ରାୟଗଡା ବନ ବିଭାଗ ଅଧିକାରୀ D F O ଙ୍କ ନାଲି ଆଖି

91 0

ରାୟଗଡା:(ରମାକାନ୍ତ ପୋଢଳ )ଦାବିପତ୍ର ପ୍ରଦାନ ବେଳେ ରାୟଗଡା D F O ଙ୍କ ନାଲି ଆଖି,ଏହିପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ବନ ବିଭାଗ କାର୍ଯ୍ୟାଳୟ ଠାରେ ଆଜି ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ପ୍ରତାପ ପୁଆଲା ଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ଚାଷୀ ମାନେ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ,ଉକ୍ତ ଦାବିପତ୍ର ବେଳେ DFO ଙ୍କ ସାମନାରେ ବନ ବିଭାଗର ଦୁର୍ନୀତିର ମୁଖା ଖୋଲିବାରୁ DFO ନିଜେ ରାଗିଯାଇ ଅଫିସ ବାହାରକୁ ଚାଲି ଯିବାପାଇଁ ତାଗିଦ କରିଥିଲେ।

ଏହି ଦାବିପତ୍ର ରେ ଉଲେଖ ଯେ ମନରେଗା ଯୋଜନା ରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପରିବେଶ ପ୍ରଦୂଷଣ ରଖିବା, ଜଙ୍ଗଲ ବୃଦ୍ଧି ପାହାଡ଼ ରେ ଗଛ ଲଗାଇବା ପାଇଁ ବନ ବିଭାଗ କୁ ପ୍ରଦାନ କରିଛନ୍ତି, କିନ୍ତୁ ଜଙ୍ଗଲ ବିଭାଗର ମନମୁଖୀ କାର୍ଯ୍ୟା ଯୋଗୁ ଶତକଡା ୧୦ ଭାଗ ଗଛ ଲଗା ଯାଉଛି ବାକିତକ ଗଛ ଖାଲି ଖାତା କଲମରେ ଲଗା ହେଉଥିବା ଅଭିଯୋଗ ହୋଇଛି।

ଏହି ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଲୋକାଙ୍କୁ ଅଶିକ୍ଷିତ ଦେଖି ବନ ବିଭାଗ କର୍ମଚାରୀ ମାନେ ଏହାର ଫାଇଦା ଉଠଉଛନ୍ତି ଯାହା ଫଳରେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି, ଜଙ୍ଗଲ ବୃଦ୍ଧି ହେଉନି ଖରା ଦିନେ ଆସିଲେ ଏହି ଅଂଚଳବାସି ନାହିଁ ନ ଥିବା ଅସୁଭିଧାରେ ସମୁଖୀନ ହେଉଛନ୍ତି।

ଏହାକୁ ଦୁଷ୍ଟିରେ ରଖି ଚାଷୀ ଏକତା ପରିଷଦ ସଭାପତି ପ୍ରତାପ ପୁଆଲା କହିଛନ୍ତି ।ଦୁର୍ନୀତି ରେ ଯୋଉ ସବୁ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ସେ ମାନଙ୍କୁ ଯଥା ଶୀଘ୍ର କାର୍ଯ୍ୟା ଅନୁଷ୍ଠାନ ନିଆଯାଉ ବୋଲି ଉକ୍ତ କାର୍ଯ୍ୟକ୍ରମ ରେ ଚାଷୀ ଏକତା ପରିଷଦ ର ସାଧାରଣ ସମ୍ପାଦକ ଶଙ୍କର ନାଇଡୁ ସାଙ୍ଗଠନିକ ସମ୍ପାଦକ ପ୍ରିତମ କୁମାର,ସମ୍ପାଦକ କଟେଶ ଗାଣ୍ଟା, ଧର୍ମେନ୍ଦ୍ର ଙ୍କ ସହ ବିଭିନ୍ନ ପଞ୍ଚାୟତ ରୁ କର୍ମୀ ମାନେ ଉପସ୍ଥିତି ଥିଲେ

Related Post

ଯାଜପୁର ଜିଲାରେ ବିଭିନ୍ନ ଦଳର ପକ୍ଷରୁ ୪ ଜଣଙ୍କର ନାମାଙ୍କନ ପତ୍ର ଦାଖଲ

Posted by - April 4, 2019 33
ଯାଜପୁର:୦୩/୦୪(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ରେ ଆଜି ଦ୍ୱିତିୟଦିନରେ ବିଭିନ୍ନ ଦଳର ନେତା ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାଜପୁର ବିଧାନସଭା ଆସନ…

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାସ ଚୌହାନ

Posted by - March 26, 2019 0
ଭୁବନେଶ୍ୱର:୨୬/୦୩/୧୯ ବିଜେପି ଛାଡ଼ିଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ। ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସୁବାସ ଆଜି ଦଳରୁ…

ନବରଙ୍ଗପୁର ରେ ଗୁରୁଦିବସ ଓ ଶିକ୍ଷକ ସମର୍ଦ୍ଧନା ଉତ୍ସବ ପାଳିତ

Posted by - September 6, 2021 0
ନବରଙ୍ଗପୁର :(ଗୋପାଳ ରାଓ )ନବରଙ୍ଗପୁର DIET ଅନୁଷ୍ଠାନ ରେ ଆଜି ନବରଙ୍ଗପୁର ଶିକ୍ଷକ ମାନଙ୍କ ଦ୍ୱାରା ଗୁରୁଦିବସ ଓ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦନା ଏବଂ…

ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ଗିରଫକୁ ପ୍ରତିବାଦ ସହ ଦୃଢ଼ ନିନ୍ଦା କଲା ଟିଟିଲାଗଡ଼ ସାମ୍ୱାଦିକ ସଂଘ

Posted by - July 4, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସ୍ଥାନୀୟ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଟିଟିଲାଗଡ଼ ସାମ୍ୱାଦିକ ସଙ୍ଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏକଛତ୍ରବାଦ ଶାସନ…

ବିଦ୍ୟାଳୟ ଆସୁନାହାନ୍ତି ୧୮ ଲକ୍ଷ ଛାତ୍ରଛାତ୍ରୀ : ଗଣଶିକ୍ଷା ବିଭାଗକୁ ଘାରିଲା ଡ୍ରପ୍ଆଉଟ ଚିନ୍ତା

Posted by - May 16, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଗଣଶିକ୍ଷା ବିଭାଗକୁ ପୁଣି ଘାରିଛି ଡ୍ରପ୍ଆଉଟ୍ ଚିନ୍ତା l ବିଦ୍ୟାଲୟକୁ ଆସୁନାହାନ୍ତି ସତ ପ୍ରତିସତ ଛାତ୍ରଛାତ୍ରୀ l କରୋନା…