Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ସଦ ଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ

28 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଓ ସଦ୍ଭାବନା ଦିବସ ଉପଲକ୍ଷେ ଜିଲ୍ଲା ଅଧିକାରୀ ଓ କର୍ମଚାରୀ ଙ୍କ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଅଲୋକପାତ କରିବାସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ଜିଲ୍ଲାପାଳ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଜାତି,ଧର୍ମ,ସମ୍ପ୍ରଦାୟ ଭାଷାକୁ କୌଣସି ଭିଭେଦ ନରଖି ସମସ୍ତଙ୍କ ମଧ୍ୟରେ ଭାବନାତ୍ମକ ଏକତା ଓ ସଦଦ୍ଭାବନା ରଖି ସାହାଯ୍ୟ କରିବା ସହିତ ହିଂସା ର ଆଶ୍ରୟ ନନେଇ ସମସ୍ତ ପ୍ରକାର ମତଭେଦ କୁ କଥାବାର୍ତ୍ତା ଏବଂ ସାମ୍ବିଧାନନିକ ମାଧ୍ୟମରେ ସମାଧାନ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣି ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ ଓ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଦିବସ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଅନୁରୂପ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ରାୟଗଡ ଜିଲ୍ଲାପାଳଙ୍କ କଲ୍ୟାଣ ସିଂପୁର ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Posted by - July 13, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣ ସିଂପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ…

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

Posted by - March 22, 2019 0
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ…

ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

Posted by - December 2, 2021 0
ଭୁବନେଶ୍ୱର: ୧ା୧୨ : ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର…

କିନ୍ନର ପାଳନ କଲେ ସାବିତ୍ରୀ ଓଷା

Posted by - May 30, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଆଜି ହେଉଛି ପବିତ୍ର ସାବିତ୍ରୀ ଓଷା । ସଧବା ମହିଳା ମାନେ ନିଜ ସ୍ୱାମିର ଦିର୍ଘାୟୁ କାମନା କରି ପାଳନ କରିଥାନ୍ତି ସାବିତ୍ରୀ ଓଷା…

ରେଳ ଲାଇନ ରେ ଅଜଣା ଯୁବକଙ୍କ ମୃତଦେହ।

Posted by - December 3, 2019 51
ଅନୁଗୋଳ: (ମହେଶ ଭୋମରାଜ)ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ରେଳ ଲାଇନ ରେ ଅଜଣା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଛି। ମୃତଦେହ ଦେଖିବାକୁ…