ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟକୁ ଦୁର୍ବୃତ୍ତମାନେ ନିର୍ଧୂମ ଛେଚି କଲେ ଲହୁଲୁହାଣ

482 0

ଅନୁଗୁଳ ୨/୧୦: (ମହେଶ ଭୋମରାଜ)କୋଟି କୋଟି ଟଙ୍କାର ସିଟିଟିଭି ଲାଗିଛି । ଅପରାଧ ତ ଦୂରର କଥା ସହରରେ ଛୁଞ୍ଚିଟିଏ ପଡ଼ିଲେ ପୁଲିସ୍‌ ପ୍ରଥମେ ଜାଣିବ । ଏହି ସିଟିଟିଭି ହିଁ ଦୁର୍ବୃତ୍ତଙ୍କୁ ଧରିବ । ଏଭଳି ଲମ୍ବା ବାହାସ୍ଫୋଟ ମାରି ଚାଲିଥିବା ଅନୁଗୁଳ ଥାନା ପୁଲିସ୍‌ର ଆଖିରେ ଆଙ୍ଗୁଳି ଗେଞ୍ଜି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଆଜି ଅପରାହ୍ଣରେ ୪ ଜଣ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ୍‌ ଗାନ୍ଧିମାର୍ଗରେ ଆତଙ୍କ ଖେଳାଇ ଦେଇଥିଲା । ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟକୁ ଦୁର୍ବୃତ୍ତମାନେ ନିର୍ଧୂମ ଛେଚି ଲହୁଲୁହାଣ କରିଛନ୍ତି । ମାଡ଼ପିଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ଜଣାଯାଇଛି ।
ସମୟ ଅପରାହ୍ଣ ୫ଟା । ଗାନ୍ଧିମାର୍ଗରେ ବୁଲେଟ୍‌ରେ ଯାଉଥିବା ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟଙ୍କ ବାଟ ଓଗାଳିଥିଲେ ୪ ଜଣ ଦୁର୍ବୃତ୍ତ । ଦୁଇଟି ବାଇକ୍‌ରେ ଆସିଥିଲେ ଦୁର୍ବୃତ୍ତ । ମୁହଁରେ କପଡା ବାନ୍ଧିବା ସହ ବାଇକ୍‌ର ନମ୍ବର ପ୍ଲେଟ ମଧ୍ୟ ଘୋଡ଼ାଇ ଦେଇଥିଲେ । ଜଣେ ଦୁର୍ବୃତ୍ତ ବାଇକ୍‌ ପାଖରେ ରହିଥିବା ବେଳେ ଅନ୍ୟ ୩ ଜଣ ରିକଭରି ଏଜେଣ୍ଟଙ୍କ ଉପରେ ଝାମ୍ପି ପଡ଼ିଥିଲେ । ସାଥୀରେ ଆଣିଥିବା କ୍ରିକେଟ ଷ୍ଟମ୍ପ୍‌ରେ ଅତି ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ । ଦୁର୍ବୃତ୍ତଙ୍କ ଏହି ଗୁଣ୍ଡାରାଜ ଆଗରେ ସ୍ଥାନୀୟ ଲୋକ କେବଳ ଦେଖଣାହାରୀ ସାଜିଥିଲେ । ସେମାନଙ୍କୁ ରୋକିବାକୁ କେହି ସାହସ କରିନଥିଲେ ।

ରିକଭରି ଏଜେଣ୍ଟ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରୋଶରୁ ତ୍ରାହି ପାଇପାରିନଥିଲେ । ଆଖିବୁଜା ପିଟି ଚାଲିଥିବା ବେଳେ ଜୀବନ ବିକଳରେ ରିକଭରି ଏଜେଣ୍ଟ ରାସ୍ତା ପାଶ୍ୱର୍ ଏକ ରାସନ ଦୋକାନ ଭିତରକୁ ପଳାଇଥିଲେ। ତଥାପି ନିସ୍ତାର ପାଇନଥିଲେ । ଦୁର୍ବୃତ୍ତମାନେ ଦୋକାନ ଭିତରୁ ଟାଣି ଆଣି ତଳେ ପକାଇ ପିଟିଥିଲେ । ଦୋକାନ ସାମ୍ନାରେ ଥିବା ଥଣ୍ଡା ଟ୍ରେରେ ଆକ୍ରମଣ କରିଥିଲେ ।

ଏହି ତୁମୁଳକାଣ୍ଡରେ ଦୋକାନର ଜିନିଷପତ୍ର ମଧ୍ୟ ଫିଙ୍ଗା ଫୋପଡ଼ା ହୋଇଥିଲା । ଅଧିକ ଲୋକଙ୍କ ରୁଣ୍ଡ ଦେଖି ଦୁର୍ବତ୍ତମାନେ ଚମ୍ପଟ ମାରିଥିଲେ । ସବୁଠାରୁ ବଡ଼କଥା ହେଲା ସ୍ଥାନୀୟ ଲୋକ ଏ ନେଇ ଅନୁଗୁଳ ପୁଲିସ୍‌କୁ ଫୋନ୍‌ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ ।

Related Post

ଯାଜପୁର ଜିଲ୍ଲା ରାଛି ପୁର ରେ ଶିକ୍ଷୟତ୍ରୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ।ଘଟଣା ସ୍ଥଳରେ ଶିକ୍ଷୟତ୍ରୀ ମୃତ।ସାଙ୍ଗରେ ଥିବା ଜଣେ ଗୁରୁତର

Posted by - July 9, 2020 0
ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁରୁବାଦର ଦିନ ଦ୍ୱିପହରରେ ଯାଜପୁରର ରାଛିପୁର ଛକ ନିକଟରେ ଘଟିଛି ।ଯାଜପୁର ରୋଡ୍ ଥାନା…

ଡାକ୍ତରଙ୍କ ବାସଭବନରୁ ଦୃବୃତଙ୍କ ସୁନା ଅଳଙ୍କାର ଲୁଟ

Posted by - August 25, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ର ପୁର ଥାନା ଅଧିନ ରମ୍ପା ପଂଚାୟତ ଅଧିନ ନେଉଳା (ଗାନ୍ଧିଛକ) ନିକଟ ରେ ଥିବା ଡାକ୍ତର ଶରତ ଚନ୍ଦ୍ର ପତି ଙ୍କ…

ବିଳମ୍ବିତ ରାତିରେ ଗୁଳିମାଡ – ଜଣେ ଆହତ

Posted by - November 25, 2019 0
ଛେଣ୍ଡିପଦା:(ମହେଶ ଭୋମରାଜ)ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର…

ବନ୍ଧା ହେଲା ଘର ଜ୍ୟୋଇଁ ଯୁବକ।

Posted by - October 8, 2019 0
ମୟୁରଭଞ୍ଜ:07/10/2019 ଗାଁ ଜୋଇଁ ସାଜିଛି ଅପହରଣକାରି । ଦୀର୍ଘ ଦିନ ଅପେକ୍ଷା ପରେ ଆଜି ଧରାପଡିଛି ଅପହରଣକାରି ଯୁବକ । ତେବେ ଦୁଇ ସାଥି ଙ୍କ ସହ ବାଇକ ରେ…

ନାବାଳିକା ର ଝୁଲନ୍ତା ମୃତଦେହ ଉଦ୍ଧାର ଆତ୍ମହତ୍ୟା ସନ୍ଦେହ,

Posted by - September 23, 2019 44
କେନ୍ଦୁଝର,୨୩/୯କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଯିଆଣି ସାହିରେ ଏକ ନାବାଳିକା ର ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ ।…

Leave a comment

Your email address will not be published.