Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବେଙ୍ଗାଲୁରୁଠାରେ ମହାବିନାୟକ ମହୋତ୍ସବ ସମାପନ

38 0

ବେଙ୍ଗାଲୁରୁ:୩ା୯ : ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍‌. ବିଶ୍ୱେଶରାୟ କଲେଜ ପ୍ରାଙ୍ଗଣରେ ନିର୍ମିତ ପୂଜା ମଣ୍ଡପକୁ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ସଜ୍ଜା ଯାଇଥିଲା । ସକାଳ ୯ଟା ବେଳେ ମଙ୍ଗଳମୂର୍ତ୍ତି ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିନ ସାଢ଼େ ଏଗାରଟା ବେଳେ ଭକ୍ତମାନେ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଉତ୍ସବରେ ବହୁ ବରେଣ୍ୟ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା ଦେଖାଯାଇଥିଲା । କରୋନା ବାଧକତା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ଗଣେଶ ପୂଜା ପାଳନ କରାଯାଉଥିବାରୁ ଆୟୋଜକ ଓଡ଼ିଶା ପୂଜା କମଟିର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା । ବର୍ଷା ହେବା ସତ୍ତ୍ୱେ ସନ୍ଧ୍ୟାର ଷ୍ଟାର ନାଇଟ୍‌ର କାର୍ଯ୍ୟକ୍ରମକୁ ପ୍ରାୟ ୨୦ ହଜାର ଦର୍ଶକ ମନଭରି ଉପଭୋଗ କରୁଥିବାର ଦୃଶ୍ୟ ନିଆରା ଥିଲା ।


ଚଳିତ ବର୍ଷର ଷ୍ଟାର ନାଇଟର ମୁଖ୍ୟ ଆକର୍ଷଣ ଓଲିଉଡ୍ ତାରକା ବାବୁଶାନଙ୍କ ସହିତ ଦମନ ଚଳଚ୍ଚିତ୍ରର କଳାକାରବୃନ୍ଦ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଦମ୍‌ଦାର ମଞ୍ଚାରୋହଣ ଥିଲା । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ ଅଧୀବେଶନରେ କୁଳଦୀପ ପଟ୍ଟନାୟକ, ଅର୍ଚ୍ଚନା ପାଢ଼ୀ ଏବଂ ନବ୍ୟା ଜଇତି ପ୍ରମୁଖ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ସେମାନଙ୍କର ଯାଦୁଗରୀ ଗାୟନରେ ଦର୍ଶକମାନଙ୍କର ବେଶ୍ ମନୋରଞ୍ଜନ କରିଥିଲେ । ପ୍ରସିଦ୍ଧ ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଏବଂ ପ୍ରିତିରଞ୍ଜନ ପ୍ରଧାନ ମଧ୍ୟ ସେମାନଙ୍କର ଉଚ୍ଚକୋଟୀର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦେଖଣାହାରୀମାନଙ୍କୁ ବିଭୋର କରିଦେଇଥିଲେ । ରଜରାଣୀ ରୂପାଲୀ ପାଣିଙ୍କର ଉପସ୍ଥିତି ବି ବେଶ୍ ଆକର୍ଷକ ଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦକ୍ଷ ଉପସ୍ଥାପିକା ଜ୍ୟୋତ୍ସ୍ନା ପ୍ରିୟଦର୍ଶିନୀ ସୂଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ । ସଭା ଶେଷରେ ପ୍ରାୟ ୭୦୦୦ ଶ୍ରଦ୍ଧାଳୁଙ୍କୁ ସ୍ୱାଦିଷ୍ଟ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲାଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ ଜେନା, ସମ୍ପାଦକ ନିରଞ୍ଜନ ମିଶ୍ର, ଡଃ ପ୍ରତାପ ପାଣି, ପୀତାମ୍ବର ବିଷୋୟୀ, ନିତ୍ୟାନନ୍ଦ ସାହୁ, ନିଶିକାନ୍ତ ମହାପାତ୍ର, ପାର୍ଥ ଦାଶ, ପୁନମ ମହାପାତ୍ର, ବୀନିତ ଗୁପ୍ତା, ଶ୍ରୀକାନ୍ତ ଉପାଧ୍ୟାୟ, ସଞ୍ଜୟ ସ୍ୱାଇଁ ଏବଂ ପ୍ରବୋଧ ସାମନ୍ତରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ଗତ ଗୁରୁବାର ଦିନ ଶ୍ରୀଗଣେଶଙ୍କର ପ୍ରତିମାକୁ ରୋଷଣି କରି ନିଆଯାଇ ସନ୍ଧ୍ୟା ସଢ଼େ ୫ଟାବେଳେ ଅଲ୍‌ସୁର୍ ହ୍ରଦରେ ବିସର୍ଜନ କରାଯାଇଥିବା ଜଣାଯାଇଛି ।ସମଗ୍ର ଉତ୍ସବ ଆୟୋଜନ କରିବାରେ ଓଡ଼ିଶା ପୂଜା କମିଟିର ଉପଦେଷ୍ଟା ନୀହାର ସାମନ୍ତରା, ପ୍ରକାଶ ସାମନ୍ତରାୟ, ପିଙ୍କିସ ପ୍ରଧାନ, ସଭାପତି ହରପ୍ରସାଦ ମହାପାତ୍ର, ଉପସଭାପତି ପ୍ରଣୟ ସାହୁ, ସାଧାରଣ ସମ୍ପାଦକ ହିମାଂଶୁ ମହାପାତ୍ର, ଯୁଗ୍ମ ସମ୍ପାଦକ ବୃନ୍ଦ ପ୍ରିୟବ୍ରତ ଦାଶ, ପ୍ରଭୁଦତ୍ତ ଧଳ, ସୌମ୍ୟ ରଞ୍ଜନ ମହାନ୍ତି, ଚିନ୍ମୟ ମନୋରଞ୍ଜନ ମହାନ୍ତି, ବିନୟ ସାହୁ, ଅଜିତ ପଣ୍ଡା, ସଦସ୍ୟ ସଂଗ୍ରାମ ମହାନ୍ତି, ଅଲିଭ ତ୍ରିପାଠୀ ଏବଂ ସ୍ମୃତିରଞ୍ଜନ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Related Post

ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

Posted by - August 7, 2022 0
ନୂଆଦିଲ୍ଲୀ:୦୬.୦୮ ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ…

ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବା ସମୟରେ ଦୁଇଜଣ ମହିଳାଙ୍କ ଖସିଲା ଗୋଡ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ଯବାନ

Posted by - December 7, 2018 0
ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିବାର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ପରିସ୍ଥିତିରେ ଦୁଇଜଣ ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ଚଳନ୍ତା ଟ୍ରେନ୍‌ରୁ…

ନିଖୋଜ ବିମାନ ଏଏନ-୩୨ରେ ଥିବା ୧୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲା ବାୟୁସେନା

Posted by - June 13, 2019 0
ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ ।…

ଦିଲ୍ଳୀ ବିକାଶପୁରୀ ଠାରେ ଗଣପତି ମହୋତ୍ସବ ସମାପନ

Posted by - September 3, 2022 0
ନୂଆଦିଲ୍ଲୀ, ୨ା୯ : ପଶ୍ଚିମ ଦିଲ୍ଲୀର ବିକାଶପୁରୀଠାରେ ୨୨ତମ ବାର୍ଷିକ ଶ୍ରୀଗଣେଶ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ୱାରା…