ଭୁଷୁଡିଲା ଇନ୍ଦ୍ରାବତୀ ବାମ କେନାଲ,ଜଳମଗ୍ନ ହେଲା ଶହଶହ ଏକର ଜମି

50 0

ଧର୍ମଗଡ:(ହେମନ୍ତ କୁମାର ମାଝୀ) ଇନ୍ଦ୍ରାବତୀ ବାମ କେନାଲ ଭୁଷୁଡିବା ଫଳରେ ବଗାଡ ଗାଁର ଶହ ଶହ ଏକର ଜମି ଜଳମଗ୍ନ ହୋଇଛି। ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ବଗାଡ ଗ୍ରାମର ଚାଷୀଙ୍କ ମୁହଁ କିନ୍ତୁ ଫିକା ପଡିଯାଇଛି। ଶନିବାର ସଂଧ୍ୟା ୬ଟାରେ କେନାଲରେ ଘାଇ ସୃଷ୍ଟି ହେବା ଫଳରେ କେନାଲ ପାଣି ଜମିକୁ ମାଡ଼ି ଯାଇଛି। କେନାଲ ପାଣିରେ ଜମି ଜଳମଗ୍ନ ହେବା‌ ଦେଖି ନୂଆଁଖାଇର ସବୁ ଖୁସି କ୍ଷଣିକ ମଧ୍ୟରେ ଉଭେଇ ଯାଇଛି। ଇନ୍ଦ୍ରାବତୀ ଦ୍ଵାରା ଜଳସେଚିତ ବଗାଡ ଗାଁରେ ଚଳିତ ବର୍ଷ ଧାନ ରୁଆ ସରିଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ସାର ପ୍ରୟୋଗ ପାଇଁ ଚାଷୀ ସଜବାଜ ହେଉଥିଲା ।

ଠିକ ଏତିକି ସମୟରେ ଶନିବାର ସଂଧ୍ୟାରେ ବଗାଡ ନିକଟସ୍ଥ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ଯୋଗୁଁ ଆଶିଷ ବେହେରା, ବସନ୍ତ ବେହେରା, ଉମାଶଙ୍କର ମାଝୀ, ନିରାକାର ରଣା,ସୁରତ ରଣା ସମେତ ପ୍ରାୟ ୩୦ଜଣ ଚାଷୀଙ୍କ ଜମି ଜଳମଗ୍ନ ହୋଇପଡିଛି। ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଘାଇ ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସଂଧ୍ୟା ୬ଟାରେ କେନାଲ ଭାଙ୍ଗିଥିଲେ ବି ଘାଇ ମରାମତି ପାଇଁ ଇନ୍ଦ୍ରାବତୀ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବା ସୁଚନା ମିଳିଛି। ଉପର ମୁଣ୍ଡରୁ ବାମ କେନାଲକୁ ଆସୁଥିବା ପାଣିକୁ ବନ୍ଦ କରି ଘାଇ ମରାମତି କରାନଗଲେ କ୍ଷତିର ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଉପରମୁଣ୍ଡରେ ପାଣି ବନ୍ଦ କରାଯାଇଛି।

Related Post

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ଅଜିତ ସାହୁଙ୍କ ଶେଷକୃତ୍ୟ

Posted by - June 20, 2019 0
ଢେଙ୍କାନାଳ: ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର କୁ ଜନ୍ମ ମାଟି କାମାକ୍ଷାନଗର ବଡସୁଆଁଳ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ  ଶେଷକୃତ୍ୟ କରାଯାଇଛି । ସହିଦ…

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ।

Posted by - May 17, 2019 0
କେନ୍ଦ୍ରାପଡ଼ା: କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଚାଷୀ ଓ…

ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରଶାସକ, ସେବାୟତ, ଭକ୍ତ ସମସ୍ତେ ଚିନ୍ତାରେ

Posted by - April 19, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ଆସନ୍ତା ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା | ତାହାର ଅବ୍ୟବହିତ ପୂର୍ବରୁ ଚଳିତ ମାସ ୨୬ ତାରିଖ ଦିନ ଅକ୍ଷୟ…

ପୁରୀ: ଭକ୍ତିମୟ ପରିବେଶରେ ଭଗବାନଙ୍କୁ ପାଇବେ ଭକ୍ତ

Posted by - December 30, 2019 0
ପୁରୀ୩୦/୧୨: ଶ୍ରୀକ୍ଷେତ୍ର ପୁରୀରେ ବର୍ତ୍ତମାନ ଯେଉଁଭଳି ସୌନ୍ଦର୍ଯ୍ୟକରଣ ଚାଲିଛି ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଛି ପୁରୀ। ଆଉ ଏସବୁକୁ ଦେଖି ଶ୍ରୀମନ୍ଦିରକୁ ବି ନବବର୍ଷ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୋଭିଡ୍ ଟିକାକରଣ

Posted by - July 23, 2022 0
ନବରଙ୍ଗପୁର୍:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ତରଫରୁ ଆଜି ତା୨୩ ତାରିଖରେ କୋଭିଡ୍ ଟିକାକରଣ କାର୍ଜ୍ୟକ୍ରମ…