Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଗଡୁନି ଟ୍ରାକ୍ଟର, ମିଳୁନି ବାଲି ଗୋଡ଼ି, ବାରମ୍ଵାର ଫାଇନ ଆଦାୟକୁ ନେଇ ଟ୍ରାକ୍ଟର ମାଲିକ ଅସନ୍ତୋଷ, ରାଜସ୍ବ ହାନିର ଆଶଙ୍କା

153 0

ରାୟଗଡ଼ା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ତହସିଲ୍ ଅନ୍ତର୍ଗତ ଅମ୍ବାଦଳା ଅଞ୍ଚଳରେ ଆଜକୁ ୮ ଦିନ ହେଲାଣି ଟ୍ରାକ୍ଟର ଚାଲୁ ନଥିବାରୁ ଲୋକଙ୍କ ପାଖରେ ବାଲି ଗୋଡ଼ି ପହଞ୍ଚି ପାରୁନାହିଁ, ଯାହାକି ସାଧାରଣ ଲୋକଙ୍କୁ ମିଳିଥିବା ଆବାସ୍ ଯୋଜାନା ରେ ଗୃହ ନିର୍ମାଣ ଅଧ ବାଟରେ ଅଟକି ରହିଥିବା ହିତାଧିକାରୀ ମାନେ ଅଭିଯୋଗ କରିବା ସହ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ଖବର ରୁ ଜଣାପଡ଼ିଛି ଯେ ଅମ୍ବାଦଳା ଅଂଚଳରେ ଥିବା ନଦୀ ରେ ବାଲି ଗଚ୍ଛିତ ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଲିଜ୍ ଦିଆଯାଉନାହିଁ, କିମ୍ବା ରାଜସ୍ବ ଆଦାୟ କରାଯାଇ ଟ୍ରାକ୍ଟର ମାଲିକ ମାନଙ୍କୁ ବାଲି ଚାଲାଣ କରିବା ପାଇଁ କୌଣସି ଅନୁମତି ମିଳୁନାହିଁ। ଲୋକଙ୍କ ଅତି ଆବଶ୍ୟକୀୟ ମୌଳିକ ସୁବିଧା ଆବାସ ଯୋଜନା ରେ ନିର୍ମାଣ ଘର ପାଇଁ ହେଉ କିମ୍ବା ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ବାଲି ଦରକାର୍ ପଡ଼ିଲେ ଟ୍ରାକ୍ଟର ମାଲିକ ମାନେ ଉକ୍ତ ସ୍ଥାନକୁ ବାଲି ଯୋଗାଇ ଦେଉଥିବା ବେଳେ ତହସିଲଦାର ହୁଅନ୍ତୁ କିମ୍ବା ରାଜସ୍ବ ନିରୀକ୍ଷକଙ୍କ ହାତରେ ଧରାପଡ଼ି ଅଧିକରୁ ଅଧିକ ଫାଇନ ମଧ୍ୟ ଦେଇ ଥାନ୍ତି।

ଗୋଟିଏ ଟ୍ରିପ ବାଲିର ଦାମ ଯେତିକି ତାହାର ଗୁଣ ଫାଇନ ଦେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଟ୍ରାକ୍ଟର ମାଲିକ ମାନେ। ବାରମ୍ଵାର ଗୋଟିଏ ଗୋଟିଏ ଟ୍ରାକ୍ଟର ମାଲିକ ଠାରୁ ଅଧିକରୁ ଅଧିକ ଫାଇନ ଆଦାୟ ହେଉ ଥିବାରୁ କିଛି ଟ୍ରାକ୍ଟର ମାଲିକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ରାକ୍ଟର ଗୁଡ଼ିକ ବିକ୍ରି କରି ଦେଉଥିବା ଖବର ସାମ୍ନା କୁ ଆସିଛି। ବର୍ତମାନ ଫାଇନ ଆଦାୟ ରେ ଅତିଶୟ ହେବାରୁ ଟ୍ରାକ୍ଟର ମାଲିକ ମାନେ ୬ ଦିନ ହେଲାଣି ଟ୍ରାକ୍ଟର ଗୁଡ଼ିକ ବନ୍ଦ ରଖିଛନ୍ତି। ଯାହାକୁ ବେଇ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିବା ସହ ଟ୍ରାକ୍ଟର ମାଲିକଙ୍କୁ ନେଇ ଅଞ୍ଚଳ ବାସୀ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ, ଡ୍ରାଇଭର, ଶ୍ରମିକଙ୍କ ସହ ଅଞ୍ଚଳ ବାସି ଉପସ୍ଥିତ ରହିଥିଲେ। ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ହିତାଧିକାରୀଙ୍କୁ ବାଲି ଗୋଡ଼ି ମିଳି ପାରୁନଥିବାରୁ ସେମାନଙ୍କୁ ମିଳିଥିବା ଆବାସ ଯୋଜନା ନିର୍ମାଣ ଅଧାରେ ଅଟକିଥିବା ଅଭିଯୋଗ କରିଥିଲେ। କିନ୍ତୁ ଗାଡି ମାଲିକ ମାନେ ଅତ୍ୟଧିକ ଫାଇନ ଦେଇ ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ନହେଲେ ଟ୍ରାକ୍ଟର ଗଡିବ ନାହିଁ ବୋଲି ଗଣମାଧ୍ୟମ କୁ ଜଣାଇବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରାକ୍ଟର ଗୁଡିକ ବନ୍ଦ ରଖିଛନ୍ତି।

