ପାଟଣାଗଡ: ୧୬/୦୮ (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ବହୁ ଚର୍ଚ୍ଚିତ ଲୁଟ୍ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ସହରର ମଧ୍ୟ ସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନ ରେ ଗତ ତା- ୫/୦୮/୨୨ ଦିନ ୬ ଜଣ ଡକାୟତ ସୁନା ଦୋକାନ କୁ ପଶି ମାଲିକ ମୁକେଶ ଜୈନ ର ମୁଣ୍ଡ ରେ ବନ୍ଧୁକ ରଖି ଦୁଇ କେଜି ସୁନା ଓ ନଗଦ ୫୦୦୦୦ ଟଙ୍କା ଲୁଟ୍ କରି ଫେରାର ମାରିଥିଲେ।
ଉକ୍ତ ଡକାୟତି ଘଟଣା ବିଷୟରେ ପାଟଣାଗଡ଼ ର ବିଭିନ୍ନ ସଂଗଠନ ପକ୍ଷରୁ ଏସ ପି ଙ୍କୁ ଦାବିପତ୍ର ଦେଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି କେଶ ନଂ ୧୩୯ ତାରିଖ ୟୁ ଏସ୍ ୩୯୫ ଆଇ,ପି,ସି /୨୫/୨୭ ମାମଲା ରେ ତଦନ୍ତ ଜାରି ରଖିଥିଲେ । ଡକାୟତି ର ୧୧ ଦିନ ପରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ପୋଲିସ କୁ ସଫଳତା ମିଳିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ପାଟଣାଗଡ଼ ଥାନା ସମଳେଶ୍ବର ଗାଁ ର ଶେଷଦେବ ବଗର୍ତ୍ତି, ରାମପୁର ର ଆଓ୍ବାଜ ମେହେର, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରମଣି ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଖୁଟପାଲି ଗାଁ ର ଅଲେଖ ବଢ଼େଇ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି
ସେମାନଙ୍କ ଠାରୁ ନଗଦ ୪୨୫୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ,୮ ଏମ୍ ଏମ୍ ର ଜୀଅନ୍ତା ଗୁଲି, ଗୋଟିଏ ସେମସଙ୍ଗ ମୋବାଇଲ ଜବତ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସୁନା ନେଇ ଆହୁରି ଚାରି ଜଣ ବାହାର ରାଜ୍ୟକୁ ଫେରାର ମାରିଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି।