ଆସନ୍ତା ସେପ୍ଟେମ୍ବର ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ରେ ଅହିଂସା ରଥ

23 0

ଭବାନୀପାଟଣା ;୨୯.୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗତ ୧୫ ତାରିଖରୁ ଭୁବନେଶ୍ୱରରୁ ଅହିଂସା ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତା ୩.୯.୨୦୨୨ରିଖ ଦିନ କଳାହାଣ୍ଡି ଜିଲ୍ଲା ରେ ପ୍ରବେଶ କରିବ । ନୂଆପଡ଼ା ଜିଲ୍ଲା ସିନାପାଲି ବର୍ଡର ନିକଟରେ ଗୋଲାମୁଣ୍ଡା ବ୍ଲକରେ ୨ ଟି ଅହିଂସା ରଥ କୁ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଵାଗତ କରାଯିବ।

ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡ଼ିଶାର ବିର ସଂଗ୍ରାମୀ ଓ ବଳିଦାନର ବାର୍ତା ପ୍ରଚାର କରିବ ।ଅହିଂସା ରଥ-୧ କୁ ଗୋଲାମୁଣ୍ଡା ବ୍ଲକ ରେ ସ୍ବାଗତ କରାଯାଇ ବୃନ୍ଦାବାହାଲ,ବେହେରା ଓ ଧର୍ମଗଡ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ , ଧର୍ମଗଡ଼ ରୁ ବଲଦିଆମାଲ୍ ,ଜୁନାଗଡ, ଦାଶିଗାଁ ,ପଣ୍ଡିଗାଁ ,କଲମପୁର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ,କଲମପୁର ରୁ ବାହାରି ବିଜମରା, ବାନେର,ଜୟପାଟଣା,ମୁଖିଗୁଡ଼ାଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ,ମୁଖିଗୁଡ଼ା ରୁ ବାହାରି ମୋଟେର,କୋକସରା,ଗୁଡହାଣ୍ଡି ଦେଇ ଆମପାଣି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ।ସେଭଳି ଅହିଂସା ରଥ -୨ ଗୋଲାମୁଣ୍ଡା ରୁ ମହାଲିଂଗ ଦେଇ ବୋର୍ଡା,କର୍ଲପଡ଼ା,ପାଷ୍ଟିକୁଡ଼ି ଦେଇ କେସିଙ୍ଗା,କେସିଙ୍ଗାରୁ ଅମାଠ ,ବେଲଖଣ୍ଡି,କର୍ଲାମୁଣ୍ଡା,ଏମ ରାମପୁର ଛକ, ଉର୍ଲାଦାନି ଏବଂ ଏମ ରାମପୁର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନର୍ଲା ରୁ ବାହାରି ଅସୁରଗଡ,ରୁପ୍ରାରୋଡ, ଛତିଗୁଡା ଓ ଭବାନୀପାଟଣା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଭବାନୀପାଟଣା ରୁ ବାହାରି ଜୁନାଗଡ,ମହିଚଲା, ଚାରବାହାଲ,କୋକସରା ଓ ଆମପାଣି ଦେଇ ୭.୯.୨୦୨୨ରିଖ ଦିନ ନବରଙ୍ଗପୂର ଜିଲ୍ଲା ପ୍ରବେଶ କରିବ।

ଏହି ସ୍ଥାନ ମାନଙ୍କରେ ରଥକୁ ସ୍ଵାଗତ,ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ବି ଡି ଓ/ଇ ଓ ,ଏନ୍ ଏ ସି /ମ୍ୟୁନିସିପାଲଟି/ଡି ଇ ଓ/ଡି ଏସ ଡବ୍ଲୁ ଓ/ଡି ସି ଓ/ଡି ଏସ୍ ଓ/କୁଳପତି,କଳାହାଣ୍ଡି ବିଶ୍ଵବିଦ୍ୟାଳୟ/ନେହେରୁ ଯୁବ କେନ୍ଦ୍ର/ଡି ଡବ୍ଲୁ ଓ / ସ୍ଵମନ ୟ ଅଧିକାରୀତଥା ଡି ଆଇ ପି ଆର୍ ଓ ଙ୍କୁ ଦାୟିତ୍ଵ ଦିଆଯାଇଛି।ଏହି ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସାମାଜିକ ଓ ସାଂସ୍କୃତିକ ଅନଷ୍ଠାନ,ସ୍ବେଛାସେବୀ ଅନୁଷ୍ଠାନ,ସ୍ଵୟଂ ସହାୟକ ଗୋଷ୍ଠୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ପଂଚାୟତରାଜ ପ୍ରତିନିଧି,ତଥା ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି

Related Post

ରାଜ୍ୟରେ ବିସ୍ଫୋରଣ ; ଅନଗୁଳ ଜିଲ୍ଲାରେ ବ୍ରେକ୍ ଫେଲ୍

Posted by - July 19, 2020 0
ଅନୁଗୁଳ: (ମହେଶ ଭୋମରାଜ)ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ

Posted by - July 27, 2021 0
ଯାଜପୁର ଅଫିସ:ରାଜ୍ୟ ର ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଶାଖା ପକ୍ଷରୁ ସୋମବାର ସଂଘ ର ସଭାପତି ହରିହର ସ୍ୱାଇଁ ଙ୍କ ନେତୃତ୍ୱରେ ଯାଜପୁର…

ଆସିଲାନି ଜୱାଦ୍ ; ତଥାପି ଉଜୁଡ଼ିଗଲା ଚାଷୀର ଫସଲ; ବର୍ଷକର ଖାଦ୍ୟ ଯୋଗାଡ଼ ବି ହେଲା ଅସମ୍ଭବ

Posted by - December 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବାତ୍ୟା ଜୱାଦ୍ ଦୂର୍ବଳ ହୋଇଯିବା ଯୋଗୁଁ ଲୋକେ କିଛି ପରିମାଣରେ ଆଶ୍ଵସ୍ତି ଲାଭ କରିଥିଲେ ମଧ୍ୟ ତିନିଦିନର ଲଘୁଚାପ ଜନିତ ଲଗାଣ ବର୍ଷା…

ନବରଙ୍ଗପୁର ରେ ପୋୖର ନିର୍ବାଚନର ମତଦାନ ଶାନ୍ତି, ଶୃଙ୍ଖଳା ରେ ସମାପ୍ତ

Posted by - March 24, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଆଜି ପୋୖର ନିର୍ବାଚନ ପାଇଁ ନବରଙ୍ଗପୁର ଠାରେ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି  । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…