ଯଦି ଏହିପରି ଭାବେ ଆଉ କିଛିଦିନ ଟ୍ରାକ୍ଟର ଗୁଡିକ ବନ୍ଦ ରହିବ ସମସ୍ତ ଜନ ଜୀବନ ଉପରେ ପ୍ରଭାବ ପକାଇବ ବୋଲି କିଛି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି। କାରଣ ଟ୍ରାକ୍ଟର ନଚାଲିବା ଦ୍ଵାରା ବାଲି ଗୋଡ଼ି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅସୁବିଧା ହେଉଛି, ଯାହାକୁ ନେଇ ହିତାଧିକାରୀଙ୍କ ସମେତ ଶ୍ରମିକ ମାନେ ମଧ୍ୟ ରୋଜଗାର ପାଇବାରେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଅଞ୍ଚଳର ଟ୍ରାକ୍ଟର ଗୁଡିକ ବନ୍ଦ ହେବା ଦ୍ବାରା ରାଜସ୍ବ ହାନି ହେବାର ମଧ୍ୟ ଆଶଙ୍କା ରହୁଛି।ତେଣୁ ଯଥାଶୀଘ୍ର ପ୍ରଶାସନ ଅଞ୍ଚଳର ବିକାଶ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଗରିବ ହିତାଧିକାରୀଙ୍କ ଦୁଃଖ କୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରିବାପାଇଁ ଟ୍ରାକ୍ଟର ମାଲିକ, ହିତାଧିକାରୀ, ଶ୍ରମିକଙ୍କ ସହ ଅଞ୍ଚଳ ବାସି ଅନୁରୋଧ କରିଛନ୍ତି । ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ ଡ୍ରାଇଭର ଙ୍କ ସମେତ ଅଞ୍ଚଳର ଶ୍ରମିକ ମାନେ ଉପସ୍ଥିତ ରହିଥିଲେ।

Related Post

ବାଲିଗୁଡା ଅଞ୍ଚଳରେ ମାଓ ପୋଷ୍ଟର, ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ

Posted by - May 19, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କିଛିଦିନ ର ନିରବତା ପରେ ଫୁଲବାଣୀ ଜିଲ୍ଲାରେ ପୁଣି ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ।…

ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଜଣେ ଗୁରୁତର

Posted by - February 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଜଣେ ଗୁରୁତର lଏପରି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତ…

ଏକରୀ କାଳେଶ୍ଵରୀ ଶିବ ମନ୍ଦିର ରେ ପାଞ୍ଚପ୍ରହାରୀ ତ୍ରିନାଥ ମେଳା ଅନୁଷ୍ଠିତ

Posted by - September 13, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝଟାବାଲ ପଂଚାୟତ ଏକରୀ ର କାଳେଶ୍ଵରୀ ଶିବ ମନ୍ଦିର ରେ ପାଞ୍ଚ ପ୍ରହାରୀ ତ୍ରିନାଥ ମେଳା ଅନୁଷ୍ଠିତ…

ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ମୋ ସରକାର ହେଲ୍ପ ଡେସ୍କ

Posted by - February 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ପଂଚାୟତିରାଜ ବିଭାଗ କୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ…