ନାନ୍ଦୁପଲା ରୁ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର

36 0

ଖପ୍ରାଖୋଲ ୧୩/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁ ର ଜଣକ ବାଡ଼ିରୁଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଛି। ସୁଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅ ଟି ସଢା ନନ୍ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢା ନନ୍ ବନ ବିଭାଗ କୁ ଖବର ଦେଇଥିଲେ । ରେଞ୍ଜଧିକାରି ଗିରିଧାରୀ ନାଗ ଙ୍କ ନିର୍ଦ୍ଦେଶରେ ବନ ରକ୍ଷୀ ମହେନ୍ଦ୍ର କାଳସାଏ, ମିଥୁନ ମିର୍ଦ୍ଧା, ଆମଜଙ୍ଗଲ ଯୋଜନା ଡି ଓ ତହସିଲ ବାଗ ପ୍ରମୁଖ ପହଞ୍ଚି ସୁରକ୍ଷିତ ଉଦ୍ଧାର କରିଥିଲେ।

ଜୀବଟିକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ସ୍ଥାନୀୟ ସ୍ବେଛାସେବୀ ଜ୍ୟୋତି ରଞ୍ଜନ ପଣ୍ଡା, ଗଗନ ପଣ୍ଡା, ସମେତ ବନ ବିଭାଗ କର୍ମଚାରୀ ବହୁରୂପୀ ଏଣ୍ଡୁଅ ଟି କୁ ଗନ୍ଧମାର୍ଦନ ପାହାଡ଼ ରେ ଛାଡି ଥିବା ଜଣା ଯାଇଛି। ଗାଁ କୁ ଲାଗି ଗନ୍ଧମାର୍ଦ୍ଦନ ପାହାଡ଼ ଥିବାରୁ ଏଣ୍ଡୁଅ ଟି ଗାଁକୁ ଚାଲି ଆସିଥିବା ଜଣାଯାଇଛି। ଗନ୍ଧମାର୍ଦ୍ଦନ ପାହାଡ଼ରେ ଅନେକ ବିରଳ ଜୀବ ଥିବାରୁ ତାର ସୁରକ୍ଷା ପାଇଁ ବନ ବିଭାଗ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି।

Related Post

ନାଳରୁ ଅଧ୍ୟାପକଙ୍କ ଶବ ଊଦ୍ଧାର

Posted by - February 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଦିଲ୍ଲୀପ୍ ପ୍ରଧାନ (46) ଙ୍କ ଶବ ବେଲଗୁଣ୍ଠାରୁ ସୁତୁମୁସର ରାସ୍ତାରେ…

ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଙ୍କ ପାଇଁ ଡି.ଆଇ.ଇ.ଟି ର ଶିକ୍ଷା କାର୍ଯ୍ୟକ୍ରମ

Posted by - July 28, 2021 0
ବୌଦ୍ଧ: ୨୩/୭;( ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟୟନରତ ଗୁରୁଛାତ୍ରଛାତ୍ରୀ ଙ୍କ ନିମନ୍ତେ ଅଭିନବ ବିକଳ୍ପ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି…

ଆଶା ଓ ଗାଁକଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ

Posted by - March 28, 2022 0
ବ୍ରହ୍ମପୁର 🙁 ସୁଶାନ୍ତ କୁମାର ବେହେରା )ସାମ୍ପ୍ରତିକ ସମୟରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଗୋଷ୍ଟୀ ର…

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

Posted by - June 11, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି…

ସମାଜ କଲ୍ୟାଣ ପରିଷଦ ସଭା ଗୃହରେ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଗୁରୁପୂର୍ଣ୍ଣିମା ପାଳିତ

Posted by - July 14, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଟିଟିଲାଗଡ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଧୁମଧାମରେ ଏହି ଦିବସକୁ ପାଳନ କରାଯାଇଛି। ସଂସ୍ଥାର ସଭାପତି ପ୍ରମୋଦ…