ପାରିବାରିକ କଳହରୁ ସ୍ବାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ, ପରେ ଗଛରେ ରସି ଲଗାଇ ସ୍ୱାମୀର ଆତ୍ମହତ୍ୟା

27 0

ପାଟଣାଗଡ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଳପଡା ଥାନା ଡେବ୍ରିପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ ହେବା ପରେ ବେକ ରେ ରଶି ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଖବର ବେଲାପଡ଼ା ପୋଲିସ ପାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ହତ୍ୟାକାଣ୍ଡ ଟି ପାରିବାରିକ କଳହ ଯୋଗୁଁ ସ୍ୱାମୀ ଭକ୍ତ ନାଏକ (୪୫) ଟାଙ୍ଗିଆରେ ଚୋଟ ମାରି ସ୍ତ୍ରୀ ଯଶୋଦା ନାଏକ (୪୦) ଙ୍କୁ ହତ୍ୟା କରିବା ପରେ ସ୍ବାମୀ ନିଜେ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଦୁଃଖର ଛାୟା ଖେଲାଇଦେଇଛି ।

ମୃତକ ଙ୍କ ଦୁଇ ପୁଅ ବିକାଶ ନାଏକ (୧୯) ସାନ ପୁଅ ଆକାଶ ନାଏକ ଥିବା ବେଳେ ସେମାନେ ବାପା ମା ଙ୍କ ମୃତ ଶରୀର ଦେଖି ଅସହାୟ ହୋଇ ପଡିଛନ୍ତି । ପାଟଣାଗଡ ଏସ ଡି ପି ଓ , ବେଲପଡ଼ା ଅତିରିକ୍ତ ତହସିଲଦାର ଓ ସାଇନ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା  ଜଣା ପଡ଼ିଛି।

Related Post

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ

Posted by - May 31, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଂଚାୟତ ଗେରେଡ଼ିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପ୍ରକାଶ ଥାଉକି ଗେରେଡ଼ିସାହି ଗ୍ରାମର…

ଚିକିତ୍ସାଳୟରେ ସିକୁରିଟି ଗାର୍ଡଙ୍କ ଔଦ୍ଧତ୍ୟ,ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅତିଷ୍ଠ,ବଦନାମ ହେଉଛି ଜିଲ୍ଲା

Posted by - August 17, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରୋଗୀ ମାନଙ୍କୁ ସଠିକ ଚିକିତ୍ସା ଯେତିକି ଆବଶ୍ୟକ ସେତିକି ଆବଶ୍ୟକ କର୍ମଚାରୀଙ୍କ ଉତମ ବ୍ୟବହାର । ହେଲେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ୱୀକୃଟି ଗାର୍ଡ…

‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’ ପୁରସ୍କାର

Posted by - March 21, 2021 0
ଭୁବନେଶ୍ୱର: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’ ପୁରସ୍କାର ଦିଆଯାଇଛି । ଗତ ଗୁରୁବାର ଭାରତ ସରକାରଙ୍କ ଜଳଶକ୍ତି…