ଜିଲ୍ଲା ପ୍ରଶାସନର ସମ୍ପର୍କ ମେଳା କାର୍ଯ୍ୟକ୍ରମ

22 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଳାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲା ପ୍ରଶାସନର ପ୍ରଥମ ସମର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞନ କହଁର, ଉଲୁଣ୍ଡା ବିଡିଓ ହେମସାଗର ଭୋଇ ସମେତ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ଜିଲ୍ଲା୍ର ଆଭ୍ୟନ୍ତରୀଣ ଆଦିବାସୀ ଗ୍ରାମ ରାଧାନଗର ରେ ସମ୍ପର୍କ ର ସେତୁ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l

କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସହ ଜନସାଧାରଣ ଙ୍କ ନିମନ୍ତେ ଥିବା ସରକାରଙ୍କ ସୁବିଧା ସୁଯୋଗ, ଲୋକ ଯୋଜନା କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି l ଜୀବନ ଜୀବିକା ର ବିକାଶ ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଗ୍ରାମର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଯୋଗ୍ୟ ହିତାଧିକାରୀ ପ୍ରତ୍ୟେକ ଙ୍କୁ ଜିଲ୍ଲା ପ୍ରାଣୀଧନ ବିଭାଗ ତରଫରୁ ୫0 ଟି,ଓ ଓଡିଶା ଜୀବିକା ମିଶନ ତରଫରୁ ୫0 ଟି ଲେଖାଏଁ କୁକୁଡ଼ା ଚିଆଁ କିଣିବା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି l

ତତ ସହ ଉଲୁଣ୍ଡା ବ୍ଲକ ତରଫରୁ ଏମ ଜି ଏନ ଆର ଇ ଜିଏ ମାଧ୍ୟମ ରେ ପୌଲଟ୍ରି ସେଡ ନିର୍ମାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ l ଏହା ସହିତ ଉଦ୍ୟାନ ବିଭାଗ ତରଫରୁ ଅତିରିକ୍ତ ଉଦ୍ୟାନବିତ, ବୀରମହାରାଜପୁର ଗ୍ରାମର ଚାଷୀ ହିତାଧିକାରୀଙ୍କୁ ମାଗଣା ପିଆଜ ମଞ୍ଜି ବଣ୍ଟନ କରିଥିଲେ l ସ୍ୱାସ୍ଥ୍ୟ ଅଧିକାରୀ ସି ଏଚ ସି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଥିଲେ l ଅଂଚଳର ଜନସାଧାରଣ ଯେପରି ପ୍ରଶାସନ ତରଫରୁ ତ୍ୱରିତ ସେବା ପାଇପାରିବେ ଏବଂ ଜୀବନ ଜୀବିକାର ଉନ୍ନତି ହୋଇପାରିବ ଏବଂ ସ୍ୱଚ୍ଛ ସୁସ୍ଥ ରହିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ନରୱଣେ l

 

Related Post

ଶିଳ୍ପାନୁଷ୍ଠାନମାନେ କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା କରନ୍ତୁ : ଜିଲ୍ଲାପାଳ

Posted by - July 16, 2020 16
ଯାଜପୁର ଅଫିସ: ତା ୧୫ା୭ : କରୋନା ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରାୟ ଏକ ହଜାର ଭଳି ପଜିଟିଭ୍ କେଶ…

କପିଳେଶ୍ବର ଚାରିଟେବଲ୍ ହସପିଟାଲ ଶୁଭାରମ୍ଭ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Posted by - December 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଜିଲ୍ଲା ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ…

ପ୍ରଦର୍ଶନରେ ସୁଧାର ନ ଆସିଲେ ବିଦାହେବେ କର୍ମଚାରୀ: ଯାଜପୁର ଜିଲ୍ଲାପାଳ

Posted by - August 8, 2020 0
ଯାଜପୁର ଅଫିସ : କୌଣସି କର୍ମଚାରୀ ଯଦି ନିଜ ପ୍ରଦଶର୍ନରେ ସୁଧାର ଆଣୁନାହାନ୍ତି ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଏକାଧିବାର ନିଲମ୍ବ ହେଉଛନ୍ତି । ପୁନଃ ନିଯୁକ୍ତ…

ବାରିପଦା ରେ ରାବଣ ପୋଡି ଉତ୍ସବ

Posted by - October 9, 2019 0
ମୟୁରଭଞ୍ଜବା:ରିପଦା ସ୍ଥିତ ମଧୁବନ ପଡିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣପୋଡି ମହୋତ୍ସବ।  ବାରିପଦା ସହରରେ ଗୋଟିଏ ସ୍ଥାନରେ ଏହି ରାବଣପୋଡି ମହୋତ୍ସବ ହେଉଥିବାରୁ ଏଠାରେ ନାହିଁ ନଥିବା…

କାର୍ଯ୍ୟରେ ଅବହେଳା ଅଭିଯୋଗରେ କେ ଗାଁ IIC ନିଲମ୍ବିତ

Posted by - October 22, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ରେ କାର୍ଯ୍ୟରେ ଅବହେଳା ଯୋଗୁଁ…