ରାତି ପାହିଲେ ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ

36 0

ସମ୍ବଲପୁର:୩୧/୦୮(ରମାକାନ୍ତ ବିଶ୍ବାଳ)ରାତି ପାଇଁଲେ ଆସନ୍ତା କାଳି ପାଳନ ହେବ ପଶ୍ଚିମ ଓଡ଼ିଶାର ମହାନ କୄଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇ ଉଠିଛି ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ସହର । ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ଆସନ୍ତାକାଳି (ଗୁରୁବାର) ଦିନ ନବାନ୍ନ ଲାଗିବ । ଆସନ୍ତା କାଳି (ଗୁରୁବାର) ଦିନ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ଦିନ ୧୦,୫୬ ରୁ ୧୧,୧୦ ମିନିଟ ମଧ୍ୟରେ ମାଁ ଙ୍କ ଠାରେ ନୂଆଁ ଭୋଗ ଲାଗି କରାଯିବା ସହ ମାଁ ଙ୍କ ମନ୍ଦିର ରେ ଥିବା ପାଶ୍ୱ ଦେବାଦେବୀ ଙ୍କ ଠାରେ ମଧ୍ୟ ନୂଆଁ ଭୋଗ ଲାଗିହେବ ।

ଏଥିପାଇଁ ମନ୍ଦିର ର ମୁଖ୍ୟ ପୁଜକ ଙ୍କ ସମେତ ସବୁ ପୁଜକ ଙ୍କ ପରିବାର ପକ୍ଷରୁ ପ୍ରସ୍ତୁତି ମଧ ଶେଷ ହୋଇସାରିଛି । ଏଥିସହ ନବାନ୍ନ ପାଇଁ ମାଁ ଙ୍କ ମନ୍ଦିର ଠାରେ ଆଜି ମାଁ ପରିଧାନ କରୁଥିବା ସବୁ ଅଳଙ୍କାର ଗୁଡିକୁ ମଜା ଯିବାସହ ସଫା କରାଯାଇଛି । ତେଣେ ଆସନ୍ତା କାଳି ମାଁ ଠାରେ ନବାନ୍ନ ଲାଗି ହେବା ପରେ ନବାନ୍ନ ଭକ୍ତଙ୍କ ମଧ୍ୟ ବଣ୍ଟନ କରାଯିବ । ନୂଆଁଖାଇ ଯେହେତୁ ପଶ୍ଚିମ ଓଡ଼ିଶାର ଏଇ ମହାଳ କୄଷି ଭିତ୍ତିକ ଗଣପର୍ବ ତେଣୁ ଏଥିପାଇଁ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି । ଚାଷୀ ନିଜ ଉତ୍ପାଦନ କରିଥିବା ପ୍ରଥମ ଶସ୍ୟ ନିଜ ଇଷ୍ଠ ଦେବୀ ଠାରେ ଅର୍ପଣ କରିବା ପରେ ତାହାକୁ ଭକ୍ଷଣ କରିବାର ପରମ୍ପରା ହେଉଛି ନୂଆଁଖାଇ । ଏଥିସହ ନୂଆଁଖାଇ ସଂଧ୍ୟାରେ ନୂଆଁଖାଇ ର ମୁଖ୍ୟ ଆକର୍ଷଣ ନୂଆଁଖାଇ ଭେଟଭାଟ ରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ସହ ଭେଟଭାଟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ସଂସ୍କୃତି ଏବଂ ପରମ୍ପରାର ମହତ୍ୱ ସହ ଭାଇଚାରାର ସ୍ବାଦ ଚଖାଇଥାଏ ଏହି ପର୍ବ ନୁଆଁଖାଇ । ତେବେ ନୂଆଁଖାଇର ପରମ୍ପରା ଏବଂ ଇତିହାସ ବେଶ ନିଆରା ।

ନୂଆଁଖାଇ ହେଉଛନ୍ତି ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ । ଏହାକୁ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି ମଧ୍ୟ କୁହାଯାଏ । ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ । ଏଥିରେ ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ,କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବାର୍ତ୍ତା ଦେଇଥାଏ। ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ । ନୂତନ ଭାବେ ଅମଳ ହୋଇଥିବା ନୂଆଁ ଧାନର ଚାଉଳକୁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଏ । ଏହାପରେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ନୈବେଦ୍ୟ ଆକାରରେ ନୂଆଁଖାଇ ଦିନ ଅର୍ପଣ କରାଯାଏ । ଏହା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ନବାନ୍ନ ଖାଇଥାନ୍ତି । କନିଷ୍ଠ ମାନେ ପରିବାରର ଜ୍ୟେଷ୍ଠଙ୍କୁ ମୁଣ୍ଡିଆ ମାରିଥାନ୍ତି ଓ ଜ୍ୟେଷ୍ଠମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହାକୁ ଜୁହାର ଭେଟ ପରମ୍ପରା କୁହାଯାଏ । ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଏକାଠି ପରିବାର ସହ ନୂଆଁଖାଇ ପାଳିବାର ପରମ୍ପରା ରହିଛି । ପରିବାରର ଜଣେ ମଧ୍ୟ ଅନୁପସ୍ଥିତ ରହିଲେ ନୂଆଁଖାଇ ପାଳନ ହୋଇନଥାଏ । ସଭିଙ୍କ ପାଇଁ ନୂଆ ବସ୍ତ୍ର କିଣାହୁଏ । ଘରେ ଘରେ ପିଠାପଣାର ଆସର ଜମିଥାଏ


