ଭିଜନ କ୍ଲିନ ସୋନପୁର ସମୀକ୍ଷା ବୈଠକ

40 0

ସୋନପୁର :(ଅଜିତ କୁମାର ପୂଜାହାରୀ)  ଭିଜନ କ୍ଲିନ ସୋନପୁର ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ଠାରେ ଭିଜନ କ୍ଲିନ ସୋନପୁର ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଯୋଜନା ଅନୁଯାୟୀ ଭିଜନ କ୍ଲିନ ସୋନପୁର କୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌରପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଥିବା ବେଳେ ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ l ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ,ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକତାର ସହିତ ଭିଜନ”କ୍ଲିନ ସୋନପୁର” କୁ ସାକାର କରିବାକୁ ଦୃଢ଼ସଂକଳ୍ପ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲପାଳ ଶ୍ରୀମତୀ ନରୱଣେ ପରାମର୍ଶ ଦେଇଛନ୍ତି l:

ସୋନପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ଅଦ୍ୟ ବୈଠକରେ ପୌର ପରିଷଦ ଦ୍ୱାରା ନିଆଯାଉଥିବା ସ୍ୱଚ୍ଛତା କାର୍ଯ୍ୟକାରିତା ର ଉପସ୍ଥାପନା କରିଥିଲେ l କ୍ଲିନ ସୋନପୁର କାର୍ଯ୍ୟକାରିତା କୁ ସୁବ୍ୟବସ୍ଥିତ କରିବା ନିମନ୍ତେ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି l ଏହି ପରିପ୍ରେକ୍ଷୀରେ ସହରର ପ୍ରତ୍ୟେକ ଆବାସିକ ଗୃହ ତଥା ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରୁ ଦୈନନ୍ଦିନ ଶତ ପ୍ରତିଶତ ବର୍ଯ୍ୟବସ୍ତୁ ସଂଗ୍ରହ କୁ ନିଶ୍ଚିତ କରିବା, ଗୁହକର୍ତ୍ତା ଓ ଅନୁଷ୍ଠାନ ର ମାଲିକ ମାନେ ବର୍ୟବସ୍ତୁ ଦେବା ପୂର୍ବରୁ ପୃଥକୀକରଣ କୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି l ପୁନଶ୍ଚ ସହରର କୌଣସି ରାସ୍ତା ପାର୍ଶ୍ୱରେ ଅବା ନାଳ ନର୍ଦମା ଭିତରେ କୌଣସି ଘର ମାଲିକ କିମ୍ବା ବ୍ୟବସାୟିକ ଅନୁଷ୍ଠାନ ମାଲିକ ଯେପରି ଅଳିଆ ଆବର୍ଜନା ନ ପକାଇବେ ତାଉପରେ ଗୁରୁତ୍ୱାରୋପ କରାଯାଇଛି l

କ୍ଲିନ ସୋନପୁର ର କାର୍ଯ୍ୟକାରିତା କୁ ତୃଣ ମୂଳ ସ୍ତରରୁ ସୁନିଶ୍ଚିତ ଓ ବ୍ୟବସ୍ଥିତ କରାଯିବା ନିମନ୍ତେ ସହର 15ଟି ୱାର୍ଡ ନିମନ୍ତେ ପ୍ରତ୍ୟେକ ୱାର୍ଡ ପାଇଁ ଜଣେ ଲେଖାଏଁ ଜିଲ୍ଳା ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ନିୟୋଜିତ ଅଧିକାରୀ ପ୍ରମୁଖ ନିଜ ନିଜର ସମ୍ପୃକ୍ତ ୱାର୍ଡ ରେ ସ୍ଵଛ ଓ ପରିମଳ ଉପରେ ଦାୟିତ୍ୱ ର ସହ କାର୍ଯ୍ୟକ୍ରମର ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି l ବୈଠକର ଜିଲ୍ଳା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର,ସୋନପୁର ଉପ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଙ୍କ ସହ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ l

 

Related Post

ସୁବର୍ଣ୍ଣପୁର ଜିଲ୍ଳା ବଜରଙ୍ଗ ଦଳର ଜିଲ୍ଲା ବୈଠକ

Posted by - July 27, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)  ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ଅନ୍ନପୂର୍ଣ୍ଣା ରେଶିଡେନସି ଠାରେ ଜିଲ୍ଲାର ବଜରଙ୍ଗ ଦଳ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପଶ୍ଚିମ…

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Posted by - September 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଭାଗିରଥି ପାର୍କ ସନ୍ନିକଟ ନାଳା…

ମୋଦି ସରକାର ଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ମହିଳା ସମାବେଶ

Posted by - June 7, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) କେନ୍ଦ୍ର ରେ ମୋଦି ସରକାର ଙ୍କ ର ଆଠ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲାଧର୍ମଗଡ ବିଧାନସଭା ସ୍ତରିୟ ବଡବସୁଳ ଠାରେ…

ସରକାର ଅନୁଦାନ ବାଟମାରଣା ପ୍ରତିବାଦରେ ୨୧ରୁ୨୪ ଜୁଲାଇ ଆନ୍ଦୋଳନ :-ସିପିଆଇ(ଏମ)

Posted by - July 22, 2020 0
ମାଲକାନଗିରି:(ଅବଦୁଲ ଘାନି) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନୁଦାନ ବାଟମାରଣା ହେଉଛି । ପଞ୍ଚାୟତଠୁ ଆରମ୍ଭ କରି ଜିଲ୍ଲାସ୍ତରଯାଏ ସମସ୍ତେ ଲୁଟୁଛନ୍ତି । ପ୍ରତି…

ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ସ୍କୁଟି ଆରୋହି ମୃତ

Posted by - January 21, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ଅନ୍ତର୍ଗତ ଖଡ଼ିଆଳ, ଭବାନୀପାଟଣା ଯିବ ଯିବା ଚାନ୍ଦୋତରା ଛକ ଏସ .ଏଚ ୪୨ ନ ରାଜପଥ…