ଦେଦର୍ହା ଗାଁ ରେ ଝାଡା ବାନ୍ତି ବ୍ୟାପିବା ଘଟଣାରେ ପଚିଶ ରୁ ଅଧିକ ଆକ୍ରାନ୍ତ ଓ ଗୋଟିଏ ପରିବାର ର ଦୁଇ ମୃତ୍ୟୁ ଘଟଣା, ଏଇ ଓଡ଼ିଶା ପୋର୍ଟାଲ ରେ ଖବର ପ୍ରସାରଣ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ,

114 0

ଖପ୍ରାଖୋଲ ୫/୯( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁ ବ୍ୟାପୁଛି ଝାଡା ବାନ୍ତି । ଝାଡାବାନ୍ତି ରେ ଗାଁ ର ୨୫ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ଜଣାଯାଇଥିଲା । ଗୋଟିଏ ପରିବାର ର ଦୁଇ ଜଣ ଙ୍କ ଚିକିତ୍ସା ଧିନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମୃତକ ମାନେ ହେଲେ କୁମାରୀ ମେହେର (୪୮) ଓ ତାଙ୍କର ନାତି ବଳୁଲୁ ମେହେର( ୧୦) ବୋଲି ଜଣା ଯାଇଛି। ସୂଚନା ଅନୁସାରେ ଗାଁ ରେ ୫ ଦିନ ଆଗରୁ କିଛି ପରିବାର ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ରାତିରେ ପାଟଣାଗଡ ଡାକ୍ତର ଖାନା ରେ ଚିକିତ୍ସା ଧିନ ଅବସ୍ଥା ରେ କୁମାରୀ ମେହେର ଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସା ଧୀନ ଅବସ୍ଥା ରେ ସୋମବାର ସକାଳେ ନାତି ବବୁଲୁ ର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୨୫ ରୁ ଉର୍ଦ୍ଧ ଆକ୍ରାନ୍ତ ଥିବା ଜଣାଯାଇଛି।

ଦେଦର୍ହା ଗାଁ ରେ ଖପ୍ରାଖୋଲ ମେଡିକାଲ ଅଫିସର ଡ଼ା. ସୁରଜ ଦୀପ ଙ୍କ ନେତୃତ୍ବରେ ମେଡ଼ିକାଲ ଟିମ୍ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ବ୍ଲିଚିଂ ପାଉଡର ପକାଯାଇଥିଲା ସେହିପରି ଗାଁ ରେ ଝାଡ଼ା ବାନ୍ତି ସଂପର୍କରେ ସ୍ବାସ୍ଥ୍ୟ ବିଭଗ ଲୋକଙ୍କୁ ସଚେତନ କରିଥିଲା । ଅପରାହ୍ନରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ସ୍ଥାନୀୟ ସରପଞ୍ଚ , ଗ୍ରାମବାସୀ , ସ୍ବାସ୍ଥ୍ୟ ବିଭାଗ ଏବଂ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ମୃତକ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ତିରିଶ ହଜାର ଟଙ୍କାର ଚେକ୍ ଓ ହରିଶ୍ଚନ୍ଦ୍ର ଯୋଜନା ରେ ଚାରି ହଜାର ଟଙ୍କା ମୃତକ ପରିବାର କୁ ପ୍ରଦାନ କରିଥିଲେ ।

ଏହି ଅବସରେ ବଲାଙ୍ଗିର ସିଡିଏମଓ ଡ଼ା ସ୍ନେହଲତା ସାହୁ , ପାଟଣାଗଡ ଉପଜିଲ୍ଲପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଡ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ , ଉପଖଣ୍ଡ ମେଡ଼ିକାଲ ଅଫିସର ଡ଼ା.ସୁବ୍ରତ ମେହେର , ସିଡ଼ିପିଓ ସୁଜାତା ଦୋରା , ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରିତା କୁଜୁର , ଚିନ୍ମୟ ପଧାନ , ସରପଞ୍ଚ ଦେବରାଜ ପଧାନ, ପିଇଓ ମୋହନ ବେହେରା ସମେତ ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚରିବାରୁ ଗାଁ ର ପାନୀୟ ଜଳ ର ନମୁନା ସଂଗ୍ରହ କରା ଯାଇଛି, ଗାଁରେ ଆମ୍ବୁଲାନ୍ସ ଓ ସ୍ଵାସ୍ଥ୍ୟ ସେବା ଦଳ କୁ ନିୟୋଜିତ କରାଯାଇଛି ଏବଂ ଝାଡ଼ା ବାନ୍ତି ନିୟନ୍ତ୍ରଣାଧିନ ଅଛି ବୋଲି କହିଥିଲେ । ଉକ୍ତ ଖବର ଟି ଟୁଇଟର ବଏ ରେମନନ୍ଦ୍ କୁମ୍ଭାର ଉଚ୍ଚ କତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ।

 

Related Post

ବନ୍ୟାସ୍ଥିତି ସଂଗୀନ, ମହାନଦୀରେ ଘାଇ,୫୫ ଗାଁ ପାଣିଘେରରେ,ପଂଚାୟତରାଜ ମନ୍ତ୍ରୀ ଓ ବୌଦ୍ଧ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

Posted by - August 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାରେ ଆଜକୁ ୫ଦିନ ଧରୀ ବନ୍ୟା ଜଳ ପ୍ରଭାହିତା ଯୋଗୁଁ ହରଭଙ୍ଗା ବ୍ଲକରେ ୯ଟି ପଂଚାୟତର ୫୫ରୁ ଉର୍ଦ୍ଧ ରାଜସ୍ବ ଗାଁ ବନ୍ୟାଜଳ…

ଅନୁଷ୍ଠିତ ହେବ ଡଙ୍ଗରିଆ ଙ୍କ ନିୟମରାଜା ପର୍ବ

Posted by - February 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଓ ରାୟଗଡା ସୀମାନ୍ତ ରେ ଅବସ୍ଥିତ ପ୍ରାକୃତିକ ସମ୍ପଦ ରେ ଭରପୁର ଓ ବନବାସୀ ଆଦିମ ଜନଜାତି ଙ୍କ…

ଟିଟିଲାଗଡ ଜିବନବୀମା କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

Posted by - March 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟକୁ ଓହ୍ଲାଇଥିବା ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଡାକରା ରେ ସାମିଲ ହୋଇଛି ଜୀବନ ବୀମା ତୃତୀୟ ଶ୍ରେଣୀ କର୍ମଚାରୀ…

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ୫ମୃତ ୧୬ରୁ ଉଦ୍ଧ୍ବ ଗୁରୁତର ,୮ ଗୁରୁତରଙ୍କୁ ଭିମସାର ସ୍ଥାନାନ୍ତର

Posted by - September 17, 2022 0
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) ସମ୍ବଲପୁର – ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡା ନିଖିଳ ଢ଼ାବା ପାଖରେ ରେ ବସ କୁ ପିଟିଲା ଟ୍ରେଲର ଫଳରେ ଘଟଣା…

ଜୁଲାଇ ୨ ତାରିଖ ରୁ କୋଭିଡ଼ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେସନ: ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Posted by - June 29, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ବିଧାନସଭା ଅଧିଵେସନ ଜୁଲାଇ ୨ ତାରିଖ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ମୋଟ ୨୪ ଟି କାର୍ଯ୍ୟ…