ଅନୁଗୋଳ – (ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ ଓଗି ଗାଁରେ କଟୁରି ରେ ଭାଇ ହାଣିଲା ଭାଇ କୁ। ସମୟ ପ୍ରାୟ ୧ ଘଟିକା ସମୟରେ ଭାଇ ରଞ୍ଜନ ପ୍ରଧାନ (୩୫) ଓ ସୁଶୀଲ ପ୍ରଧାନ (୪୦) ମଦ ପିଇ ଝଗଡା ହୋଇଥିଲେ। ଝଗଡ଼ା ରେ ଉତକ୍ଷିପ୍ତ ହୋଇ ସାନ ଭାଇ ରଞ୍ଜନ ଏକ କଟୁରି ରେ ବଡ଼ ଭାଇ ସୁଶୀଲ ଙ୍କୁ ହାଣି ଦେଇଥିଲେ। ଯାହା ଫଳରେ ସୁଶୀଲ ଙ୍କ ବେକ, ହାତ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତା କୁ ନେଇ ଏହି ଝଗଡା ହୋଇଥିବାର ପରିବାର ଲୋକ ସୂଚନା ଦେଇଛନ୍ତି।
Facebook Notice for EU!
You need to login to view and post FB Comments!