ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

33 0

ବୌଦ୍ଧ: (୧୧/୦୮) ::( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିସାହି ଓ ଧୁଙ୍ଗିଆମୁଣ୍ଡା ଗ୍ରାମରେ ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଙ୍ଗନବାଡ଼ି କର୍ମୀ ସେବତୀ କହଁର,ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଶ୍ୟରେ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ହିସାବରେ ଗର୍ବ ଓ ଗୌରବ ଅନୁଭବ କରିବା ପାଇଁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର କର୍ମକର୍ତ୍ତା ଆସମାନ ମହାକୁଡ଼ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁବକ ସଂଘର ସଭାପତି ଅମିତା ବଚନ ବେହେରା , ସିଆରପି ହୁଇଲି ହଂସ, ପ୍ରାଣୀ ମିତ୍ର ପ୍ରିୟାବତୀ ବେହେରା, କୃଷି ମିତ୍ର ଦୀପିକା ମହାନନ୍ଦିଆଙ୍କ ସମେତ ସମସ୍ତ ସଦସ୍ୟ ଓ ଜୟ ଜଗନ୍ନାଥ ଯୁବକ ସଂଘର ଯୁବକ ସଂଘର ସମସ୍ତ ସଦସ୍ୟଙ୍କ ସହ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା କରିବା ସହ ଭାରତ ମାଆ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଶପଥ କରିଥିଲେ ।

Related Post

ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କମାଲ

Posted by - March 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ପ୍ରଥମ ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ…

ନୀଳଗିରିରୁ ପ୍ରଥମ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ୬୬ ତମ ଜନ୍ମ ଦିବସକୁ ସେବା ଦିବସ ଭାବେ ପାଳନ

Posted by - November 11, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ 66 ତମ ଜନ୍ମଦିବସ କୁ, ଯୁବ ସ୍ୱାଭିମାନ ମଞ୍ଚ(ମିତ୍ରପୁର ) ପକ୍ଷରୁ ମିତ୍ରପୁର…

ଦିର୍ଘଦିନ ଧରି ହନ୍ତସନ୍ତ, ଗ୍ରାମବାସୀ କଲେ ବ୍ଲକ ଘେରାଉ

Posted by - November 17, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ)ସ୍ୱାଧୀନତା ର ୭୦ବର୍ଷ ପରେ ମଧ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦% ଅଞ୍ଚଳରେ ଯାତାୟତ ର ସୁବିଧା…

ସେପ୍ଟେମ୍ବର ୧୦ ହେଉଛି ବିଶ୍ଵ ଆତ୍ମହତ୍ୟା ନିରୋଧୀ ଦିବସ , ଏହାର ସମାଧାନ ପାଇଁ ଜନସଚେତନତା ନିତ୍ୟାନ୍ତ ଆବଶ୍ୟକ

Posted by - September 10, 2022 0
ଟିଟିଲାଗଡ : ( ସଞ୍ଜୟ କୁମାର ନାୟକ) ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ, ଆତ୍ମହତ୍ୟା ଏକ ଦଣ୍ଡନିୟ ଅପରାଧ, ଲୋକେ ଯଦି ନିଜର ଥିବା…

ରେଙ୍ଗାଲି ରେ ବିଜେଡିର କର୍ମୀ ସମ୍ବିଳନୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଣ୍ଡା ଗ୍ରାମପଞ୍ଚାୟତ ଠାରେ ଆଜି ବିଜୁ ଜନତାଦଳ ର ଏକ ବିରାଟ କର୍ମୀ ସମ୍ବିଳନୀ ଅନୁଷ୍ଠିତ…