ବନ୍ୟା ସମୟରେ ହରଭଙ୍ଗା ପ୍ରାଣି ଚିକିତ୍ସାଳୟ କର୍ମଚାରୀଙ୍କ ତତ୍ପରତା

157 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଚଳିତ ବର୍ଷ କିଛିଦିନ ତଳେ ହୋଇଥିବା ପ୍ରଳୟକlରି ବନ୍ୟା ରେ ହରଭଙ୍ଗା ବ୍ଲକ ର ୧୨ ଟି ପଞ୍ଚାୟତ ର ପ୍ରାୟ ୭୫ ଟି ଗ୍ରାମ ବ୍ୟାପକ କ୍ଷତି ଗ୍ରସ୍ଥ ହୋଇଥିଲା ବେଳେ ଗାଁ ଗୁଡିକର ପ୍ରାଣୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି l ପ୍ରଣିପାଳକ ବିଭାଗ ଏ ବର୍ଷ ଯେଉଁ ଭଳି ଭାବରେ ତାରାନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ବିଗତ ବର୍ଷ ଗୁଡିକରେ ହୋଇଥିବା ବନ୍ୟାମାନଙ୍କରେ ଦେଖାଯାଇନଥିଲା l

ଗତ ବର୍ଷ ଆସିଥିବା ଗୋଖାଦ୍ୟ ମାସ ମାସ ଧରି ଗାଁ ମାନଙ୍କରେ ପହଂଚି ପାରିନଥିବା ସ୍ଥଳେ ଏ ବର୍ଷ ଡ଼. ବୀରେନ୍ଦ୍ର ପୃଷ୍ଟି ନିଜେ ଗାଡି ଭଡା କରି ପଞ୍ଚାୟତ ଅଫିସ ରୁ ବହୁ ଦୁର୍ଗମ ଅଂଚଳ ମାନଙ୍କୁ ଗୋଖାଦ୍ୟ ପଠାଇ କିପରି ଗୋପାଳକ ମାନଙ୍କୁ ବିତରଣ କରାଯାଇ ପାରିବ ନିଜେ ଗାଁ ଗାଁ ବୁଲି ତତ୍ଵାବୋଧନ କରିଥିଲେ l ହରଭଙ୍ଗା ବ୍ଲକ ରେ ୨୨ ଗୋଟି ପଞ୍ଚାୟତ ଥିବା ବେଳେ ମାତ୍ର ୫ଜଣ ପ୍ରାଣୀ ଧନନିରୀକ୍ଷକ ନିଯୁକ୍ତ ହୋଇଛନ୍ତି l

ଏପରି ସ୍ଥଳେ ସମିତି ଲୋକ ବଳରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ପୃଷ୍ଟି ଅତ୍ୟଧିକ ବନ୍ୟା କ୍ଷତିଗ୍ରସ୍ତ ୪୦ଟି ଗ୍ରାମରେ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରି ରୋଗାକ୍ରାନ୍ତ ଗାଈ ଗୋରୁ ମାନଙ୍କୁ ଉଚିତ ଚିକିତ୍ସା ସହ ସମସ୍ତ ଗୃହ ପାଳିତ ପଶୁ ମାନଙ୍କୁ ଟିକା କରଣ କରି ସମ୍ଭାବ୍ୟ ରୋଗ ରୁ ଗାଈ ଗୋରୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି l

ଯାହାକି ବନ୍ୟା ପରବର୍ତ୍ତୀ ସମୟରେ ଗାଈ ଗାରୁ ମାନେ ସଂକ୍ରମକ ରୋଗରୁ ସୁରକ୍ଷିତ ହୋଇଥିବାରୁ ଚାଷୀ ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି l ହରଭଙ୍ଗା ବ୍ଲକ ରେ ଜିଲ୍ଲାର୧୦୩ ଟି ପ୍ରାଣୀସେବା ଶିବିର ୧୭.୦୫ ମେଟ୍ରିକ ଟନ ଗୋଖାଦ୍ୟ ବଣ୍ଟନ ଓ୧୧୬୦୦ପ୍ରାଣୀଙ୍କୁ ଟିକlକରଣ କରାଯାଇଛି!ଯାହାକି ସମଗ୍ର ରାଜ୍ୟରେ ଏକ ମାଇଲଖୁଣ୍ଟ ବୋଲି ଜଣାପଡିଛି!

Related Post

ଦିନଟିଏ ପାଇଁ ଶୁକ୍ରବାର ରାତ୍ରି କର୍ଫ୍ୟୁ କୋହଳ,ଜାଣନ୍ତୁ କାହିଁକି ?

Posted by - June 11, 2020 0
ଭୁବନେଶ୍ବର :ସନ୍ଧ୍ୟା ୭ଟା ବଦଳରେ ରାତି ୧୦ରୁ କର୍ଫ୍ୟୁ ଲାଗିବ । କେବଳ ଶୁକ୍ରବାର ସନ୍ଧ୍ୟା ପାଇଁ ନିୟମ କୋହଳ କରାଯାଇଛି ।ଜୁନ୍‌ ୧୨ତାରିଖ ଦିନ, ସନ୍ଧ୍ୟା…

ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Posted by - November 28, 2019 0
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି…

ସରିଲା ପ୍ରଚାର,ବ୍ୟାସନଗର ରେ ବିଜେଡି ଅଧକ୍ଷା ପ୍ରାର୍ଥୀନୀ ସଂଗୀତା ପୀଙ୍ଗୁଆ ଆଗରେ

Posted by - March 23, 2022 0
ବ୍ୟାସ ନଗର:ପୋୖର ନିର୍ବାଚନ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ରେ ସରିଲା। ଗୋଟିଏ ଦିନ ପୂର୍ବରୁ ବିଜେଡି ପ୍ରଚାର ରଣନୀତି କୁ ଜୋରଦାର କରି ଦଳ ର ଭୋଟ…

୫ଟି ଯୋଜନା ରେ ରୂପାନ୍ତରିତ ୧୦୦ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Posted by - June 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର ରାଜ୍ୟ ରାଜ୍ୟରେ ୫ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ୫ ଟି ଜିଲ୍ଲାର୪୯୦ ଅତ୍ୟାଧୁନିକ ସ୍କୁଲ କୁ ଉଦଘାଟନ…

ଖୋର୍ଦ୍ଧା ରେ ଅନୁଷ୍ଠିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - March 3, 2019 60
ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିସନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଥିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ…