ପଲିଟ୍ରିଫାର୍ମ ରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ

32 0

ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବୁଦେଲ ବାହାଲି ଗାଁରେ ଥିବା ଏକ ପଲିଟ୍ରିଫାର୍ମ ରୁ ଗତକାଲି ରାତିରେ ୩ଲକ୍ଷ ୫୦ହଜାର ଟଙ୍କା ଲୁଟିନେଇ ଫେରାର ହୋଇଥିବା ତରଭା ଥାନାରେ ଅଭିଯୋଗ ହୋଇଛି l ଗତ କାଲି ରାତି ପ୍ରାୟ ୧୧.୩୦ ସମୟରେ ବୁଦେଲବାହାଲି ଗାଁରେ ଥିବା ଏକ ପଲିଟ୍ରିଫାର୍ମ କୁ ହଠାତ ୧୦ ରୁ ୧୨ ଜଣ ର୍ଦୁବୁତ୍ତ ଫାର୍ମକୁ ପଶି ଆସି ଫାର୍ମର ମେନେଜର କୁ ମାଡ ମାରି ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ଲୁଟିନେଇ ଫାର୍ମରେ ଥିବା ଆସବାବ ପତ୍ରସବୁ କୁ ଭାଙ୍ଗି ଦେଇଥିବା ବେଳେ ଏକ ଅଲଟୋ କାର କୁ ଭାଙ୍ଗି ଦେଇ ଫେରାର ମାରିଥିବା ତରଭା ଥାନା ରେ ଅଭିଯୋଗ ହୋଇଛି l ରାତିରେ ତରଭା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ଫାର୍ମର ମେନେଜର କୁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିଛି l

 

Related Post

ବିବାହିତା ମହିଳାଙ୍କ ଆତ୍ମହତ୍ଯା, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Posted by - October 24, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପୁଣି ଏକ ଯୌତୁକଜନିତ ହତ୍ୟା ଅଭିଯୋଗ ଚର୍ଚାର ବିଷୟ ହୋଇଛି। ସୂଚନା ରୁ ଜଣାଯାଏ ଯେ…

ସାଲିଆସାହିରେ ତୀବ୍ର ବିରୋଧର ସମ୍ମୁଖୀନ ପୋଲିସ,ହୋଇପାରିଲାନି ବସ୍ତି ଉଚ୍ଛେଦ

Posted by - February 19, 2020 0
ଭୁବନେଶ୍ୱର, ୧୯।୨ଜୟଦେବ ବିହାରରୁ ବାରଙ୍ଗ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଦୂର କରିବା ପାଇଁ ରାସ୍ତାର ଦୁଇପାର୍ଶ୍ୱରେ ସାମନ୍ତରାଳ ଭାବେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି। ସିଆର୍‌ପିଏଫ୍‌…

ବୌଦ୍ଧ ଏନ. ଏ. ସି. ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ

Posted by - August 31, 2021 0
ବୌଦ୍ଧ:୩୧/୮(ଚିତ୍ତରଞ୍ଜନ ସିଂ) :ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ. ୪.…