Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଆନ୍ତ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ୍ : ଫେରିବାଲା ବେଶରେ ଆସି କରୁଥିଲେ ଲୁଟ୍ ପାଟ

69 0

ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ରେ ଚୋରି ଡକାୟତି ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ବେଳେ ଫେରିବାଲା ବେଶରେ ଆସି ଲୁଟ୍ ପାଟ କରୁଥିବା ଡକାୟତ ଗ୍ୟାଙ୍ଗ ର ଦୁଇଜଣ ଙ୍କୁ ଗିରଫ୍ କରିବା ସହ ୩ ଲକ୍ଷ ଟଙ୍କାର ସୁନା ଗହଣା ,ନଗଦ ୧ ଲକ୍ଷ ଟଙ୍କା , ୫ ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ l ସୁଚନା ରୁ ଜଣାଯାଏ ଯେ ଜିଲ୍ଲାର ଭବାନିପାଟଣା ସଦର ଥାନା ଅଞ୍ଚଳରେ ୨ଟିଚୋରି ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ଏବଂ ପୋଲିସ ତରଫରୁ ତଦନ୍ତ ଜାରି ରହିଥିଲା l ପୋଲିସ ସିସି ଟିଭି ଫୁଟେଜ୍ ଅଧାରରେ ଅନୁସନ୍ଧାନ ଓ ସର୍ଚ୍ଚ୍ ଅପରେଶନ ଚଳାଇଥିଲା l ଏହି ଘଟଣା ରେ ପୋଲିସ ଦୁଇ ଜଣ ଙ୍କୁ ଗିରଫ୍ କରିବା ରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ଗୋଟିଏ ବାଇକ୍, ପାଞ୍ଚଟି ମୋବାଇଲ୍ ଫୋନ୍ ସହ ଚୋରି ହୋଇଥିବା ତିନି ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି।

ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ବାଙ୍ଗଲାଦେଶ ର ଏମ୍ ଡି ମସୁଦ୍ ହୁସେନ୍ ଓ ଏମ୍ ଡି ମୁନା ମାଜି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି l ପୋଲିସ ର ସୁଚନା ଅନୁସାରେ ଏହି ଦୁଇ ଜଣ ଅଭିଯୁକ୍ତ ଗ୍ରାମାଞ୍ଚଳ ରେ ଫେରିବାଲା ଓ ଶାଢୀ ବ୍ୟବସାୟି ବେଶରେ ପ୍ରଥମେ ଯାଇ ଘର ଘର ବୁଲି ଜାଞ୍ଚ କରିବା ପରେ ଘରେ କେହି ନଥିବା ସୁଜୋଗ ନେଇ ଲୁଟ ପାଟ କରୁଥିଲେ l ଜିଲ୍ଲାର ଅନେକ ସ୍ଥାନରେ ଲୁଟ ପାଟ ହେବା ଅଭିଯୋଗ ହେବାପରେ ପୋଲିସ ଏକ ଅଭିଯାନ ଚଲାଇ ଏହି ଡକାୟତ ଗ୍ୟାଙ୍ଗ ର ପର୍ଦାଫାସ୍ କରିଛି। ଏହି ଅଭିଯୁକ୍ତ ମାନଙ୍କ ନାମରେ ପୁର୍ବରୁ ଅନେକ ଥାନାରେ ମାମାଲା ରୁଜୁ ହୋଇଥିବା ପୋଲିସ ସୁଚନା ଦେଇଛି l ଏହି ଡକାୟତ ଗ୍ୟାଙ୍ଗରେ ଆଉ ଅନ୍ୟ୍ କାହାର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ଅନୁସନ୍ଧାନ ଜାରିରଖିଥିବା କହିଛନ୍ତି ଭବାନିପାଟଣା ସଦର ଏସ୍ ଡି ପି ଓ ସୁନାରାମ ହେମ୍ରମ l

Related Post

କୋକସରା ବ୍ଲକ ବିଡ଼ିଓ ଙ୍କ ସ୍ୱାମୀ ଙ୍କ ଦାଦାଗିରି ସାମ୍ବାଦିକ ଙ୍କୁ ହତ୍ୟା ଧମକ

Posted by - March 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ, ଗାଳିଗୁଲଜ, ହତ୍ୟା ଆଦି ଘଟଣା ରାଜ୍ୟରେ…

ବିଶ୍ବ ପ୍ରସିଦ୍ଧ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

Posted by - December 16, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ )ତା.15/12/2021 ବିଶ୍ବ ପ୍ରସିଦ୍ଧ ରଙ୍ଗବତୀର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ହୃଦଘାତରେ ଅସୁସ୍ଥ । ମଙ୍ଗଳବାର ସନ୍ଧ୍ୟାରେ ସେ ନିଜ ଗାଁ କୁଚିଣ୍ଡା…

ରାତି ପାହିଲେ ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ

Posted by - August 31, 2022 0
ସମ୍ବଲପୁର:୩୧/୦୮(ରମାକାନ୍ତ ବିଶ୍ବାଳ)ରାତି ପାଇଁଲେ ଆସନ୍ତା କାଳି ପାଳନ ହେବ ପଶ୍ଚିମ ଓଡ଼ିଶାର ମହାନ କୄଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର…

ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାଥି ଙ୍କ ଶିକ୍ଷା ଗତ ଯୋଗ୍ୟତା କୁ ନେଇ ଉଠିଲା ବିରୋଧ ର ସ୍ୱର

Posted by - January 22, 2022 0
କେସିଙ୍ଗା:(ପ୍ରିତେଶ ପଟେଲ)କେସିଙ୍ଗା ବ୍ଲକ ,କୁଣ୍ଡା ବନ୍ଧ ପଞ୍ଚାୟତ ରେ ୫ ଜଣ ସରପଞ୍ଚ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।ଆଜି ଥିଲା ନାମାଙ୍କନ ପତ୍ର ଯାଞ୍ଚ…