ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ

27 0

ବୌଦ୍ଧ :26/08(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତ ରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି!ଏହି ଅଂଚଳ ର ଆଖ ପାଖ ପଂଚାୟତ ଗୁଡିକରେ ଶୁକ୍ରବାର ହାଟ ନଥିବା ଫଳରେ କୃଷିର ବିକାଶ କୁ ଆଖି ଆଗରେ ରଖି ଓ ଛୋଟ ବଡ଼ ବ୍ୟବସାୟୀ ସାମଗ୍ରୀ ବିକ୍ରୟ କରିବା ସହିତ ଅଂଚଳ ର ବିକାଶ କୁ ଗୁଣାତ୍ମକ କରିବା ପାଇଁ ଏହି ହାଟ ଉଦଘାଟିତ ହୋଇଛି!

ଏହି ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟା ରଶ୍ମିତା ମହାକୁଡ଼,ଗାନ୍ଧୀ ଦୂତ, ଗଙ୍ଗାଧର ଦନ୍ତା, ବରିଷ୍ଠ ବିଜେଡି ନେତା ବିକ୍ରମ ମହାକୁଡ଼, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ସଂକୁଲୋଇ ପଞ୍ଚାୟତ ଜନସାଧାରଣ ପ୍ରମୁଖଯୋଗଦେଇଥିଲେ!ଆଜି ଏହି ସାପ୍ତାହିକ ହାଟରେ ପରିବା ବ୍ୟବସାୟୀ ଙ୍କ ସମେତ ଲୁଗା ବ୍ୟବସାୟୀ, କଂସା ବାସନ ବ୍ୟବସାୟୀ, ଟେକ୍ସନାରୀ ବ୍ୟବସାୟୀ ଯୋଗ ଦେଇଥିଲେ! ସମାଜସେବୀ ସତ୍ୟବାଦୀ ଚାଉଳିଆ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ!

Related Post

ଛଟେଇ ଓ ବହିଷ୍କୃତ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ସିଆଇଟିୟୁର ବିକ୍ଷୋଭ

Posted by - June 22, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ବନ୍ଦ ଖଣି ଗୁଡ଼ିକୁ ତୁରନ୍ତ ଚାଲୁ କରିବା ସହ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ଯୋର ଧରିଛି । ଏନେଇ ଶ୍ରମିକ ସଂଗଠନ ସିଆଇଟିୟୁ…

କେସିଙ୍ଗା ବିଜେପି ନଗର ମଣ୍ଡଳ ତରଫରୁ ଶ୍ରୀମତୀ ଦ୍ରୌପତି ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରାଗଲା

Posted by - July 21, 2022 0
କେସିଙ୍ଗା :(ପିତେଶ କୁମାର ପଟେଲ) ଓଡ଼ିଆ ମାଟିର ଗର୍ବ ତଥା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଭାରତର ୧୫ ତମ…

ଖପ୍ରାଖୋଲରେ ବୀରତା ଦିବସ ପାଳିତ

Posted by - December 31, 2021 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ବ୍ଲକ ବିଂଝାଲ ସମାଜ ତରଫରୁ ବୀରତା ଦିବସ ଶୁକ୍ରବାର ପାଲିତ ହୋଇଯାଇଛି। ବ୍ଲକ ସଭାପତି ଲୋଚନ…

ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋନୀତ

Posted by - September 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଡିଓ ଥିବା ନୀଳକଣ୍ଠ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ବିଡିଓ ପଦବୀରେ ସରକାର କାହାକୁ…