Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବନ୍ୟାରେ ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ

27 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କମିଲା ବୈତରଣୀର ଜଳସ୍ତର। ହେଲେ ଗାଁ ରୁ ଛାଡିନି ପାଣି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ଏବେ ନ କହିବା ଭଲ। ବୈତରଣୀ ରେ ଆସିଥିବା ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। କମାରଡିହ, କୟାଁ, ଖାନନଗର,ମଲ୍ଲିକାପୁର, ଧରମପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଆଜି ବି ଶହ ଶହ ପରିବାର ବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଛନ୍ତି। ଯୋଗାଯୋଗ ପାଇଁ ଡଙ୍ଗା ହିଁ ଏକମାତ୍ର ସାହାରା ପାଲଟିଛି। ଧରମପୁର ଅଞ୍ଚଳରେ ଲୋକେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ପାଇଥିବା ବେଳେ ଏଠି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।

ଗତକାଲି ଏକ କୁକୁର କୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ଗତକାଲି ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକ ବନ୍ୟାଞ୍ଚଳ ବୁଲି ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅନେକ ଗାଁ ରେ ଏ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ପହଂଚି ନଥିବା ବେଳେ ଶୁଖିଲା ଖାଦ୍ୟ ଖାଇରହିଛନ୍ତି ବନ୍ୟା ବିପନ୍ନ । ଦଶରଥପୁର ବ୍ଲକର ୧୨ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରବାଭିତ ହୋଇ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

Related Post

ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧାନ ବୋଝେଇ ଟ୍ରକ ଜବତ

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସ୍ୱତନ୍ତ୍ର ସିଏସଓ ଅଫିସର ଦଳ ଦ୍ୱାରା ଜବତ ହୋଇଥିବା ଧାନ ଓ ଧାନ ବୋଝେଇ ଟ୍ରକ ଟି ତଦନ୍ତ ଅଧୀନ ଥିବା ବେଳେ ସୂଚନା…

ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା,ଦରମା ମାଗିବାରୁ ଜଣଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ମାଲିକ

Posted by - December 19, 2018 47
ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…