Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କଂଗ୍ରେସ ଦଳ ପକ୍ଷରୁ କାଶୀପୁର ଠାରେ ଗୌରବ ଯାତ୍ରା ଅନୁଷ୍ଠିତ

81 0

କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର କଂଗ୍ରେସ ଦଳ ପକ୍ଷରୁ ଆଜି କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧି ମଣ୍ଡପ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଗୌରବ ଯାତ୍ରା ଅନୁଷ୍ଠିତ ହେଇଯାଇଛି । ଇଂରେଜ ସରକାରଙ୍କ ବିରୋଧ ରେ ଦେଶ ପାଇଁ ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦଳ ପକ୍ଷରୁ ସାରା ଦେଶ ରେ ଅଗଷ୍ଟ ୯ ରୁ କ୍ରାନ୍ତି ଦିବସ ଭାବେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଗୌରବ ଯାତ୍ରା ପାଳିତ ହେଉଥିବାବେଳେ ଆଜି କାଶୀପୁର ବ୍ଳକ ରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇ ଥିଲା ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ନେତୃତ୍ୱରେ ପର୍ଯ୍ୟବେକ୍ଷକ ରାମ ଚନ୍ଦ୍ର କାଡାମ , ବ୍ଲକ ସଭାପତି ଅଙ୍ଗଦ ନାଏକ, ବିଧାୟକ ପ୍ରାର୍ଥୀ ଆପଲ ସ୍ୱାମୀ , ସାଂସଦ ପ୍ରତିନିଧି ସଦାନନ୍ଦ ନାଏକ , କିଷାନ ସେଲ ସାଧାରଣ ରାଜ୍ୟ ସମ୍ପାଦକ ପି ଦେବେନ୍ଦ୍ର ରାଓ , ଜୟନ୍ତ ବୈଠାରୁ, କୁନା ପାଢ଼ୀ ନାଏକ, ମିଥୁନ ନାଏକ , ପାଇଲ ମାଝି ,ପାର୍ଥ ବର୍ଦ୍ଧନ ଉପସ୍ଥିତରେ ବ୍ଳକ ଅନ୍ତର୍ଗତ ୨୪ ଗୋଟି ଗ୍ରାମପଞ୍ଚାୟତ ର ଶତାଧିକ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ । ପୂର୍ବାହ୍ନରେ ଏହି ଗୌରବ ଯାତ୍ରା ସ୍ଥାନୀୟ ଗାନ୍ଧି ମଣ୍ଡପ ଠାରେ ଆରମ୍ଭ ହେଇଯାଇଥିଲେ । ନେତୃବୃନ୍ଦ ପ୍ରଥମେ ଭାରତ ଛାଡ଼ ଆନ୍ଦୋଳନରେ କଂଗ୍ରେସ ପ୍ରେମୀ ମାନଙ୍କ ର ତ୍ୟାଗ ଓ ବଳିଦାନ ଉପରେ ଉପସ୍ଥିତ କଂଗ୍ରେସ ପ୍ରେମୀ ମାନଙ୍କୁ ଆଲୋକପାତ କରିଥିଲେ।

ପରବର୍ତ୍ତୀ ସମୟରେ ଚଳିତ ସରକାର ଙ୍କର ଅପାରଗତା ଉପରେ ବର୍ଷି ବିଭିନ୍ନ ନାରା ଦେଇ ଉକ୍ତ ଯାତ୍ରା ଆରମ୍ଭ କରି ସ୍ଥାନୀୟ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଦଳ ର ସୁଦୃଢ଼ ପାଇଁ ନେତୃବୃନ୍ଦ ଗଣ ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା କରିବା ପରେ ନିଜ ନିଜର ଭିତରେ ଭାଇଚାରା ବଞ୍ଚାଇ ରଖିବା ସହିତ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜୟ ମାଝ, ଝିଜରୁ ମାଝି, କପିଳେନ୍ଦ୍ର ଟାକିରି, ନାରିନେତ୍ରୀ ଗୌରୀ ନାଏକ ,କାର୍ତ୍ତିକ ନାଏକ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ହାତୀକୁଚ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକବଣ୍ଟନମେଳା

Posted by - October 24, 2019 0
କେନ୍ଦୁଝର,୨୩/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତିକୁଚ଼ା ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନମେଳା ରେ ପୋଷାକ ଜୋତା ମୈାଜା…

ବିଜୁଳି କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଗଣଧାରଣା

Posted by - August 12, 2021 0
ହରଭଙ୍ଗା :(ଚିତ୍ତ ରଞ୍ଜନ ସିଁ )ବୌଦ୍ଧ. ତା ୧୦ ଅଗଷ୍ଟ ବୌଦ୍ଧ ଟିପିଏସଓଡିଏଲ ଡିଭିଜନର ଦୀର୍ଘବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ୦୫ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲାରୁ…

ବାଲି ଖାଦାନରେ ପଂସି ଯାଇଥିବା ୫ଟି ଡମ୍ପର ଉଦ୍ଧାର

Posted by - May 24, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଲିଙ୍ଗେଶ୍ୱର ବାଲି ଖାଦାନରେ ପଂସି ଯାଇଥିବା ୫ଟି ଡମ୍ପରକୁ ଆଜି ଉଦ୍ଧାର କରାଯାଇଛି । ପ୍ରୋକଲିନ ମେସିନ ସାହାଯ୍ୟରେ ଡମ୍ପର ଗୁଡିକୁ…

ଓମିକ୍ରୋନ ପାଇଁ ସଚେତନତା ଅଭିଯାନ

Posted by - January 7, 2022 0
ମାଲକାନଗିରି :(ଅବଦୁଲ ଗନି)ଆଜି କୁଡୁମୁଲୁଗୁମ୍ମା ବଜାରରେ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏକ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଯାଇଛି ।…

ଅଜଣା ଟ୍ରକ ପଛରେ ପିଟିଲା ବସ,୮ଗୁରୁତର

Posted by - October 4, 2019 29
କେନ୍ଦୁଝର,୪/୧୦ କେନ୍ଦୁଝର ଟାଉନ ଥାନା ନେଙ୍କଡ଼ା ଘର ନିକଟରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ବଡ଼ବିଲ ରୁ ଭୂବନେଶ୍ଵର ଯାଉଥିବା(ଓଆରଜିର-୨-ବିୟୁ-୮୫୨୫)ଶ୍ରୀ…