ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ , ସମ୍ମାନିତ ଅତିଥି ଭାବେ ଡି ଏସ ଏସ ଓ ନବକିଶୋର ସାହୁ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ଶିବିରରେ ବ୍ଲକ ର ୨୧ ଟି ପଞ୍ଚାୟତର ୬୩୩ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜିକରଣ କରି ଥିଲେ ।
ଡା. ସୁମି ପୁରୋହିତ ( ଆପଥାମୋଲୋଜିଷ୍ଟ) ଡ଼ା. ବାଦଲ ଏକକା ( ଅରଥୋପେଡିକ) ଡା. ରଞ୍ଜନ ଗୁରୁ ( ଇ ଏନ୍ ଟି ) ଡ଼ା. କମଳାକାନ୍ତ ସାହୁ ( ମେଡିସିନ) ପ୍ରମୁଖ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଭିନ୍ନକ୍ଷମ ଚିହ୍ନଟ କରିଥିଲେ । ଓ ଏଚ ବିଭାଗରେ ୧୮୫ , ଏଚ ଆଇ ବିଭାଗ – ୧୦୯ , ଭି ଆଇ ବିଭାଗ – ୫୯ , ଏମ ଆର ବିଭାଗ – ୧୧୮ , ମେଡିସିନ ବିଭାଗ – ୩୦ , ଏ ଲିମ କୋ ବିଭାଗ – ୧୦୨ , ମୋବାଇଲ ମେଡି କେଆର ବିଭାଗ – ୩୦ ଜଣ ଭିନ୍ନକ୍ଷମ ଚିହ୍ନଟ ପାଇଁ ଆସିଥିଲେ । ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମ ଙ୍କ ବ୍ୟବହାର କରିବା ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ଓ କୋଭିଡ ଟିକା ମଧ୍ୟ ଦିଆଯାଇଥିଲା । ଶିବିର କୁ ବି ଏସ ଏସ ଓ କନିଷ୍କ ବିଭାର ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ।