କୃଷିବୀମା ପାଉଣା ଦାବୀରେ ଖପ୍ରାଖୋଲ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

40 0

ଖପ୍ରାଖୋଲ: ୨୯/୦୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨୦୨୧ କୃଷିବୀମା ରାଶି ପାଉଣା ଦାବୀରେ ସୋମବାର ଚାଷୀ ଧାରଣା ଦେଇଥିଲେ । ବୀମା କମ୍ପାନୀ ର ଟାଲଟୁଳ ନୀତି ବିରୋଧ ରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ଶୋଭାଯାତ୍ର ରେ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ । ଚାଷୀ ନେତା ସୂର୍ଯ୍ୟକାନ୍ତ ସାହୁ ଙ୍କ ନେତୃତ୍ୱରେ ଚାଷୀ ମାନେ ଧାରଣା ରେ ବସିଥିଲେ ।

ଗତ ବର୍ଷ ଚାଷୀ ମାନେ ଧାର କରଜ କରି କୃଷି ବୀମା କରିଥିବା ବେଳେ ଆଜି ଯାଏ ବୀମା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ବ୍ଲକ ର ୨୧ ଟି ପଂଚାୟତ ମଧ୍ୟରୁ ୮ ଟି ପଂଚାୟତ ର ଚାଷୀ ବୀମା ଟଙ୍କା ପାଇଥିବା ବେଳେ ଅନ୍ୟ ପଂଚାୟତର ଚାଷୀ ମାନେ ବୀମା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ଏ ନେଇ ପୂର୍ବରୁ ଚାଷୀ ମାନେ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ।

ଏ ନେଇ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ପ୍ରଦାନ କରିଥିଲେ । ତହସିଲଦାର ମିଶ୍ର ଓ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର ଚାଷୀଙ୍କୁ ବୁଝା ସୁଝା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା । ଏହି ଅବସରରେ ହରି ପୋଢ଼ , ଗୁଣମଣି ଭୋଇ, ତାପସ ବେହେରା , ସମ୍ପତି ଭୋଇ, ଜନ୍ମ ଭୋଇ , ନିଲ ନିଆଲ , ବିଜୟ ବରିହା ପ୍ରମୁଖ ଚାଷୀ ସାମିଲ ହୋଇଥିଲେ ।

Related Post

ଅକ୍ଷୟ ତୃତୀୟା ଦିବସ ଅବସରରେ ଭୂମିପୂଜନ, ଅଖିମୁଠି ଅନୁକୂଳ ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

Posted by - May 4, 2022 0
ବୌଦ୍ଧ : (ଚିତ୍ତରଂଜନସିଂ) ଅକ୍ଷୟ ତୃତୀୟା ଦିବସରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚଳିତ ବର୍ଷ ର ଖରିଫ ଚାଷ ପାଇଁ ଭୂମି ପୂଜନ, ବିହନ ଅଖିମୁଠି ଅନୁକୂଳ…

ପ୍ରଧାନମନ୍ତ୍ରୀ ଙ୍କ ଆଭାସୀ ସଭା ସହିତ ଯୋଡିହେଲେ ହିତାଧିକାରୀ

Posted by - May 31, 2022 0
ସୁବର୍ଣ୍ଣପୁର::(ଅଜିତ କୁମାର ପୁଜାହାରୀ)ସମଗ୍ର ଦେଶର ବିଭିନ୍ନ 13 ଗୋଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ସଭା ମାଧ୍ୟମରେ ଉଦବୋଧନ ଦେଇ…

ଫ୍ରେଣ୍ଡସିଫ କ୍ଳବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - September 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୩ ସେପ୍ଟେମ୍ବର ୨୦୨୧. ଫ୍ରେଣ୍ଡସିଫ୍ କ୍ଲବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |କ୍ଲବ ସଭାପତି ସୁମନ ସଡଙ୍ଗୀ ଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବାବେଳେ,ଏଥିର୍…