ଶିକ୍ଷା ବିକାଶ ସମିତି କଳାହାଣ୍ଡି ପକ୍ଷରୁ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳା ୨୦୨୨ ଉଦଯାପିତ

66 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ଶିକ୍ଷା ବିକାଶ ସମିତି କଳାହାଣ୍ଡି ବିଭାଗ ପକ୍ଷରୁ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ତ୍ରି ଦିନାତ୍ମକ ଜ୍ଞାନ ବିଜ୍ଞାନ ମେଳା ୨୦୨୨ ଉଦଯାପିତ ହୋଇଯାଇଛି। ଓଁକାର ମାଁ ବଗ୍ଦେବୀ, ମାଁ ଭାରତୀ ଙ୍କୁ ପୂଜା, ବନ୍ଦନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଧାନ ଆଚାର୍ଯ୍ଯ ବିଶ୍ଵ ଜୀବନ ପାଢି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ଉପସଭାପତି ମୀନା କୁମାରୀ ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନିଜ ବକ୍ତବ୍ୟ ମାଧ୍ୟମରେ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଆହୁରି ଉନ୍ନତି କରିବାକୁ ଆହ୍ଵାନ ଦେଇଥିଲେ।

କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଜିତେନ୍ଦ୍ର ନାରାୟଣ ସିଂହଦେଓ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିର ଦ୍ଵାରା ପ୍ରଦତ୍ତ ଉଚ୍ଚ ଗୁଣାତ୍ମକ ଶିକ୍ଷା ଓ ସଂସ୍କାର ଅତ୍ୟନ୍ତ ପ୍ରଶଂଶନୀୟ, ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ଏହା ବିଶେଷ ଭୂମିକା ଗ୍ରହଣ କରୁଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ମୁଖ୍ୟବକ୍ତାଭାବେ ଯୋଗଦେଇ ଦକ୍ଷିଣ ସମ୍ଭାଗ ସଭାପତି ରୁପ ସିଂ ରାଉତ ସୁନ୍ଦର ଗଲ୍ପ ମାଧ୍ୟମରେ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଏଇ ଓଡିଶା ସହ ସମ୍ପାଦକ ତଥା ରାଜ୍ଯ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହ ଜିଲ୍ଲା ପ୍ରମୁଖ ମନ୍ମଥ କୁମାର ମିଶ୍ର ବିବରଣୀ ପାଠ କରିଥିଲେ।ପରିଚାଳନା କମିଟି ସମ୍ପାଦକ ଦିବାକର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସୁଭଦ୍ରା ମୁଣ୍ଡିକା, ମୁଖ୍ୟବକ୍ତାଭାବେ ଶିଶୁ ବାଟିକା ସଂଯୋଜକ ପ୍ରଦୀପ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବିଭାଗ ପ୍ରମୁଖ ଗରିବ ସୁନାନୀ, ସମାଜସେବୀ ପ୍ରଦ୍ୟୁମ୍ନ ପଣ୍ଡା, କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ସଙ୍କୁଳ ପ୍ରମୁଖ ଶ୍ରୀବଲ୍ଲଭ ନାଏକ, ସାମ୍ବାଦିକ ଅସରଫ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ। ଆଚାର୍ଯ୍ଯ ସୁଧାକର ପଣ୍ଡା ମଂଚ ପରିଚାଳନା କରିଥିଲେ। ଆଚାର୍ଯ୍ୟ ସୁରଜିତ୍ ଖମାରି ଙ୍କ ସହ ମିଳିତ ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଓ ବନ୍ଦନା ଗାନ କରିଥିଲେ। ଜ୍ଞାନ ବିଜ୍ଞାନ ମେଳା ରେ ୧୬ ଟି ସରସ୍ଵତୀ ଶିଶୁ ମନ୍ଦିର ର ୧୨୬ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଉଦଯାପନୀ ଉତ୍ସବରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଭିନ୍ନ ଶିଶୁମନ୍ଦିର ରୁ ଆସିଥିବା ଆଚାର୍ଯ, ଅଚାର୍ଯ୍ଯା ସମେତ ଜୟପାଟଣା ଶିଶୁବିଦ୍ୟାମନ୍ଦିର ର ଆଚାର୍ଯ୍ଯ ଆଚାର୍ଯ୍ୟା ଓ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

Related Post

ଅଂଚଳରେ ପରିଚିତ ଥିବା ବେଲାରାଣି ନର୍ସ ଙ୍କ ୯୫ ବର୍ଷ ରେ ପରୋଲକ

Posted by - July 16, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ବେଲାରାଣି ବୋଷ୍ ଙ୍କ (୯୫) ବର୍ଷ ରେ ପରୋଲକ ହୋଇଥିବା ନେଇ ପରିବାର…

ଅଙ୍ଗନବାଡି କର୍ମୀ ଙ୍କ ଜନହିତକର କାର୍ଯ୍ୟକ୍ରମ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ଅଧିନସ୍ଥ ଘୋଟିଆ ଗ୍ରାମ ଅଙ୍ଗନବାଡି କର୍ମୀ ଙ୍କ ଜନହିତକର କାର୍ଯ୍ୟ ପାଇଁ ଲୋକଙ୍କ ପ୍ରସଂଶା…

ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

Posted by - December 22, 2019 0
ଯାଜପୁର: ତା୨୨/୧୨/୧୮ ରିଖ ରବିବାର ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା…

ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଜିଲ୍ଳା ର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡୁମ୍ଵେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ…

ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା

Posted by - March 21, 2021 0
ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ…