କେସିଙ୍ଗା:(ପୀତେଶ ପଟେଲ) ଲଗାନ ବର୍ଷାଜଳରେ ମଧ୍ଯ ପାଳନ କରାଗଲା ଦେଶର ୭୫ ତମ ଆଜାଦୀ କା ଅମୃତ ମହୋତ୍ସବ। କେସିଙ୍ଗାର ଅଧିକାଂଶ ଜାଗାରେ ବର୍ଷାରେ ମଧ୍ଯ ସ୍ବାଧିନତା ଦିବସର ପତକା ଉତ୍ତୋଳନ କରାଗଲା।କେସିଙ୍ଗାର ନଗରର ନଗରପାଳ ଶ୍ରୀ ନୃପରାଜ ଯାଦବ ପ୍ରଥମେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓ ତାପରେ କେସିଙ୍ଗା ବିଦ୍ୟାପୀଠ ଖେଳ ପଡିଆ ରେ ପତାକା ଉତ୍ତୋଳନ କରିଲେ। କୃତ୍ରି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ନିର୍ବାହି ଅଧିକାରି କିରନ ବେହେରା,ସମସ୍ତ କାଉନସିଲର, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ।
ଏହି ଅବସରରେ ବିଜେପି, କଂଗ୍ରେସ ଓ ବିଜେଡ଼ି,ତଥା କେସିଙ୍ଗା ସାମ୍ବାଦିକ ମହାସଂଘ, ଲାଇନ୍ସ କବ୍ଳ, ମାରୱାଡୀ ୟୁବାମଞ ,ରାମ ଭକ୍ତୋ କି ଟ୍ରୋଲି ମଧ୍ଯ ପତାକା ଉତ୍ତୋଳନ କରିଲେ। ମୁଖ୍ୟ ଆକର୍ଷଣ କେସିଙ୍ଗା ବିଜେପି ତଥା ରାମ ଭକ୍ତୋ କି ଟ୍ରୋଲୀର ମିଲିତ ଉଦ୍ୟମ ରେ ତ୍ରିରଙ୍ଗ ମୋଟରସାଇକେଲ ଶୋଭାଯାତ୍ରା କେସିଙ୍ଗାର ୟୁପିସ୍କୁଲ ସାମନା ଠାରୁ ଆରମ୍ଭ କରି ବୋରିଙ୍ଗପଦର ଛକ ଓ ତା ପରେ କେସିଙ୍ଗା ସହର ପରିକ୍ରମଣ କରି ରେଳଓ୍ବେ ଷ୍ଟେସନ ପର୍ଯ୍ଯନ୍ତ ଚାଲିଲା। ଏହି ଶୋଭାଯାତ୍ରାରେ ଶତାଧିକ ମୋଟରସାଇକେଲଧାରୀ ହାତରେ ତ୍ରିରଙ୍ଗ ପତାକା ନେଇ ଭାରତ ମାତାକୀ ଜୟ କହି ଶୋଭାଯାତ୍ରା କରିଥିଲେ।