ପରବର୍ତ୍ତୀ ସମୟରେ ନିଜ ସାହିରେ ଯିଏ ଯାହାକୁ ଭେଟିଲେ ପୂର୍ବର ସବୁ ରାଗ ଅଭିମାନ ଭୁଲି ଜୁହାର କରିବାର ପରମ୍ପରା ରହିଛି । ଅପରାହ୍ନରେ ଗାଁ ଦାଣ୍ଡରେ ଯୁବକମାନେ ବିଭିନ୍ନ ଖେଳ ଖେଳିଥାନ୍ତି ଏବଂ ରାତ୍ରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡିଶାର ଆଦିବାସୀ ପର୍ବ ବୋଲି କୁହାଯାଏ । ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଏହା କେବେ ଆରମ୍ଭ ହୋଇଥିଲା କେହି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ ।ତେବେ1556 ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥାପନ କରିବା ପରେ ମା’ ସମଲେଶ୍ବରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥିଲେ ।

ଏଥିସହ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣେଇ ଥିଲେ । ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା । ସମୟ କ୍ରମେ ନୂଆଁଖାଇ ପର୍ବ ପରିମାର୍ଜିତ ହୋଇ ପରିବ୍ୟାପ୍ତ ହୋଇଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକେ ଭିନ୍ନ ଭିନ୍ନ ଦିନରେ ନୂଆଁଖାଇ ପାଳନ କରୁଥିବାରୁ ରାଜ୍ୟ ସରକାର ଛୁଟି ଦେଉନଥିଲେ । ତେବେ 1991 ମସିହାରେ ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ସଙ୍ଗଠନର ଉଦ୍ୟମ କ୍ରମେ ପଶ୍ଚିମ ଓଡିଶାର ଜନ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଣେଶ ପୂଜା ପରବର୍ତ୍ତୀ ଦିନ ନୂଆଁଖାଇ ଛୁଟି କରିବାକୁ ଦାବି କରିଥିଲେ । ବିଜୁ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଗୋଟିଏ ଦିନର ନୂଆଁଖାଇ ସରକାରୀ ଛୁଟି ଘୋଷଣା କରିଥିଲେ । ତେବେ ଚଳିତ ବର୍ଷ ସରକାର ନୂଆଁଖାଇ କୁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ।

Related Post

ବେଆଇନ ପଥର ଉତ୍ତୋଳନ କରି ଠିକା ସଂସ୍ଥା ମାଲେମାଲ,୨୩ଲକ୍ଷ୍ୟ ୯୫ହଜାର  ଟଙ୍କା ର ନୋଟିସ

Posted by - March 7, 2022 0
ବୌଦ୍ଧ: ( ଚିତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ପୁରୀରେ ମୋଟର ସାଇକେଲ ପଣି ବୁହା,ମିଛ ବିଲ ରେ କୋଟି କୋଟି ଆତ୍ମସାତ

Posted by - January 28, 2019 48
ପୁରୀ:ପୁରୀ ଜିଲ୍ଲା ଆଳସାହି ପଞ୍ଚାୟତରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକଙ୍କୁ ପାଣି ବାଣ୍ଟିବାକୁ ନିର୍ଦ୍ଦେଶ ଆସିଥିଲା। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନ୍‌ ପକ୍ଷରୁ ପଞ୍ଚାୟତ…

ସରକାରୀ ଘର ହସ୍ତାନ୍ତରକୁ ନେଇ ଦେଖାଦେଇଛି ବିବାଦ

Posted by - March 3, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରକାରୀ ଘର ହସ୍ତାନ୍ତରକୁ ନେଇ ଦେଖାଦେଇଛି ବିବାଦ । ପ୍ରତିବାଦରେ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲେ ଗ୍ରାମବାସୀ । ଯାଜପୁର…

କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦାଫାସ।

Posted by - July 2, 2019 2
ଭୁବନେଶ୍ୱର:୪ କାର୍‌ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌। ଗଲା ଜୁନ୍‌ ୭, ବିଳମ୍ବିତ…