାବରେ ଚିନ୍ତା କରି ଭଲ ପ୍ଲାନ କରି ଧୀରେ ଧୀରେ ଆଗକୁ ନିଜର ଲକ୍ଷ୍ୟ ସ୍ଥଳିରେ ପହଞ୍ଚିବା ପାଇଁ କାର୍ଯ୍ୟ କଲେ ଏବଂ ନିଜ ପରିଶ୍ରମ ଜାରି ରଖିବା ହିଁ ସଫଳତା ପାଇବାର ମୂଳମନ୍ତ୍ର ଅଟେ। ଏହା କଲେ ବହୁତ ମାତ୍ରାରେ ମାନସିକ ସ୍ତରରେ ଦୃଢ଼ ହୋଇ ପାରିବା। ସେପ୍ଟେମ୍ୱର ୧୦ କୁ ବିଶ୍ଵ ଆତ୍ମହତ୍ୟା ନିରୋଧି ଦିବସ ରୁପେ ଲୋକେ ଜାଣନ୍ତି।

ପ୍ରତିଦିନ ପାଖାପାଖି ୧୫ ଜଣ ମଣିଷ ଆତ୍ମହତ୍ୟା କରୁଛନ୍ତି। ଦିନକୁ ଦିନ ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତା କରି, ଦୁଶ୍ଚିନ୍ତାର ଶିକାର ହୋଇ,ନିଜର ମସ୍ତିଷ୍କର ଭାରସାମ୍ୟ ହରାଇ କରୁଛନ୍ତି ଆତ୍ମହତ୍ୟା। ୨୦୨୦ ରେ ୫୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ସେ ଭିତରୁ କେବଳ ରାଜଧାନୀରେ ୩୧୦ ଜଣ, ୨୦୨୧ ମସିହାରେ ୫୬୫୧ ଜଣ ଆତ୍ମହତ୍ୟା କରିଥିବା ତଥ୍ଯ ସାମ୍ନାକୁ ଆସିଛି।ତେବେ ଲୋକେ ଆତ୍ମହତ୍ୟା କରୁଥିବାର ପ୍ରକୃତ ଘଟଣା ଯାହାକି ସାମ୍ନାକୁ ଆସିଛି ସେ ଭିତରୁ ପ୍ରାୟତଃ ଆର୍ଥକ ସ୍ଥିତି ଦୁର୍ବଳ, ଧାର କରଜ ବଢିବା, ପ୍ରେମରେ ବିଫଳତା ଜନିତ, ନିଶାଶକ୍ତ ବ୍ୟକ୍ତି ନିଶା ନ ଖାଇ ପାରିଲେ, ଅନ୍ୟ ଲୋକଙ୍କ ଜୀବନ ଶୈଳୀ ଦେଖୀ ନିଜେ ତାହା କରିବା, ଟିକେ କଥାକୁ ମନରେ ରଖି ବେଶି ଚିନ୍ତା କରିବା ଭଳି ସ୍ଥିତି ପାଇଁ ହିଁ ଏହି ଆତ୍ମହତ୍ୟାର ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

କେବଳ ସାଧାରଣ ଗରିବ ବର୍ଗ ଲୋକଙ୍କ କ୍ଷେତ୍ରରେ ଏହା ଦେଖା ଯାଉନି, ଅତି ଧନି ବର୍ଗର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟୁଛି, ସରକାରି ଚାକିରିଆ, ଅଣ ସରକାରୀ ଚାକିରୀଆ, ବ୍ୟବସାୟୀ ବି ବାଦ୍ ପଡୁ ନାହାନ୍ତି। କିଛି ଦିନ ତଳେ ଲୋକଙ୍କୁ ନ୍ୟାୟ ଦେଉଥିବା ଅଧିକାରୀ ଜଣେ ମାଜିଷ୍ଟ୍ରେଟ, ଗଞ୍ଜାମ ଜିଲ୍ଲାର ଜଣେ ଥାନାଧିକାରୀ ଶ୍ରୀ ଦେବ କୁମାର ଗମାଙ୍ଗ, ସବଇନ୍ପେପେକ୍ଟର ସ୍ୱାଗତିକା ବେହେରା ଭଳି କାର୍ଯ୍ୟରତ ପୋଲିସ ଅଧିକାରି ମଧ୍ୟ କାମ ବୋଝରେ ଆତ୍ମ ହତ୍ୟା କରିବା ଘଟଣା ସାମନାକୁ ଆସିଛି। ତେଣୁ କର୍ଯ୍ୟିଭାର, ହେଉ କି ଋଣଭାର, କି କୌଣସି କଥାରେ କାହାକୁ ତାଛଲ୍ୟ କରିବା ବି ଏହାର ମୂଖ୍ୟ କାରଣ ପାଲଟିଛି। ସମସ୍ତ ନାଗରିକ ନିଜେ ସଚେତନ ହେବା ସହ ମାନସିକତାରେ ପରିବର୍ତ୍ତନ ଆଣିବେ ତାହେଲେ ହିଁ ଏଭଳି ଘଟଣା ଘଟିବାରେ ସଂଖ୍ୟା କମିପାରିବ,କଥା ଆମର ବିଚାର ଆପଣଙ୍କର। ଥରେ ବିଚାର କରି ନିଜର ଏବଂ ଅନ୍ୟ ଲୋକଙ୍କ ବହୁ ମୂଲ୍ୟ ଜିବନ ବଞ୍ଚାନ୍ତୁ ।

Related Post

ଲକଡାଉନ୍ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ, ବଡ଼ଚଣା ଥାନା ଅଧିକାରୀ ଙ୍କ ନାମରେ ମାମଲା ରୁଜୁ

Posted by - April 19, 2020 0
ପୁରୀ:(ସମୀର ରଞ୍ଜନ ନାୟକ) ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଜଣେ ପୋଲିସ ଅଧିକାରୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କଟକଣା ଭାଙ୍ଗି ଯାଜପୁର…

ବାରଙ୍ଗରେ ଭାରତ ବନ୍ଦର ପ୍ରଭାବ

Posted by - September 28, 2021 0
ବାରଙ୍ଗ:(ସନ୍ତୋଷ ରାଉତ)କୃଷି ଆଇନକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଅବସରରେ ଆଜି ବାରଙ୍ଗ ବ୍ଲକ ଅଫିସ…

ନନ୍ଦନକାନନରରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

Posted by - July 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଆଜି ଜୁଲାଇ ୨୯.ବିଶ୍ବ ବ୍ୟାଘ୍ରଦିବସ, ଏହି ଦିବସ ଅବସର ରେ ବାଘ ମାନଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା କୁ ଦୃଷ୍ଟି ରେ ରଖି ସାରା…

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ସୋନପୁର::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ…