ଧର୍ମଗଡ ବ୍ଲକ ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

100 0

ଧର୍ମଗଡ:(ହେମନ୍ତ କୁମାର ମାଝୀ) ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟ ପରିଭ୍ରମଣ କରୁଥିବା ଅହିଂସା ରଥ ଆଜି ନୂଆପଡ଼ା ଜିଲ୍ଲା ଅତିକ୍ରମ କରି କଳାହାଣ୍ଡି ଜିଲ୍ଲା ରେ ପ୍ରବେଶ କରିଛି । ଗୋଲାମୁଣ୍ଡା ରେ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମେ ଅହିଂସା ରଥ କୁ ସ୍ଵାଗତ କରାଯାଇଥିଲା । ପରେ ପରେ ଏହା ଧର୍ମଗଡ ବ୍ଲକ ଅଞ୍ଚଳକୁ ଆସିଥିବା ବେଳେ ପ୍ରବେଶ ଦ୍ଵାର ଖମାର ହଳଦୀ ଠାରେ ରଥ କୁ ସ୍ୱାଗତ କରାଯାଇଥିଲା । ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ବିଡ଼ିଓ ଶରତ କୁମାର ସେଠୀ, ଜିପିଓ ସୁଧାଂଶୁ ଶେଖର ନାଏକ, ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଯନ୍ତ୍ରୀ ବିରେନ୍ଦ୍ର ମେହେର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ସ୍କୁଲ ଛାତ୍ର ଛାତ୍ରୀ ସମେତ ଗ୍ରାମ ବାସୀ ମାନେ ଅହିଂସା ରଥ କୁ ସ୍ଵାଗତ କରିଥିଲେ ।

ସେହିପରି ଚ୍ଛେଣ୍ଡିଆ ଗ୍ରାମ ଠାରେ ସରପଞ୍ଚ ମନୋଜ କୁମାର ନାଏକ, ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ଜଣାଇ ଥିଲେ । ବିଜୁ ଏକ୍ସ ପ୍ରେସ ରାସ୍ତା ଗୋଲେଇ ଛକ ନିକଟରେ ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ନେତୃତ୍ଵ ରେ ଗ୍ରାମ ବାସୀ ସାଂସ୍କୃତିକଦଳ ସହ ରଥ କୁ ସ୍ୱାଗତ କରିଥିଲେ । ଅହିଂସା ରଥ ବ୍ଲକ ର ଶେଷ ମୁଣ୍ଡ ବେହେରା ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରି ଧର୍ମଗଡ ଏନଏସି କୁ ଫେରି ଥିଲା । ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧି ବାଗ ଅତିଥି ଭାବେ ଯୋଗ ଦେଇଥିଲେ । ଧର୍ମଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରଥ ର ରାତ୍ର ରହଣୀ ହୋଈ ଥିଲା । ଆସନ୍ତା କାଲି ଏହା ଜୁନାଗଡ ବ୍ଲକ ଅଭିମୁଖେ ଯାତ୍ରା କରିବ ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

Posted by - August 8, 2022 0
ସୋନପୁର:(ଅଜିତ କୁମାର ପୂଜହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ…

ବାନ୍ଧକଳା ର ଯୁଗସ୍ରଷ୍ଠା ରାଧେଶ୍ୟାମ ମେହେର ଜୟନ୍ତି ପାଳିତ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସମ୍ବଲପୁରୀ ବାନ୍ଧକଳାର ଯୁଗସ୍ରଷ୍ଟା ସ୍ୱର୍ଗତ ରାଧେଶ୍ୟାମ ମେହେର ଙ୍କ ଜୟନ୍ତି ସମାରୋହ ପାଲିତ ହୋଇଯାଇଛି । ରାଧେଶ୍ୟାମ…

କନକଲତା ମୃତ୍ୟୁ ମାମଲା, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର

Posted by - August 24, 2022 0
ଧର୍ମଗଡ:( ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଥାନା ଘୋଟିଆ ଗ୍ରାମର ସ୍କୁଲ ଛାତ୍ରୀ କନକଲତା ମୃତ୍ୟୁ ମାମଲାରେ ସୋମବାର ବହୁଜନ ଛାତ୍ର ସଂଗଠନ ତରଫରୁ ସିବିଆଇ ତଦନ୍ତ…

ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ର ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

Posted by - November 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସବୁଜ ସମ୍ବଲପୁର ଗଠନରେ ରୁଷି ପାତ୍ରଙ୍କ ଭୂମିକା ଅବିସ୍ୱରଣୀୟ ବୋଲି ଆଜି ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନରେ…