ସାଧାରଣ ଜନତାଙ୍କ ମୁରବି ଓ ଭରସାର କେନ୍ଦ୍ର ନବୀନ,କୋଭିଡ୍‌ ପରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ

122 0

ଭୁବନେଶ୍ବର :ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ. ଭି ରମନ୍ନା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଜୀବନବ୍ୟାପି ସାଧନା ସମ୍ମାନକୁ ବିଗତ ୨୨ ବର୍ଷ ଧରି ନିରନ୍ତର ଭାବେ ତାଙ୍କ ଉପରେ ଭରସା ରଖିଥିବା ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମର୍ପିତ ବୋଲି କହିଛନ୍ତି।

ନିଜ ଅଭିଭାଷଣରେ ନବୀନ କହିଥିଲେ ଯେ , ସଶକ୍ତ ଓଡ଼ିଶା ନିର୍ମାଣରେ ରାଜ୍ୟବାସୀଙ୍କ ବିଶ୍ୱାସ ସବୁଠାରୁ ପ୍ରେରଣାଦାୟକ ଥିଲା। ଓଡ଼ିଶାରେ ତାଙ୍କୁ ଜୋର୍‌ଦାର ସ୍ବାଗତ କରିବା ଲାଗି ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଡ଼ ଧରଣର ପ୍ରସ୍ତୁତି କରାଯାଇଥିଲା। ରାଜ୍ୟର ସବୁ ଜିଲ୍ଲାରୁ ହଜାର ହଜାର ବିଜେଡି କର୍ମୀ ରାଜଧାନୀରେ ଏକାଠି ହୋଇଥିଲେ। ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜନସମୁଦ୍ର ପାଲଟି ଯାଇଥିଲା। ଖରା ଓ ବର୍ଷାକୁ ଖାତିର ନ କରି ପାରମ୍ପରିକ ନୃତ୍ୟ ଓ ବାଦ୍ୟର ତାଳେତାଳେ କର୍ମୀମାନେ ନବୀନଙ୍କୁ ସ୍ବାଗତ କରିଥିଲେ। କୋଭିଡ୍‌ ପରେ ଏହାଥିଲା ରାଜଧାନୀରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ।

୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରୁଥିବା ମହାନାୟକଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ନବୀନ ନିବାସ ଯାଏଁ ସଜେଇ ହୋଇଥିଲା । ନୃତ୍ୟ, ଗୀତ ଓ ପାରମ୍ପାରିକ ବାଦ୍ୟରେ କମ୍ପୁଥିଲା  ପରିବେଶ । ଗୋଟିପୁଅ ନାଚ, ଯୋଡିଶଙ୍ଖ, ଢେମସା, ସମ୍ବଲପୁରୀ, ଘୁମୁରା ନୃତ୍ୟ ପରିବେଷଣ କରା ଯାଇଥିଲା । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ହଜାର ହଜାର ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ  । ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା  ।

ଟ୍ୱିନ ସିଟି ପୋଲିସ ପକ୍ଷରୁ ସଭାସ୍ଥଳୀ ସମେତ ବିମାନବନ୍ଦର ପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା  ।ଏହି ଏକଜୁଟ ପାଇଁ ବିମାନ ବନ୍ଦର ପରିସରରେ ପଡିଥିଲା ପାଣି ବୋତଲ ଭଳି ବିଭିନ୍ନ ଅଳିଆ । ହେଲେ ଫେରିବା ବେଳେ ପୂରା ପରିସରରୁ ଏହି ଅଳିଆ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ ବିଜେଡି କର୍ମୀ ।ସାଙ୍ଗରେ ଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।  ହାତରେ ଝାଡୁ ଓ ଜରି ବ୍ୟାଗ ଧରି ସଫେଇ କରିଥିଲେ।ଓଡିଶା ମୋ ପରିବାର ସହ, ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ନେତା ସଫେଇ କାର୍ଯ୍ୟରେ ସାମିଲ ଥିଲେ ।

Related Post

ଭାଇ କୁ ନ୍ୟାୟ ଦେବାକୁ ଏସପି ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ ହେଲେ ପୁଟିଆପାଲିର ରତନ କୁମାର ଶର୍ମା

Posted by - August 30, 2022 0
ସମ୍ବଲପୁର:୩୦/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧମାଥାନା ଅନ୍ତର୍ଗତ ପୁଟିଆପାଲି ଗ୍ରାମର ରତନ କୁମାର ଶର୍ମା ଆଜି ନିଜ ଭାଇ ମୋହନ କୁମାର ଶର୍ମା ଏବଂ ବୀରେନ୍ଦ୍ର ସିଂଙ୍କୁ…

ଲଣ୍ଡନ ରେ ମହା ଶିବରାତ୍ରି ଭକ୍ତିମୟ ପରିବେଶ ରେ ପାଳିତ

Posted by - March 15, 2021 0
ଲଣ୍ଡନ:କୋଭିଡ ୧୯ ମହାମାରୀ ଯାହା ସମଗ୍ର ବିଶ୍ୱକୁ ଆଘାତ ଦେଇଥିଲେ  ମଧ୍ୟ  ବ୍ରିଟେନରେ  ମହାନ ଭଗବାନ ଶିବଙ୍କ ଭକ୍ତଙ୍କ ଆତ୍ମାକୁ ଦୁର୍ବଳ କରି ନାହିଁ, ଯେଉଁମାନେ ମହା…

ଚୋରି ହୋଇଥିବା ୧୫ ଦୁଇ ଚକିଆ ଯାନ ଏବଂ ଏକ ବୋଲେରୋ ଓ କାର୍ ଜବଦ୍

Posted by - November 17, 2020 0
ବାଲେଶ୍ବର:(ସୌମ୍ୟା ସାଇ ବାରିକ୍)ରେମୁଣା ବ୍ଲକ ଅନ୍ତର୍ଗତ ଶିଳ୍ପାଞ୍ଚଳ ଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଗତ ଏକ ମାସ ଧରି ଶିଳ୍ପାଞ୍ଚଳ ଥାନା ଅନ୍ତରଗତ…

ଶାନ୍ତିପୂର୍ଣ୍ଣ ଭାବରେ କେସିଙ୍ଗା ବ୍ଳକରେ ୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

Posted by - February 25, 2022 0
କେସିଙ୍ଗା:(ପୀତେଶ ପଟେଲ)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଥିଲା ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଶେଷ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କଳମପୁର ଓ ଥୁଆମୂଳ ରାମପୁର…