Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଅଲଗ। କୋଶଲ ରାଜ୍ୟ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କୋଶଲ କମିଟି ଓ ଗରିବ ସେନା

52 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ବୁଧୁବାର ସକାଳ ୬ ଟ।ରୁ ସନ୍ଧ୍ୟା ୬ ଯାଏଁ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା କୋଶଲ ସେନା ଓ କୋଶଲ ରାଏଜ ସୃଷ୍ଟି ମୋର୍ଚ୍ଚା। ଏହାକୁ ସମର୍ଥନ ଜଣାଇ ମଙ୍ଗଳବାର ଦିନ ଟିଟିଲାଗଡ ସହରରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ବ୍ୟାଙ୍କ, ଓକିଲ ସଂଘ, ବଣିକ ସଂଘକୁ ପତ୍ର ମାଧ୍ୟମରେ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ କୋଶଲ ମହାବନ୍ଦକୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ଏହି ବନ୍ଦ କରିବାକୁ କୋଶଲ କମିଟିର ସଦସ୍ୟଙ୍କ ସହ ଗରିବ ସେନା ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ବୁଧବାର ପେଟ୍ରୋଲ ପମ୍ପ ଛକ ଠାରେ କୋଶଲ ସଂଗ୍ରାମୀ ଦିଲିପ କୁମାର ପଶାୟତ, ଦଳ ଗୋବିନ୍ଦ ବିଶି, ଟିକେ ଲାଲ ବେହେରା, ନୀଳ ସାହୁ, ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, ସଂଗ୍ରାମୀ କେଦାର କବାଟ ଓ ବହୁତ୍ ଲୋକ ଏହି ମହାବନ୍ଦ ପାଳନକୁ ସମର୍ଥନ ଜଣାଇ ଥିଲେ। ତେବେ ଆଜି ସହରର ସମସ୍ତ ମୁଖ୍ୟ ରାସ୍ତାରେ ଥିବା ବ୍ୟାଙ୍କ, ଘରୋଇ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଟିଟିଲାଗଡ ସହରରେ ଏହି ମହାବନ୍ଦକୁ ଭଲ ସଫଳତା ମିଳିଛି।

Related Post

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜଣ ଶୁଣାଣି ୧୩୭ ଟି ମାମଲା ପଞ୍ଜିକୃତ ,୧୬ଟି ଅଭିଯୋଗ ର ତତ୍କାଳ ଶୁଣାଣୀ

Posted by - September 19, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ଲକସ୍ତରୀୟ ମିଳିତ ଜଣ ଶୁଣାଣୀ ସୋମବାର…

ତୁର୍ଲା ରେ ବନମହୋତ୍ସବ ଓ ବୃକ୍ଷ ରୋପଣ

Posted by - July 5, 2022 0
ଖପ୍ରାଖୋଲ: ୦୫/୦୭ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗଳ ବାର…

ସୋନପୁର ସହରରେ ଜବର୍ ଦଖଲ ଉଚ୍ଛେଦ

Posted by - September 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୋନପୁର ସହରର ନଳିନୀଛକ ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପେକ୍ସ ନିର୍ମାଣ ସକାଶେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ…

ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୨

Posted by - July 8, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା – ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି…