ଡକାୟତି ଗ୍ୟାଙ୍ଗର ମୁଖ୍ୟ ଗିରଫ୍ : ସାତଟି ମାମଲାରେ ଜଡିତ ଥିଲା ଏହି ମାଷ୍ଟର ମାଇଣ୍ଡ

26 0

‌ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓ ନର୍ଲା ଥାନା ଅଞ୍ଚଳରେ ଚୋରି ଡକାୟତି ଆଦି ୭ ଟି ମାମଲାରେ ଲିପ୍ତ ଥିବା ଡକାୟତି ଗ୍ୟାଙ୍ଗର ମୁଖ୍ୟ ଓ ତାଙ୍କ ସହଜୋଗି ଙ୍କୁ ଶେଷରେ କଳାହାଣ୍ଡି ପୋଲିସ୍ ଗିରଫ୍ କରିବାରେ ସଫଳ ହୋଇଛି lପୋଲିସ୍ ହାତରେ ଧରାପଡିଥିବା ଏହି ଡକାୟତି ଗ୍ୟାଙ୍ଗର ମୁଖ୍ୟ ସନ୍ତୋଷ ବଡସେଠ ଓ‌ ତାଙ୍କ ସହଯୋଗି ସୁନିଲ ନାଗ ବୋଲି ଜଣାପଡିଛି l

ସେମାନଙ୍କ ଠାରୁ ପୋଲିସ୍ ୩,୭୩୦ ଟଙ୍କା , ଏକ ମୋବାଇଲ ,ସୈନିକ ଭଳି ପୋଷାକ ଓ ଏକ ଦେଶୀ ପିସ୍ତଲ୍ ଜବତ କରିଛି l ଏହି ଦୁଇଜଣଙ୍କ ନାମରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନାରେ ୫ ଟି ଓ ନର୍ଲା ଥାନାରେ ୨ ଟି ମାମଲା ସମେତ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ୨ ଟି ଓ ତୁଷୁରା ଥାନାରେ ମାମଲା ରୁଜୁ ହୋଇଥିବା ସୁଚନା ମିଲିଛି l

ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ମଦଭାଟି ଡକାୟତି ଓ ବଲାଙ୍ଗୀର ହାଇୱେ ଡକାୟତି ଘଟଣା ରେ ଏମାନେ ସାମିଲ ଥିବା ତଥା ଡକାୟତି ସମୟରେ ସୈନିକ ଭଳି ପୋଷାକ ପିନ୍ଧୁଥିବା କଳାହାଣ୍ଡି ଏସ୍ ପି ଅଭିଲାଷ ଜି ପ୍ରକାଶ କରିଛନ୍ତି।

Related Post

ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ନଗଦ ଟଙ୍କା, ମୋବାଇଲ୍, ତାସ୍ ଜବତ ସହ ସାତ ଗିରଫ

Posted by - August 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗାଙ୍ଗପୁର ପୋଲିସ୍ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ…

ଯାଜପୁର ତହସିଲ ପକ୍ଷରୁ ଚଢାଉ

Posted by - July 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ଅଂଚଳରେ ସ୍ଥାନିୟ ପୋଲିସ ସହାୟତାରେ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୧୩ଟି ଗାଡିକୁ ଜବତ କରାଯାଇଛି । ବିଭି୍‌ନ୍ନ…

ଟ୍ରେନ୍ ଲାଇନ୍ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ,

Posted by - September 12, 2019 0
କେନ୍ଦୁଝର,୧୨/ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡାଗୋଠ ନିକଟସ୍ଥ ଟ୍ରେନ ଲାଇନ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶବଟି ମୁହଁ…

ଗାଡ଼ି ସହ ୨୩କିଲୋଗ୍ରାମ ଗଂଜେଇ ଜବତ୍, ମାଫିଆ ଚମ୍ପଟ

Posted by - June 27, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ଗତକାଲି ବିଳମ୍ବିତ ରାତିରେ ବାଉଁଶୁଣୀ ଥାନା ହରିପୁର ଗ୍ରାମ ନିକଟରୁ ଗୋଟିଏ କାରରେ 23 କିଲୋଗ୍ରାମ ଗଂଜେଇ ଚାଲାଣ ହେଉଥିବା ସମୟରେ ବାଉଁଶୁଣୀ…