ବୌଦ୍ଧ:(ଚିତ୍ତ ରଂଜନ ସିଂ) ଆଜି ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ ରବୀନ୍ଦ୍ରନାଥ କହଁର କାର୍ଯ୍ୟରେ ଯୋଗ ଦେଇଛନ୍ତି। ହରଭଙ୍ଗା ବ୍ଲକରେ ଥିବା ବି.ଡି.ଓ ସ୍ମିତା ରଥ ଙ୍କୁ ଭୁବେନେଶ୍ୱର ବଦଳି ହୋଇଥିବା ଫଳରେ ୧୦ ଦିନ ପରେଆଜି ହରଭଙ୍ଗା ବ୍ଲକର ନୂତନ ବି.ଡି.ଓ ଭାବେ ଶ୍ରୀ କହଁର ଯୋଗ ଦେଇଛନ୍ତି। ବି.ଡି.ଓ ଶ୍ରୀ କହଁର କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ବି.ଡି.ଓ ଭାବେ କାର୍ଯ୍ୟ କରୁଥିଲେ। ଆଜି ଶ୍ରୀ କହଁର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ବ୍ଲକର କର୍ମଚାରୀ ମାନେ ନୂତନ ବି.ଡି.ଓ ଙ୍କୁ ସ୍ୱାଗତ କରିଥିଲେ। କର୍ମଚାରୀ ଓ ଜନସାଧାରଣ ଙ୍କ ସହଯୋଗରେ ହରଭଙ୍ଗା ବ୍ଲକର ସମସ୍ତ ଉନ୍ନୟନ କାମ ଅଗ୍ରଗତି ହେବ ବୋଲି ସେ ମତପ୍ରକାଶ କରିଥିଲେ।
