ନାଗେନମାଳ ଗାଁ ରେ ଅବକାରୀ ବିଭାଗ ର ଚଢାଉ, ମହୁଲ ଫୁଲ ବୋଝେଇ ପିକଅପ ଜବତ, ଦୁଇ ଗିରଫ

29 0

ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ ବୋଲେରୋ ପିକଅପ ସହ ଦୁଇ ଅଭିଯୁକ୍ତ କୁ ଶୁକ୍ରବାର ଗିରଫ କରିଥିବା ଜଣାଯାଇଛି l ସୂଚନା ଅନୁସାରେ ବେଆଇନ ମହୁଲ ଫୁଲ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ପାଇ ଚଢ଼ାଉ କରିଥିଲେ

ଚାଲାଣ ହେଉଥିବା ବୋଲେରୋ ପିକଅପ ନମ୍ବର( ଓଡି ୧୭ଏଚ ୯୮୮୬) ସହ ୧୫ କ୍ୱିଣ୍ଟାଲ ମହୁଲ ଜବତ କରିଥିବା ବେଳେ ଚାଲାଣ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଅଭି ରଣା ଓ ଦହିତା ଗ୍ରାମର ନରେନ୍ଦ୍ର ମେହେର କୁ ଗିରଫ କରାଯାଇଥିବା ପାଟଣାଗଡ ଅବକାରୀ ଥାନା ଅଧିକାରୀ ସତ୍ୟନାରାୟଣ ଦାସ ପ୍ରକାଶ କରିଛନ୍ତି l ଚଢାଉ ସମୟ ରେ ପାଟଣାଗଡ, କଣ୍ଟାବାଞ୍ଜି ଓ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ, କର୍ମଚାରୀ ସାମିଲ ଥିଲେ। ଏନେଇ ପାଟଣାଗଡ ଅବକାରୀ ଥାନା ପି ଆର କେସ ନ ୯୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଜଣାଯାଇଛି।

Related Post

ମାରୁତି କଲୋନୀରେ ଚୋରି ଘଟଣା,ସନ୍ଦେହରେ ୪ଜଣକୁ ଅଟକ ରଖି ପଚରାଉଚରା ଜାରି

Posted by - November 29, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପୁରୁଣାକଟକ ମାରୁତି କଲୋନୀରେ ରହୁଥିବା ଶିକ୍ଷକ ନିର୍ମଳ କୁମାର ରଣା ଙ୍କ ଘରୁ ଗତରାତି ରେ ଚୋରି…

ଥାନାରେ ଆଶାୟୀ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲା

Posted by - March 15, 2021 0
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପି.ଏଚ .ଇ.ଓ ଜଣେ ଆଶାୟୀ ପ୍ରାର୍ଥୀନୀ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।ଖବର…

ସିନ୍ଧେକେଲା ଶୁଣ୍ଢିମୁଣ୍ଡାରୁ ଉଦ୍ଧାର ମୃତ ଯୁବତୀ ଘଟଣା,ପ୍ରେମ ଜନିତ ହତ୍ୟାକାଣ୍ଡ,କୋର୍ଟ ରେ ହାଜର କଲା ସିଂଧେକେଲା ପୋଲିସ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ଗତ ଡିସେମ୍ବର ମାସ ୧୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ରୁ ଜଣେ…

ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲେ କୁଆଖିଆ ପୋଲିସ

Posted by - December 6, 2019 5
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି…