ନୂଆଁଖାଇ ଭେଟଘାଟ ପାଇଁ ଟିଟିଲାଗଡ ନାଗରିକ ମଞ୍ଚ ତରଫରୁ ଲାୟନ୍ସ ଡେନରେ ପ୍ରସ୍ତୁତି ବୈଠକ

49 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡରେ ବିଗତ କିଛି ବର୍ଷ ହେବ ଗୋଟିଏ ଜାଗାରେ ସର୍ବଜାନିଜ ଭାବେ ନୂଆଁଖାଇ ଭେଟଘାଟ ପାଳନ ହୋଇପାରୁ ନାହିଁ, ସେମିତି ବି ଦୁଇ ବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଲୋକେ ବାନ୍ଧି ହୋଇ ରହିଥିଲେ। ଯେହେତୁ ସବୁ ଜାଗାରେ ଏହି ନୂଆଁଖାଇ ଭେଟଘାଟ ପାଳନ କରାଯାଉଛି ଟିଟିଲାଗଡ ରେ କାହିଁକି କରିବାନି, ସେଥିପାଇଁ ଟିଟିଲାଗଡ ନାଗରିକ ମଞ୍ଚର ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ ସ୍ଥାନୀୟ ଲାୟନ୍ସ ଡେନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏଥିରେ ସହରର ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ। ଟିଟିଲାଗଡ ନାଗରିକ ମଞ୍ଚର ଆବାହକତ୍ୱରେ ସହରର ଗୋଟିଏ ଜାଗାରେ ସବୁ ବର୍ଗର ଲୋକଙ୍କ ସହ ମିଶି ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏ ବର୍ଷ ଏହି ମାସ ୧୮ ତାରିଖରେ ନୂଆଁଖାଇ ଭେଟଘାଟ କରିବାକୁ ସ୍ଥିରୀକୃତ ହୋଇଛି।ଏହି ବୈଠକରେ ଟିଟିଲାଗଡ ସହରର ସୁନାମ ଧନ୍ୟ ତଥା ସହର ପାଈଁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି, ଏତଦ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ ଅଞ୍ଚଳର କଳାକାରଙ୍କ ଦ୍ଵାରା ସବୁ କାର୍ଯ୍ୟକ୍ରମ କରାଯିବାକୁ ସ୍ଥରିକୃତ ହୋଇଛି।

ଏହି ବୈଠକରେ ନାଗରିକ ମଞ୍ଚର ସାଧାରଣ ସଂପାଦକ ମୋହନ ଲାଲ ଜୈନ, ପଦ୍ମନାଭ ବେହେରା,ସାଙ୍ଗଠନିକ ସମ୍ପାଦକ ଶ୍ରୀ ମନୋଜ ହାତି, ସମ୍ପାଦକ ଦିପକ ସମ।ଦ୍ଦ।ର,ଲାୟନ୍ସ କ୍ଲବ ସଭାପତି ଶ୍ରୀ ଲିଙ୍ଗରାଜ ସାହୁ, ସର୍ଭିସ ଚେୟାର ପର୍ସନ ଶ୍ରୀ ସଞ୍ଜୟ କୁମାର ନାୟକ, ଲିଓ କ୍ଲବ ଜୋନାଲ ଚେୟାର ପର୍ସନ ସାହିଲ୍ ମେମନ୍, ଜେସିଆଇ ଶୈଳେଶ ଗୋୟଲ, ମାରୱାଡି ଯୁବା ମଞ୍ଚ ରାଜା କମାନି, ନାରୀ ଶକ୍ତିର ସଭାପତି ଶ୍ରୀମତୀ ଅଞ୍ଜଳି ବେହେରା, ଟିଟିଲାଗଡ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସମ୍ପାଦକ ଗୋପାଲ ଜୈନ, ମହିଳା ମଣ୍ଡଳର ସଦସ୍ୟ ଗାୟତ୍ରୀ ଜୈନ, ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖାର ସଭାପତି ଦୀପେସ ଜୈନ, ନାଗରିକ ମଞ୍ଚର ସଦସ୍ୟା ଶ୍ରୀମତୀ ନିରୁପମା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ମନୋଜ ହାତୀ।

Related Post

ସାହିତ୍ୟ ପରିବାର ପକ୍ଷରୁ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସଵ ଅନୁଷ୍ଠିତ

Posted by - May 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିରଜା ମହିଳା ମହାବିଦ୍ୟାଳୟ ଠାରେ ସାହିତ୍ୟ ସଂଗଠନ ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ସାରସ୍ୱତ ସମାରୋହ ଓ…

ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା

Posted by - January 20, 2020 0
ଭୁବନେଶ୍ୱର  : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା। ବାଇକ୍‌ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍‌ରେ…

ଫର୍ନିଚର ଦୋକାନ ଉପରେ ଜିଏସଟି ଚଢାଉ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ଦୀର୍ଘଦିନ ଧରି ଠକି ଆସୁଥିଲେ GST । ବଡ ଧରଣର ଟିକସ ଫାଙ୍କି ଥିବା ଅଭିଯୋଗ ରେ ସମ୍ବଲପୁର ସହରର ଏକ ଫର୍ନିଚର ଗୋଦାମରେ ଜିଏସଟି…