Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ବିକଶିତ ଓଡ଼ିଶା ଗଠନ ପାଇଁ ଅସୀମ ଓଡ଼ିଶାର ବଜ୍ର ଶପଥ

281 0

ବେଙ୍ଗାଲୁରୁ:୩୧ା୮ : ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ପ୍ରଦେଶ ଭାବରେ ଗଢ଼ିତୋଳିବା ପାଇଁ ଅସୀମ ଓଡ଼ିଶା ଏହାର ବଜ୍ର ଶପଥ ଘୋଷଣା କରିଛି । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନ ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ସକାସେ ପ୍ରବାସୀ ଓଡ଼ିଆମାନଙ୍କୁ ଏକଜୁଟ୍‍ କରିବାର ପ୍ରୟାସ ଲଗାତରଭାବେ ଜାରି ରଖିଥିବା ଜଣାଯାଇଛି । ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଅସୀମ ଓଡ଼ିଶାର ମାନସମନ୍ଥନ ବୈଠକରେ ଆମର ମାତୃପ୍ରଦେଶ ଆଉ ମାତ୍ର ୧୪ବର୍ଷ ପରେ ଏହାର ୧୦୦ତମ ପ୍ରତିଷ୍ଠା ବର୍ଷ ପାଳନ କରିବାକୁ ଯାଉଥିବା ସମୟରେ, ଏହାକୁ ପୁନର୍ବାର ସୁଜଳା, ସୁଫଳା ଓ ଶସ୍ୟ ଶ୍ୟାମଳାର ସ୍ୱରୂପ ପ୍ରଦାନ ପାଇଁ ସଂସ୍ଥା ଏହାର ପ୍ରତିବଦ୍ଧତା ପ୍ରକାଶ କରିଛି । ଅଧୀବେଶନରେ ସାରା ଦେଶରୁ ଆସିଥିବା ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ନେତା ଏବଂ ବିଶିଷ୍ଟ ପ୍ରବାସୀ ଓଡ଼ିଆମାନେ ଯୋଗଦେଇଥିଲେ । ଆରମ୍ଭରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା ।


ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଘମାଘୋଟ ବୈଠକକୁ ସମ୍ବୋଧନ କରି ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ଓଡ଼ିଶାରେ ଅସୀମ ଓଡ଼ିଶାର କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ ଭାବେ ବିସ୍ତାର କରାଯିବା ଉପରେ ଜୋର୍‍ ଦେଇଥିଲେ । ବିଶେଷକରି କୋଭିଡ୍‍ ମହାମାରୀର ପରବର୍ତ୍ତୀ କାଳରେ ରାଜ୍ୟର କୋଣ ଅନୁକୋଣରେ ଜନସମ୍ପର୍କ ଏବଂ ସମାଜ ସେବା କରିବା ନେଇ ଅସୀମ ଓଡ଼ିଶା ସାମ୍‍ନାରେ ଭରପୂର ସୁଯୋଗ ରହିଥିବା ଶ୍ରୀ ଜେନା ଦର୍ଶାଇଥିଲେ । ଓଡ଼ିଶାର ପୁନଃନିର୍ମାଣ ପାଇଁ ବିଶ୍ୱର ସମସ୍ତ ଓଡ଼ିଆ, ଅସୀମ ଓଡ଼ିଶାକୁ ସାହାଯ୍ୟ, ସମର୍ଥନ ଓ ସହଯୋଗ ପ୍ରଦାନ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଜଣାଇଥିଲେ । ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା ସଂଗଠନର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଓଡ଼ିଶାର ନବନିର୍ମାଣ ଏବଂ ନୂଆ ଓଡ଼ିଶା ଗଠନ ନେଇ ତନ, ମନ ଓ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।


ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା, ସମ୍ପାଦକ ନିରଞ୍ଜନ ମିଶ୍ର, ସ୍ୱେତାଙ୍କ ରାଜଗୁରୁ, ମନୋଜ ପାତ୍ର, ବସନ୍ତ ରାଉଳ, ମଞ୍ଜୁ ରାଉଳ ଏବଂ ଟି.ଏମ୍‍. ସୁନ୍ଦରେଶନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଅସୀମ ଓଡ଼ିଶାର ପରିଚାଳନା ଟ୍ରଷ୍ଟି ବିଚାରପତି ଜଗନ୍ନାଥ ପ୍ରସାଦ ଉଦ୍‍ଗାତା, ମୁଖ୍ୟ ସଂଯୋଜକ କିଶୋର ଦ୍ୱିବେଦୀ, କାର୍ଯ୍ୟନିର୍ବାହୀ ସମ୍ପାଦକ ହରପ୍ରସାଦ ମହାପାତ୍ର ଓ ଟ୍ରଷ୍ଟି କାମାକ୍ଷା ପଣ୍ଡା ପ୍ରମୁଖ ଅନ୍‍ଲାଇନ୍‍ ଜରିଆରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post

ଡଃ ଅରୁନ୍ଧତୀ ଦେବୀଙ୍କୁ ବୀର ବାଜି ରାଉତ ସମ୍ମାନ – ୨୦୨୨ ପ୍ରଦାନ

Posted by - August 2, 2022 0
ନୂଆଦିଲ୍ଲୀ:ତା ୩୧.୦୭, ବିଶିଷ୍ଟ ସମାଜସେବୀ ଏବଂ ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କୁ ଚଳିତ ବର୍ଷର ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଛି। ସମାଜର…

ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପରିବେଶ ଆଲୋଚନା ଚକ୍ର ଆୟୋଜିତ

Posted by - June 7, 2021 0
ଲଣ୍ଡନ/ନୂଆଦିଲ୍ଲୀ/ମୁମ୍ବାଇ/ ଭୁବନେଶ୍ୱର:(ସ୍ନେହଂଶୁ ଶେଖର ମହାନ୍ତି ) ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନ ଓ “ହାଇଫାଇପ ସୋସିଆଲ ଇନୋଭେସନସ” (ଏଚ୍ ଏଫ୍ ଏସ ଆଇ)ର ମିଳିତ ସହଯୋଗରେ ଅନଲାଇନ୍…

ନୃସିଂହ ଚରଣ ପତିଙ୍କ ସ୍ମୃତିରେ ଆନ୍ତର୍ଜାତିକ ଆଭାସି ଶୋକସଭା

Posted by - May 11, 2022 0
ରୋଡସଆଇଲ୍ୟାଣ୍ଡ/ମସ୍କୋ/ଲଣ୍ଡନ/ମାଞ୍ଚେଷ୍ଟର/ସିଓଲ/ଦୁବାଇ/ସିଡନୀ/ଭୁବନେଶ୍ୱର/କଟକ, ତା ୧୧.୦୫ ପୂର୍ବତନ ଭାରତୀୟ ରେଳବାଇର ଅଧିକାରୀ ସ୍ୱର୍ଗତଃ ନୃସିଂହ ଚରଣ ପତିଙ୍କ ଉଦ୍ଦେଶ୍ୟରେ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଏକ ଆନ୍ତର୍ଜାତିକ ଆଭାସି…

ଗିରଫ ହେଲେ ଚିଦାମ୍ବରମ,ସଦଳବଳେ ଆସି ଘରୁ ଉଠାଇ ନେଲା ସିବିଆଇ

Posted by - August 21, 2019 0
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ସିବିଆଇ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି। ଏହି ଗିରଫ ସହିତ ଦୁଇ ଦିନ…