ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

65 0

ସୋନପୁର: (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ‘ଆର୍ନ୍ତଜାତୀୟ ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ’ ପାଳିତ ହୋଇଯାଇଛି। ଏଥିରେ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇ ପବନକୁ ସୀମା ମଧ୍ୟରେ ଅଟକାଇ ହେବ ନାହିଁ। ତେଣୁ ସ୍ଵଚ୍ଛ ପବନ ପାଇଁ ତଥା ବାୟୁ ପ୍ରଦୁଷଣ ରୋକିବା ଦିଗରେ ସମସ୍ତେ ବ୍ୟକ୍ତଗତ ସ୍ତରରୁ ଉଦ୍ୟମ ଆରମ୍ଭ କରିବା ଉଚିତ ବୋଲି କହିବା ସହ ପ୍ରଦୂଷିତ ବାୟୁ ପ୍ରାରମ୍ଭିକ ଭାବେ ଛିଙ୍କ, କାଶ, ଦେହ ହାତ କୁଣ୍ଡେଇହେବା ପରି ସମସ୍ୟା ସୃଷ୍ଟି କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ନାୟୁଗତ ଦୂର୍ବଳତା, ହୃଦରୋଗ ଓ କ୍ୟାନସର ପରି ସମସ୍ୟା ସୃଷ୍ଟି କରିଥାଏ ବୋଲି ସମସ୍ତଙ୍କୁ ସଚେତନ କରିଥିଲେ।

ଭାର୍ଚୁଅଲ ମୋଡରେ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଏବଂ ମିଶନ୍ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ କାର୍ତ୍ତିକ ଚନ୍ଦ୍ର ନାୟକ ସ୍ଵଚ୍ଛ ବାୟୁ ପାଇଁ ନିଜ ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିବା ସହ ଏଥିପାଇଁ ସାମୁହିକ ସହଯୋଗର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହି ଅବସରରେ ପ୍ରସ୍ତୁତ ପୋଷ୍ଟରକୁ ଉପସ୍ଥିତ ଅତିଥିମାନେ ଅନାବରଣ କରିଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଏହି ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟ ସମତି ତରଫରୁ ନିଆଯାଇଥିବା ବିଭିନ୍ନ ସଚେତନଧର୍ମୀ ପଦକ୍ଷେପ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ଵମ୍ବର ବେହେରା ଦିବସ ପାଳନର ଇତିବୃତ୍ତ ଉପସ୍ଥାପନ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲ୍ଲାସ୍ତରରେ ଅନ୍ୟମାନଙ୍କ ମଧ୍ୟରେ ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି, ଡିଡିଏମ୍ ପ୍ରଦୀପ କୁମାର ସାହୁ, ଅଣସଂକ୍ରାମକ ରୋଗ ସହକାରୀ ପରିଚାଳକ ଗୀତାଞ୍ଜଳି ମେହେର ଓ ଆଶା ମେନେଜର ତରଣୀସେନ ପ୍ରଧାନ ପ୍ରମୂଖ ଯୋଗଦେଇଥିବା ବେଳେ ଭାର୍ଚୁଅଲ ମୋଡରେ ବିଭିନ୍ନ ବ୍ଲକର ସ୍ଵାସ୍ଥ୍ୟ ଅଧିକାରୀ, ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଏବଂ ସ୍ଵାସ୍ଥ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ।

 

Related Post

ଦୁର୍ଗମ ଅଂଚଳ ରେ ପ୍ରାଣିଚିକିତ୍ସା ଓ ଟୀକାକରଣ ଶିବିର

Posted by - September 13, 2022 0
ହରଭଙ୍ଗା :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପାହାଡ଼ ପର୍ବତ ଘେରା ଦୁର୍ଗମ ଅଂଚଳ ମରଡ଼ା ଓ ଅତଲସରା ଗ୍ରାମରେ ଆଜି ପ୍ରାଣିଚିକିତ୍ସା…

ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ୨ଗୁରୁତର

Posted by - November 21, 2021 0
ସୋନପୁର ::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତଡ଼ା ଗାଁ ଠାରେ ଟ୍ରାକ୍ଟର ଓ ବାଇକ୍ ମୁହାମୁହିଁ ଧକା । ୧ମୃତ ଓ ୨ ଗୁରୁତର…

କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 24, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଜୁନାଗଡ଼ ହୋଟେଲ ଓରିଆନ ଠାରେ ଗ୍ରୋମୋର ଖରିଫ ଧମାକା ୨୦୨୧-୨୨ ଆଜି ଅନୁଷ୍ଟିତ ହୋଇଯାଇଛି।…

ଧୂମଧାମରେ ଓଡିଆ ନବବର୍ଷ ପାଳିତ

Posted by - April 16, 2022 0
କୁଡୁମୁଲୁଗୁମ୍ମା:କୁଡୁମୁଲୁଗୁମ୍ମା ସ୍ତିତ ହନୁମାନ ମନ୍ଦିର ଠାରେ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଧୂମଧାମରେ ପାଳିତ ହୋଇଯାଇଛି । ସକାଳୁ ଶହଶହ ଭକ୍ତମାନେ ଧୂପ ଦୀପ ନୈବେଦ୍ୟ…

ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ

Posted by - June 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।…