ଜିଲ୍ଲାପାଳଙ୍କ ଅଧକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ

55 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା ବୈଠକ କରାଯାଇଥିଲା । ତନମଧ୍ୟରେ ଏନଏସିର ବିଭିନ୍ନ ସ୍କିମ ଓ ପ୍ରକଳ୍ପ ,ଯଥା: ମୁକ୍ତା ସ୍ମିମ,ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ,ଚଲାପଥ,ମିନି ପାର୍କ,ଭେଣ୍ଡିଂ ଜୋନ,ଖେଳପଡିଆ ଉନ୍ନତିକରଣ ତାହାସହିତ କ୍ରିଡାର ଭିତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଜିଲା ସଂଗ୍ରହାଳୟର ସମୀକ୍ଷା ସହିତ ବକେୟା ଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଶିଘ୍ର ସମାପ୍ତ କରିବା ପାଇଁ ଅଧିକାରୀମାନଙ୍କୁ ନର୍ଦ୍ଦେଶ ଦେଇଥିଲେ । ପ୍ଲାଷ୍ଟିକ ବର୍ଜନ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ପରେ ପରେ ଷ୍ଟାଡିୟମ, ସନ୍ତରଣାଗାର,ଇଣ୍ଡୋର ଷ୍ଟାଡିୟମ,ରେଭିନ୍ୟୁ କ୍ୱାର୍ଟର,ମାଷ୍ଟରଲାଇନ କ୍ୱାର୍ଟର ବୁଲି ଦେଖିବାପରେ ସମସ୍ତ କ୍ୱାର୍ଟର ର ମରାମତି ତଥା ପୁର୍ନନିର୍ମାଣ ପାଇଁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ପୁରୁଣା ବସଷ୍ଟାଣ୍ଡର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଜାଗା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ,ଏନଏସି ର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା,ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ,ଆର୍କିଟେକ ସୁମନ ଷଡଙ୍ଗୀ ଓ ଡିଆଇପିଆରଓ ,ମତ୍ସ୍ୟ ବିଭାଗ,ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Related Post

ଏକ୍ସପ୍ରେସ ରହଣି ଦାବିରେ ରେଳ ରୋକ

Posted by - May 31, 2022 0
ମୁନିଗୁଡା:(ରମାକାନ୍ତ ପଢାଳ)ରାୟଗଡା ଜିଲ୍ଳା ଅମ୍ବାଦଳା ରେଳ ଷ୍ଟେସନ ରେ ୬ଟି ଏକ୍ସପ୍ରେସ ରହଣି ଦାବିରେ ଅମ୍ବାଦଳା ଜନସାଧାରଣ ପକ୍ଷରୁ ରେଳରୋକ କରାଯାଇଛି । ଶତାଧିକ ଲୋକେ ଏହି…

ଖଡ଼ଗପୁର ଡି. ଆର୍. ଏମ୍. ଙ୍କ ନୀଳଗିରି ଗୋପୀନାଥ ପୁର ରେଲୱେ ସାଇଡିଂ ଗସ୍ତ

Posted by - January 2, 2022 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ଆଗାମୀ ୭ ତାରିଖ ଦିନ ଗୋପୀନାଥ ପୁର ରେଳଷ୍ଟେସନ୍ ର ଶୁଭ ଶିଳାନ୍ୟାସ କରିବେ, ଭାରତ ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ଵିନୀ କୁମାର…

ଖଇରପୁଟରେ ବିଘ୍ନ କିର୍ଷାନୀ ନୂତନ ବ୍ଲକ ଅଧ୍ୟକ୍ଷ

Posted by - March 13, 2022 0
ମାଲକାନଗିରି ;(ଅବଦୁଲ ଗନି)ଖଇରପୁଟ,ଆଜି ଖଇରପୁଟ ର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ବିଘ୍ନ କିର୍ଷାନୀ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି । ଆଜି ସମୟ ୧୧ ଘଣ୍ଟିକା…

ବାହାରିଲା ମାଟ୍ରିକ ପରୀକ୍ଷା ଫଳ ,ବରୀରୁ ୫ ଜଣ ଛାତ୍ରଛାତ୍ରୀ ଏ-୧ ରେ ସ୍ଥାନ ପାଇଛନ୍ତି

Posted by - July 30, 2020 57
ଯାଜପୁର ଅଫିସ :ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବରୀ ବ୍ଲକ୍ ଶିକ୍ଷାମଣ୍ଡଳରୁ ୫ ଜଣ ଛାତ୍ର ଛାତ୍ରୀ ଏ-୧ ରେ ସ୍ଥାନ ପାଇଥିବା…

ପ୍ରଧାନମନ୍ତ୍ରୀ ଆବାସ ସଂଯୋଗ ରେ ଅନିୟମିତତା ପ୍ରତିବାଦ ରେ ଧାରଣା

Posted by - January 16, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସଂଯୋଗ ତାଲିକାରେ ଅନିୟମିତତା ପ୍ରତିବାଦ ରେ ଓଡ଼ିଆପାଲି…