ନୂଆଁଖାଇ ପାଇଁ ପରିବା ଦର ଆକାଶ ଛୁଆଁ

44 0

ସୋନପୁର:(ଅଜିତ କୁମାର ପୂଜାହାରୀ)ପଶ୍ଚିମ ଓଡ଼ିଶାର ଲୋକପର୍ବ ନୂଆଁଖାଇ l ଏଥି ପାଇଁ ପଶ୍ଚିମ ଓଡ଼ିଶା ବେଶ ଚଳ ଚଞ୍ଚଳ ହୋଇଉଠିଛି l ନୂଆଁ ଧାନ ଠାରୁ ଆରମ୍ଭ କରି ନୂଆଁ ଲୁଗା ଓ ପନିପରିବା ଆଦି କିଣିବାରେ ସମସ୍ତେ ବ୍ୟସ୍ତ l କରୋନା ପାଇଁ ଗତ ଦୁଇ ବର୍ଷ ନୂଆଁଖାଇ କେବଳ ବିଧି ଠାରୀ ପାଳିତ ହୋଇଥିଲା l

ହେଲେ ଚଳିତ ବର୍ଷ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ବେହାଲ ସମସ୍ତେ l ଟମାଟୋ କିଲୋ ୪୦-୫୦, ବାଇଗଣ ୫୦-୬୦, ବିନ୍ସ ୮୦-୯୦, ଗାଜର ୧୨୦-୧୩୦, ସିମଳା ଲଙ୍କା ୧୨୦-୧୩୦, ବନ୍ଧା କୋବି ୧୦୦-୧୧୦, ଫୁଲକୋବି ୧୫୦-୧୭୦, କାଙ୍କଡ଼ ୨୫୦-୨୭୦, ପାଳ ଛତୁ ୨୪୦-୨୬୦, ଝୁଡଙ୍ଗ ୮୦-୯୦, ସାରୁ ୪୦-୫୦, ଶାଗ କିଲୋ ୧୪୦-୫୦ ହୋଇଥିବା ବେଳେ ପନିପରିବା ୧୦୦୦ ଟଙ୍କାରେ ଗୋଟିଏ ବେଗ ଭର୍ତି ହେଉନଥିବା ରୁ କେତେକ ସ୍ଥାନରେ ଗ୍ରାହକ ଅସନ୍ତୋଷ ହେଉଥିବା ଦେଖିବାକୁ ମିଳିଛି l

ସେ ଯାହା ହେଉ ପଛକେ ଘରର ସମସ୍ତେ ଘରକୁ ଆସିଥିବାରୁ ପନିପରିବା ନିହାତି ଆବଶ୍ୟକ l ତେଣୁ ବାଧ୍ୟ ହୋଇ କିଣୁ ଥିବା ଦେଖାଯାଇଛି l ଚଳିତ ବର୍ଷ ହସ ଉଲ୍ଲାସ ରେ କଟିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି l

 

Related Post

ଶିକ୍ଷାନୁଷ୍ଠାନରେ ଧର୍ମାନ୍ତିକରଣ ବନ୍ଦ କରିବା ଦାବିରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Posted by - February 17, 2022 0
କଳାହାଣ୍ଡି;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ବିଶ୍ଵବିଦିତ ହୋଇଥିଲେ ହେଁ ବିଭିନ୍ନ ରାଜ୍ୟରେଧର୍ମାନ୍ତରିକରଣ ଘଟଣା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ…

ମଧ୍ୟାହ୍ନଭୋଜନ ଟଙ୍କା ପ୍ରଦାନରେ ଜାଲିଆତି , ଶିଷ୍ୟଙ୍କ ଟଙ୍କା ଖାଇଗଲେ ଗୁରୁ , ଟଙ୍କା ହେରଫେର ନେଇ ସ୍କୁଲରେ ପଡିଲା ତାଲା

Posted by - September 24, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ) ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଈଥିଲା ଏହା ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ…

ରାଜ୍ୟ ଓ ଦେଶରେ ଜନତା କର୍ଫ୍ୟୁ,ସତର୍କତା, ସଚେତନତା ପଥରେ ଲୋକେ

Posted by - March 22, 2020 0
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ…

ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ଵର ଗିରଫ

Posted by - February 12, 2021 0
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍ଗ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ଗିରଫ କରିଛି ପୁଲିସ। ଅପରାଜିତାଙ୍କ ସମ୍ପର୍କରେ ‘ନିଖୋଜ’ ପୋଷ୍ଟର ମରାଯିବା ସମୟରେ ଘଟିଥିବା ଗଣ୍ଡଗୋଳ…

ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର  ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ

Posted by - January 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର  ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ । ମଂଗଳପୁର ଥାନା…