ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ର କାର୍ଯ୍ୟାଳୟ ଠାରେ ୨୦୨୩ ଅନ୍ତଃ ରାଜ୍ୟ ଲାଳମଣି କ୍ରିକେଟ ପ୍ରତିଯୋଗିତା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାହାକି କ୍ରିକେଟ ସଂଘ ର ସଭାପତି ଶ୍ରୀ ରାମଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବିଗତ ଦୁଇବର୍ଷ କୋରନା ମହାମାରୀ ବନ୍ଦ ହୋଇଥିବା ଅନ୍ତଃ ରାଜ୍ୟ ଲାଳମଣି କ୍ରିକେଟ ପ୍ରତିଯୋଗିତା କୁ ଚଳିତ ବର୍ଷ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେଦିଗରେ ସଂଘର ବରିଷ୍ଠ ସଭ୍ୟ ମାନେ ମତାମତ ପ୍ରଦାନ କରିଥିଲେ ।
ଯେହେତୁ ଏହି ପ୍ରତିଯୋଗିତା କୁ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକମାନେ ବହୁତ ଉତ୍ସୁକତା ର ସହିତ ଅପେକ୍ଷା କରିଥାନ୍ତି ତେଣୁ ଏହା ସମସ୍ତଙ୍କ ପ୍ରଚେଷ୍ଟା ସହଯୋଗରେ କିପରି ଆହୁରି ଆକର୍ଷଣୀୟ କରାଯାଇ ପାରିବ ସେ ଦିଗରେ ଅଧ୍ବକ ଗୁରୁତ୍ବ ଦେବାକୁ ସଂଘର ଉପସଭାପତି ଶ୍ରୀ ବି.ସତ୍ୟନାରାୟଣ ରାଓ ମତ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଖେଳାଳିମାନେ TURF PITCH ରେ ଖେଳିବାକୁ ଥିବାରୁ ଦର୍ଶକ ଆହୁରି ଅନେକ ଭଲ ଭଲ ଖେଳାଳିଙ୍କ ଖେଳ ଦେଖିବାକୁ ସୁଯୋଗ ପାଇ ପାରିବେ ବୋଲି ଆଲୋଚନା କରାଯାଇଥିଲା ।
ପୂର୍ବରୁ ଏହି ପ୍ରତିଯୋଗିତା ଯେଉଁ ଭଳି ଭାବରେ ଅନୁଷ୍ଠିତ ହେଉଥିଲା ସମସ୍ତଙ୍କ ପ୍ରଚେଷ୍ଟାରେ ଆହୁରି ଉନ୍ନତ ଧରଣର ଆୟୋଜନ ହୋଇପାରିବ ସେଠି ପ୍ରତି ସମସ୍ତେ ଦୃଷ୍ଟି ଦେବା କୁ ସଂଘ ର ସାଧାରଣ ସଂପାଦକ ଶ୍ରୀ ପ୍ରଦୀପ କୁମାର ସେଠି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଶେଷରେ ସାଧାରଣ ସଂପାଦକ ଶ୍ରୀ ପ୍ରଦୀପ କୁମାର ସେଠି ସମନ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।